Advertisment

କେମିତି କରିବେ କିଡ୍‌ନୀ ଷ୍ଟୋନ୍‌ର ମୁକାବିଲା: ଜାଣନ୍ତୁ ଲକ୍ଷଣ, ସମସ୍ୟା, ପ୍ରତିକାର

ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଦେଇଥିବା ତଥ୍ୟ ଅନୁଯାୟୀ ଦେଶରେ ୧୩ ପ୍ରତିଶତ ପୁରୁଷ ଓ ୭ ପ୍ରତିଶତ ମହିଳା କିଡ୍‌ନୀରେ ଷ୍ଟୋନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଇଏମ୍‌ଏ କହିଛି ଯେ ପ୍ରତିଦିନ ତରଳ ଖାଦ୍ୟ ଖାଇବା ଦ୍ୱାରା ଏଭଳି ସମସ୍ୟାରେ ବାରମ୍ବାର ପଡ଼ିବାରୁ ମୁକ୍ତି ମିଳିବ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର କିଡ୍‌ନୀରେ ଷ୍ଟୋନ୍ ହେଉଛି ସେମାନେ କ୍ରୋନିକ୍ କିଡ୍‌ନୀ ରୋଗରେ ପଡ଼ିବାର ଆଶଙ୍କା ଅଧିକ ଥାଏ। ଆଇଏମ୍‌ଏର ଅଧକ୍ଷ ଡ. କେ.କେ. ଅଗ୍ରୱାଲ କହିଛନ୍ତି, […]

ଅଦ୍ୟତନ ହୋଇଛି
କେମିତି କରିବେ କିଡ୍‌ନୀ ଷ୍ଟୋନ୍‌ର ମୁକାବିଲା: ଜାଣନ୍ତୁ ଲକ୍ଷଣ, ସମସ୍ୟା, ପ୍ରତିକାର
Advertisment

ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଦେଇଥିବା ତଥ୍ୟ ଅନୁଯାୟୀ ଦେଶରେ ୧୩ ପ୍ରତିଶତ ପୁରୁଷ ଓ ୭ ପ୍ରତିଶତ ମହିଳା କିଡ୍‌ନୀରେ ଷ୍ଟୋନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଇଏମ୍‌ଏ କହିଛି ଯେ ପ୍ରତିଦିନ ତରଳ ଖାଦ୍ୟ ଖାଇବା ଦ୍ୱାରା ଏଭଳି ସମସ୍ୟାରେ ବାରମ୍ବାର ପଡ଼ିବାରୁ ମୁକ୍ତି ମିଳିବ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର କିଡ୍‌ନୀରେ ଷ୍ଟୋନ୍ ହେଉଛି ସେମାନେ କ୍ରୋନିକ୍ କିଡ୍‌ନୀ ରୋଗରେ ପଡ଼ିବାର ଆଶଙ୍କା ଅଧିକ ଥାଏ।

Advertisment

ଆଇଏମ୍‌ଏର ଅଧକ୍ଷ ଡ. କେ.କେ. ଅଗ୍ରୱାଲ କହିଛନ୍ତି, ଶରୀରରେ ପାଣିର ପରିମାଣ କମି ଗଲେ କିଡ୍‌ନୀରେ ଷ୍ଟୋନ୍ ହୁଏ। ଏହା ହେଉଛି କିଡ୍‌ନୀରେ ଷ୍ଟୋନ୍ ହେବାର ଏକ ପ୍ରମୁଖ କାରଣ। ୟୁରିକ୍ ଏସିଡ୍‌ (ମୂତ୍ରରେ ଥିବା ଏକ ପଦାର୍ଥ) କୁ ପତଳା କରିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ। ନ ହେଲେ ମୂତ୍ର ଅଧିକ ଅମ୍ଳୀୟ ହୋଇଯାଏ। ଏହି ଅମ୍ଳୀୟ କିଡ୍‌ନୀରେ ପଥର ତିଆରି କରିବାର କାମ କରେ। କିଡ୍‌ନୀରେ ପଥର ବଲ୍‌ ଭଳି ବଢ଼େ।”

ସେ କହିଛନ୍ତି, କେତେକ କ୍ଷେତ୍ରରେ କିଡନୀରେ ହୋଇଥିବା ପଥର ଏତେ ଛୋଟ ହୋଇଥାଏ ଯେ ପରିସ୍ରାରେ ବାହାରକୁ ଚାଲି ଆସେ। ଆମେ ଏହାକୁ ଧ୍ୟାନ ଦେଇ ନଥାଉ। କିନ୍ତୁ ଏହା ଦ୍ୱାରା ଅଧିକ ଯନ୍ତ୍ରଣା ହୋଇଥାଏ। କିଡନୀରେ ପଥର ରହିଗଲେ ବିଭିନ୍ନ ଜଟିଳ ସମସ୍ୟା ସୃଷ୍ଟି କରିଥାଏ। ଠିକ୍‌ରେ ପରିସ୍ରା ହୋଇ ନଥାଏ।

Advertisment

stoneକିଡନୀରେ ପଥର ହେବାର ଲକ୍ଷଣ

୧.  କିଡ୍‌ନୀରେ ପଥର ହେବା ଦ୍ୱାରା ପରିସ୍ରା ନଳୀରେ ଖୁବ୍ ଯନ୍ତ୍ରଣା ହୁଏ।

୨. ପରିସ୍ରାରେ ରକ୍ତ ପଡ଼େ।  ବାନ୍ତି ହୁଏ। ମୁଣ୍ଡ ବଥାଏ।

୩. ପରିସ୍ରା ଠିକ୍‌ରେ ହୁଏ ନାହିଁ। ପରିସ୍ରା କଲେ ଜଳାପୋଡ଼ା ହୁଏ। ବାରମ୍ବାର ପରିସ୍ରା ଯିବାକୁ ଇଚ୍ଛା ହୁଏ। ଜର ବି ହୁଏ ଓ ଥଣ୍ଡା ଲାଗେ।

୪. କିଛି ଔଷଧ କିଡନୀରେ ପଥର ହେବା ସମ୍ଭାବନାକୁ ବଢ଼ାଇ ଦେଇଥାଏ। ଭିଟାମିନ୍‌ ଡି ଓ କ୍ୟାଲସିୟମ୍‌ ଅଧିକ ଦିନ ଧରି ଖାଇଲେ ଶରୀରରେ କ୍ୟାଲିସିୟମର ସ୍ତର ବଢ଼ିଯାଏ। ଏହା କିଡ୍‌ନୀରେ ପଥରରେ ତିଆରି କରିବାରେ ମୁଖ୍ୟ କାରକ ସାବ୍ୟସ୍ତ ହୋଇପାରେ।

୫. ପ୍ରୋଟିନ୍ ଓ ସୋଡିୟମ ଯୁକ୍ତ ଖାଦ୍ୟ ଅଧିକ ଖାଇବା ସହ କ୍ୟାଲିସିୟମ ଯୁକ୍ତ ଖାଦ୍ୟ କମ୍‌ ଖାଇଲେ ମଧ୍ୟ କିଡ୍‌ନୀରେ ପଥର ହୋଇଥାଏ।

ପ୍ରତିକାର

water୧. ଏଥିପାଇଁ ଅଧିକ ତରଳ ପଦାର୍ଥ ପି‍ଇବା ଉଚିତ୍। କମ୍‌ ପାଣି ପିଇବା ଦ୍ୱାରା କିଡନୀରେ ପଥର ହୋଇପାରେ।

୨. ଖାଦ୍ୟରେ ସୋଡିୟମର ମାତ୍ରା କମ୍‌ କରନ୍ତୁ।

୩. ଚକଲେଟ୍‌,ପାଳଙ୍ଗ, ଷ୍ଟ୍ରବେରୀ,ଚାହା ଓ ଗହମ ଜାତୀୟ  ଖାଦ୍ୟ ପଦାର୍ଥ କମ୍ ଖାଆନ୍ତୁ।

୪. ପ୍ରୋଟିନ୍ ପାଇଁ ଆମେ ମାଂସ ଆଦି ଖାଉ। ଏହାକୁ କମାଇବାକୁ ପଡ଼ିବ। ପଶୁଙ୍କ ଠାରୁ ମିଳୁଥିବା ପ୍ରୋଟିନ୍‌ରେ ଅଧିକମାତ୍ରାରେ ଅମ୍ଳୀୟ ପଦାର୍ଥ ଥାଏ। ଏହା ୟୁରିକ୍ ଏସିଡ୍‌କୁ ବଢ଼ାଇଥାଏ। ଅଧିକ ମାତ୍ରାରେ ୟୁରିକ୍ ଏସିଡ୍‌ କିଡ୍‌ନୀରେ ପଥର ସୃଷ୍ଟି କରେ।

 ଆହୁରି ପଢ଼ନ୍ତୁ:  ଜୀବନଶୈଳୀରେ ଅନିୟମିତତା କିଡନୀ ଫେଲ୍‌ର କାରଣ:  ଶିକାର ହେଉଛନ୍ତି ଯୁବଗୋଷ୍ଠୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe