Advertisment

ଭଲ ଦରମା ଚାହୁଁଛନ୍ତି, ତାହାଲେ ଛାଡ଼ି ଦିଅନ୍ତୁ ଏହି ୫ଟି ଖରାପ୍‌ ଅଭ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏହା ସତ ସେ ଦରମା ଯେତେ ଅଧିକ ହେଲେ ବି ତାହା ସମସ୍ତଙ୍କୁ କମ୍‌ ଲାଗିଥାଏ। ଯଦି ଆପଣ କମ୍‌ କାମ କରୁଥିବା ନିଜେ ହୃଦୟଙ୍ଗମ କରୁଛନ୍ତି  ତା’ ହେଲେ ଆପଣଙ୍କ ବସ୍‌ ଆପଣଙ୍କ ଉପରେ ଖୁସି ନ ରହିବା ସ୍ୱାଭାବିକ। ଏପରି କ୍ଷେତ୍ରରେ ଦରମା ବଢିବ ବୋଲି ଆଶା କରିବା ବୃଥା।  ତାହାଲେ ଆମେ  କିଛି ବିଷୟ ଉପରେ ଧ୍ୟାନ ଦେବାକୁ କହିବୁ ଯାହାଦ୍ୱାରା ଆପଣଙ୍କ କାମର ଗୁଣବତ୍ତା ବଢ଼ିବ ଏବଂ ଭଲ […]

author-image
Rosalin Rath
ଅଦ୍ୟତନ ହୋଇଛି
ଭଲ ଦରମା ଚାହୁଁଛନ୍ତି, ତାହାଲେ ଛାଡ଼ି ଦିଅନ୍ତୁ ଏହି ୫ଟି ଖରାପ୍‌ ଅଭ୍ୟାସ

w51

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏହା ସତ ସେ ଦରମା ଯେତେ ଅଧିକ ହେଲେ ବି ତାହା ସମସ୍ତଙ୍କୁ କମ୍‌ ଲାଗିଥାଏ। ଯଦି ଆପଣ କମ୍‌ କାମ କରୁଥିବା ନିଜେ ହୃଦୟଙ୍ଗମ କରୁଛନ୍ତି  ତା’ ହେଲେ ଆପଣଙ୍କ ବସ୍‌ ଆପଣଙ୍କ ଉପରେ ଖୁସି ନ ରହିବା ସ୍ୱାଭାବିକ। ଏପରି କ୍ଷେତ୍ରରେ ଦରମା ବଢିବ ବୋଲି ଆଶା କରିବା ବୃଥା।  ତାହାଲେ ଆମେ  କିଛି ବିଷୟ ଉପରେ ଧ୍ୟାନ ଦେବାକୁ କହିବୁ ଯାହାଦ୍ୱାରା ଆପଣଙ୍କ କାମର ଗୁଣବତ୍ତା ବଢ଼ିବ ଏବଂ ଭଲ ଦରମା ପାଇ ପାରିବେ।

Advertisment

publive-image

୧, ସେଲ୍ପ କଣ୍ଟ୍ରୋଲ୍‌ ବା ନିଜ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ ହୋଇଥାଏ। ଯଦି ଆପଣଙ୍କ ଭିତରେ ନିଜକୁ ନିୟନ୍ତ୍ରଣ ରଖିବା ଶକ୍ତି ନାହିଁ, ତାହାଲେ ଆପଣଙ୍କ ଭିତରେ କ୍ରିଏଟିଭିଟି ନଷ୍ଟ ହେବାର ବହୁତ ସମ୍ଭାବନା ରହିଥାଏ।

୨, ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯେଉଁ ଲୋକଙ୍କ ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିବା ଶକ୍ତି ଅଛି ସେମାନେ ବହୁତ ଖୁସିରେ ରହିଥାନ୍ତି। ଏଥିପାଇଁ ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ନିଜ ଭିତରେ କ୍ରିଏଟିଭିଟି ବଢ଼ାନ୍ତୁ।

Advertisment

publive-image

୩, ବେଡ୍‌ ଉପରେ ଲାପ୍‌ଟପ୍‌ ବା ଫୋନ୍‌ ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାଇଁ ଖରାପ ହୋଇପାରେ। ଏହାକୁ ଡେରି ରାତି ଯାଏ ବ୍ୟବହାର କଲେ ଆପଣଙ୍କ ନିଦ ପୂରା ହୋଇ ପାରେ ନାହିଁ । ଏବଂ ତା ପର ଦିନ ଆପଣ ଯେତେବେଳେ ଅଫିସ୍‌ରେ କାମ କରନ୍ତି ଚିଡ୍‌ଚିଡ଼ା ହୁଅନ୍ତି। ଏଥିପାଇଁ ଭଲରେ କରିବାକୁ ଥିବା କାମ ଆପଣ ତରତରରେ ସାରି ଦିଅନ୍ତି। ଏହା ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିଥାଏ।

publive-image

୪, କୌଣସି କାମକୁ ଟାଳିବା ମଧ୍ୟ ଖରାପ ଅଭ୍ୟାସ ହୋଇଥାଏ। ଆପଣଙ୍କ ବସ୍‌ ଆପଣଙ୍କ ଗୋଟିଏ କାମ କରିବାକୁ କହିଥିବା ବେଳେ ଆପଣ ସେହି କାମକୁ ସମ୍ପୂର୍ଣ୍ଣ କରିବାରେ ବିଳମ୍ୱ କରନ୍ତୁ ନାହିଁ। ସବୁ କାମ ସନ୍ଧ୍ୟାକୁ ରଖିଲେ, ଆପଣଙ୍କ ଏନର୍ଜି କମ୍‌ ହେବା ସହ ଅନ୍ୟ କାମ କରିବାକୁ ଆପଣଙ୍କର ଇଚ୍ଛା ଆଉ ନ ଥିବ।ଅଫିସ୍‌ରେ ମଧ୍ୟ ଏପରି କରିବା ଠିକ୍‌ ନୁହେଁ।

publive-image

୫, ମଲ୍‌ଟି ଟାସ୍କିଙ୍ଗ୍‌ ହେବା ମଧ୍ୟ ଆପଣଙ୍କ ପଜେଟିଭିଟିକୁ କମାଇଦେଇଥାଏ।  ଆପଣ ଗୋଟେ କାମ ଠିକ୍‌ରେ ନ କରି ଯଦି ୪, ୫ଟି କାମ ହାତକୁ ନେଲେ  ସମୟ ମଧ୍ୟରେ ତାହାକୁ ପୂରା କରିବା ଅସମ୍ଭବ। ଏପରି କ୍ଷେତ୍ରରେ ଆପଣଙ୍କ ବସ୍‌ଙ୍କ ଆଖିରେ ଆପଣ ଠିକ୍‌ କର୍ମଚାରୀ ହୋଇ ପାରିବେ ନାହିଁ। ଏହାକୁ ଧ୍ୟାନରେ ରଖି ଅଫିସ୍‌ରେ କାମ ହାତକୁ ନେବା ଆବଶ୍ୟକ।