tea1
ନୂଆଦିଲ୍ଲୀ: ବ୍ଲାକ୍ ଟି ପିଇଲେ ଆମ ଶରୀରରେ ଗ୍ଲୁକୋଜ୍ର ସ୍ତର ଠିକ୍ ରହିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଡାଇବେଟିସ୍ରେ ପୀଡ଼ିତ ଓ ସୁସ୍ଥ ବ୍ୟକ୍ତି- ସମସ୍ତେ ବ୍ଲାକ୍ ଟି’କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ।
‘ଏସିଆ ପ୍ୟାସିଫିକ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ବ୍ଲାକ୍ ଟି ଡାଇବେଟିସ୍କୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଥିବା ପଲିଫିନୋଲସ୍ ଓ ଆଣ୍ଟି-ଅକ୍ସିଡାଣ୍ଟ୍ ଟାଇପ୍-୨ ଡାଇବେଟିସ୍ ସହିତ କ୍ୟାନସର୍ର ବିପଦକୁ ମଧ୍ୟ କମ୍ କରିଥାଏ।
ବ୍ଲାକ୍ ଟିରେ ‘ଫ୍ଲୋରାଇଡ୍’ ନାମକ ଏକ ପୋଷକ ତତ୍ତ୍ୱ ରହିଛି, ଯାହା ହାଡ଼କୁ ମଜବୁତ୍ କରିଥାଏ ଓ ଶରୀରକୁ ନିରୋଗ ରଖିଥାଏ।
ମନେ ରଖନ୍ତୁ, ବ୍ଲାକ୍ ଟି ପିଇବା ସମୟରେ ଆପଣ ଏଥିରେ ଚିନି ମିଶାନ୍ତୁ ନାହିଁ। ଯଦି ବିନା ଚିନିରେ ଏହାର ସ୍ୱାଦ ଭଲ ଲାଗୁନାହିଁ, ତେବେ ଏଥିରେ ଅଳ୍ପ ପରିମାଣରେ ଚିନି କିମ୍ୱା ମହୁ ମିଶାନ୍ତୁ।
ବ୍ଲାକ୍ ଟି ଇନ୍ସୁଲିନ୍ ସେନ୍ସିଟିଭିଟିକୁ ନିୟନ୍ତ୍ରଣ କରିବା ସହିତ ରକ୍ତକୁ ପତଳା କରିଥାଏ। ଏଥିପାଇଁ ଭବିଷ୍ୟତରେ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ଉପୁଜି ନଥାଏ।
ବ୍ଲାକ୍ ଟି ବିଷୟରେ ଏହି ଗବେଷଣାରେ ୫୦ଟି ଦେଶର ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଆୟାରଲ୍ୟାଣ୍ଡ, ତୁର୍କୀ ଓ ଋଷିଆ ପରି ଦେଶ ସାମିଲ୍ ଥିଲେ। ଏହି ଦେଶମାନଙ୍କରେ ଟାଇପ୍-୨ ଡାଇବେଟିସ୍ ରୋଗୀ ଅଧିକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/tea1.jpg)