Advertisment

ମଶାଙ୍କ ପସନ୍ଦର ବ୍ୟକ୍ତି

ମଶା ପ୍ରାୟ ସବୁ ଦେଶରେ ଦେଖିବାକୁ ମିଳିଥାନ୍ତି। ମଶା କାମୁଡିବା ଲୋକଙ୍କୁ ଖାଲି କଷ୍ଟ ଦେଇ ନ ଥାଏ, ବହୁ ସମୟରେ ସମସ୍ୟାରେ ପକାଇଥାଏ। ତେବେ ମଶା ସବୁ ବେଳେ ସବୁ ଲୋକଙ୍କୁ କାମୁଡି ନ ଥାଏ। ମଶା କାମୁଡା ପାଇଁ ବହୁ କାରଣ ରହିଛି। ଆସନ୍ତୁ ଜାଣିବା ମଶା କାହାକୁ ଓ କାହିଁକି କାମୁଡି ଥାନ୍ତି। ୧- ଆପଣଙ୍କ ବ୍ଲଡଗ୍ରୁପ ‘ଓ’  ଶ୍ରେଣୀରେ ଯାଉଛି କି? ଯଦି ଆପଣଙ୍କ ବ୍ଲଡଗ୍ରୁପ୍‌ ‘ଓ’ ଗ୍ରୁପ୍‌ର ତେବେ ଆପଣଙ୍କ […]

ମଶାଙ୍କ ପସନ୍ଦର ବ୍ୟକ୍ତି

masquito

Advertisment

ମଶା ପ୍ରାୟ ସବୁ ଦେଶରେ ଦେଖିବାକୁ ମିଳିଥାନ୍ତି। ମଶା କାମୁଡିବା ଲୋକଙ୍କୁ ଖାଲି କଷ୍ଟ ଦେଇ ନ ଥାଏ, ବହୁ ସମୟରେ ସମସ୍ୟାରେ ପକାଇଥାଏ। ତେବେ ମଶା ସବୁ ବେଳେ ସବୁ ଲୋକଙ୍କୁ କାମୁଡି ନ ଥାଏ। ମଶା କାମୁଡା ପାଇଁ ବହୁ କାରଣ ରହିଛି। ଆସନ୍ତୁ ଜାଣିବା ମଶା କାହାକୁ ଓ କାହିଁକି କାମୁଡି ଥାନ୍ତି।

Advertisment

୧- ଆପଣଙ୍କ ବ୍ଲଡଗ୍ରୁପ ‘ଓ’  ଶ୍ରେଣୀରେ ଯାଉଛି କି? ଯଦି ଆପଣଙ୍କ ବ୍ଲଡଗ୍ରୁପ୍‌ ‘ଓ’ ଗ୍ରୁପ୍‌ର ତେବେ ଆପଣଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହେବେ । ସେହିପରି  ‘ବି ’ ଗ୍ରୁପ ବ୍ଲଡ ଧାରଣ କରିଥିବା ବ୍ୟକ୍ତିବିଶେଷ ‘ଏ’ ଗ୍ରୁପଠାରୁ ଅଧିକ ମଶାଙ୍କ ଶିକାର ହୋଇଥାନ୍ତି। ତେବେ ସମସ୍ତଙ୍କଠାରୁ ‘ଓ’ ଗ୍ରୁପର  ଲୋକେ  ଅଧିକ ଶିକାର ହୋଇଥାନ୍ତି। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

୨- ଅଧିକ ଅଙ୍ଗାରକାମ୍ଳ ତ୍ୟାଗ କରୁଥିବା ବ୍ୟକ୍ତି ମଶା କବଳରୁ ବର୍ତ୍ତିପାରନ୍ତି ନାହିଁ। ଏକ୍ଷେତ୍ରରେ  ଛୋଟ ପିଲମାନେ ଟିକେ ସୁରକ୍ଷିତ। କାରଣ ସେମାନ ବେଶୀ ଅଙ୍ଗାରକାମ୍ଳ ଛାଡ଼ନ୍ତି ନାହିଁ। କିନ୍ତୁ ଗର୍ଭବତୀ ମହିଳାମାନେ ନିଶ୍ୱାଷ ପ୍ରଶ୍ୱାଷରେ ଅଧିକ ଅଙ୍ଗାରକାମ୍ଳ ଛାଡ଼ୁଥିବାରୁ ସେମାନଙ୍କ ପାଇଁ ମଶା ବିପଦ ଅଧିକ ରହିଥାଏ।

Advertisment

୩- ଆପଣ ଜଣେ ଆଥଲେଟିକ କି? ଯଦି ଆଥଲେଟ୍‌ ହୋଇଥିବେ ତା’ହେଲେ ମଶାଙ୍କର ଅଧିକ ପସନ୍ଦ ଆପଣ ହେବେ। କାରଣ ଯେଉଁମାନଙ୍କ ଶରୀର ସର୍ବଦା ଗରମ ରୁହେ ସେମାନଙ୍କ ପ୍ରତି ମଶା ବେଶୀ ଆକର୍ଷିତ ହୋଇଥାନ୍ତି।

୪- ଯେଉଁମାନଙ୍କ ଶରୀରରେ ଅଧିକ କୋଲେଷ୍ଟରାଲ ଥାଏ ସେମାନେ ମଶାଙ୍କ ଦାଉରୁ  ବର୍ତ୍ତିପାରନ୍ତି ନାହିଁ।

୫- ଯିଏ ଅଧିକ ମଦ୍ୟପାନ କରନ୍ତି ସେମାନଙ୍କୁ ମଶା ଛାଡ଼ି ନ ଥାଏ। ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଶରୀରରୁ ଏକ ପ୍ରକାର ଦୁର୍ଗନ୍ଧ ବହାରିଥାଏ। ଯାହା ମଶାମାନେ ବାରି ପାରନ୍ତି। ସେହିପରି ମଶାଙ୍କ ଆଘ୍ରାଣ ଶକ୍ତି ମଧ୍ୟ ଖୁବ୍ ତୀକ୍ଷ୍ଣ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe