/odisha-reporter/media/post_attachments/uploads/2020/06/tola.jpg)
tola
ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ।
Advertisment
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସୋରିଷ, ପୋସ୍ତକ ଶୁଖିଲା ଲଙ୍କା ଓ ରସୁଣ ବଟା ପକାଇ ଗୋଳାନ୍ତୁ। ଏବେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଅଳ୍ପ ପାଣି ମିଶାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସ୍ୱାଦ ଅନୁସାରେ ଲୁଣ, ସିଝା ଟୋଲ୍ ଓ ଅଳ୍ପ ପାଣି ଦେଇ ଗୋଳାନ୍ତୁ। ପାଣି ଫୁଟିବା ପରେ ଭଜା ମୁଟୁଲା ମାଛ ପକାଇ ଦୁଇରୁ ତିନି ମିନିଟ୍ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟୋଲ୍ ମାଛ ବେସର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
