Advertisment

ଖରାଦିନେ ମୁହଁରେ ଲଗାନ୍ତୁ ଟମାଟୋ ପେଷ୍ଟ, ଦେଖାଯି‍ବେ ଉଜ୍ୱଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟମାଟୋ ସମସ୍ତଙ୍କ ଘରେ ଦୈନଦିନ ବ୍ୟବହୃତ ଏକ ପରିବା। ଏହାକୁ କାକୁଡି ସହ ସାଲାଡ୍‌ କରି ଖାଇବା ସ୍ୱାସ୍ଥ୍ୟକର ହୋଇଥିବା ବେଳେ ରୋଷେଇରେ ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି। ସେହିପରି ଟମାଟୋ ଆମ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ଲାଲ୍‌ ଲାଲ୍‌ ଟମାଟୋ ବଜାର୍‌ରେ ଦେଖିଲେ ତାକୁ କିଣି ନ ଆଣିଲେ ମନ ବୁଝେନା। ଏହାକୁ ଖାଇବା ଦ୍ୱାରା ସୂର୍ଯ୍ୟଙ୍କଠାରୁ ଆସୁଥିବା ଖରାପ କିରଣରୁ ଆମେ ରକ୍ଷା ପାଇଥାଉ। ତେଣୁ […]

ଖରାଦିନେ ମୁହଁରେ ଲଗାନ୍ତୁ ଟମାଟୋ ପେଷ୍ଟ, ଦେଖାଯି‍ବେ ଉଜ୍ୱଳ

t11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟମାଟୋ ସମସ୍ତଙ୍କ ଘରେ ଦୈନଦିନ ବ୍ୟବହୃତ ଏକ ପରିବା। ଏହାକୁ କାକୁଡି ସହ ସାଲାଡ୍‌ କରି ଖାଇବା ସ୍ୱାସ୍ଥ୍ୟକର ହୋଇଥିବା ବେଳେ ରୋଷେଇରେ ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି। ସେହିପରି ଟମାଟୋ ଆମ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ।

Advertisment

ଲାଲ୍‌ ଲାଲ୍‌ ଟମାଟୋ ବଜାର୍‌ରେ ଦେଖିଲେ ତାକୁ କିଣି ନ ଆଣିଲେ ମନ ବୁଝେନା। ଏହାକୁ ଖାଇବା ଦ୍ୱାରା ସୂର୍ଯ୍ୟଙ୍କଠାରୁ ଆସୁଥିବା ଖରାପ କିରଣରୁ ଆମେ ରକ୍ଷା ପାଇଥାଉ। ତେଣୁ ଏହାକୁ ଆମେ ଆମ ଚେହେରାରେ ମଧ୍ୟ ପ୍ୟାକ୍‌ କରି ଲଗାଇ ପାରିବା। ଏହା ପ୍ରାକୃତିକ ହୋଇଥିବାରୁ ଆମ ଚେହେରାରେ ଏହାର କୌଣସି ସାଇଡ଼୍‌ ଇଫେକ୍ଟ ମଧ୍ୟ ପଡ଼ି ନ ଥାଏ।

publive-image

ତେଣୁ ଆପଣ ଜାଣି ରଖନ୍ତୁ କିପରି ଏହାକୁ ବ୍ୟବହାର କରି ଖରାଦିନେ ସୂର୍ଯ୍ୟଙ୍କ କିରଣରୁ ତ୍ୱଚାକୁ ରକ୍ଷା କରିପାରିବେ।

Advertisment

ଟମାଟୋ ଆଉ ଲେମ୍ବୁ ପେଷ୍ଟ

ଟମାଟୋ ପେଷ୍ଟରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ମୁହଁରେ ଥିବା ଦାଗ ଦୂର କରିବା ସହ ମୁହଁକୁ ଉଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ।

publive-image

ଟମାଟୋ,ଦହି ଏବଂ ଲେମ୍ବୁ ରସ

ଟମାଟୋ, ଦହି ଏବଂ ଲେମ୍ବୁ ରସ ଆମ ତ୍ୱଚାରେ ପ୍ରାକୃତିକ ଲୋସନ୍‌ ବା କ୍ରୀମ୍‌ ଭଳି କାମ କରିଥାଏ। ଏହା ତ୍ୱଚା ଶୁଷ୍କ ହେବାକୁ ଦିଏନାହିଁ। ସବୁବେଳେ ତ୍ୱଚାକୁ ଫ୍ରେସ୍‌ ରଖିବାରେ ଯାହାଯ୍ୟ କରିଥାଏ।

publive-image

ଟମାଟୋ ଏବଂ ଚିନି

ଗୋଟେ ଖଣ୍ଡ ଟମାଟୋ ନେଇ ତା ଉପରେ ଚିନି ପକାଇ ମୁହଁରେ ସ୍କ୍ରବ୍‌ କଲା ଭଳି ଲଗାନ୍ତୁ। ଆଉ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା କଲା ପରେ ଆଉ ଥରେ ଟମାଟୋ ପେଷ୍ଟ ନେଇ ସେଥିରେ ଅଳ୍ପ ମହୁ ପକାନ୍ତୁ। ଏବେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହିପରି କଲେ ମୁହଁ ଉଜ୍ୱଳ ଦେଖାଯିବା ସହ ଦାଗ ମଧ୍ୟ ଭଲ ହୋଇଯାଇଥାଏ।

publive-image

ଟମାଟୋ, ମହୁ ଏବଂ ବେସନ

ମହୁ ତ୍ୱଚାରେ ଚମକ ଆଣିଥାଏ। ତେଣୁ ତ୍ୱଚାକୁ ଆହୁରି ସୁନ୍ଦର କରିବା ପାଇଁ ଆପଣ ଟମାଟୋ ପେଷ୍ଟରେ ମହୁ ଏବଂ ବେସନ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହରେ ୨ରୁ ୩ ଥର କରନ୍ତୁ। ବହୁତ କମ୍‌ ଦିନରେ ଆପଣ ମୁହଁରେ ଉଜ୍ଜ୍ୱଳତା ଅନୁଭବ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe