Advertisment

ବୟସର ସାୟାହ୍ନରେ ସୁନା ଭଳି ଝଟକୁଛନ୍ତି ଦଲାଇଲାମା, କହିଲେ ଟପ୍‌ ସିକ୍ରେଟ୍

ଗୌହାଟି: ତିବ୍ବତ୍ତୀୟ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ୮୦ ବର୍ଷ ଛୁଇଁଲାଣି। ବୟସର ସାୟାହ୍ନରେ ବି ସେ ସୁନାଭଳି ଝଟକୁଛନ୍ତି। ଏ ବୟସରେ ତାଙ୍କୁ ରୋଗ ବୈରାଗ ଛୁଇଁ ନାହିଁ। ଗୌହାଟି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବିଷୟରେ ଏମିତି କିଛି ମତ ରଖିଛନ୍ତି ନିଜେ ଦଲାଇଲାମା। ସେ କହିଛନ୍ତି ଯେ, ଲୋକେ ମୋତେ ଅନେକ ସମୟରେ ମୋ ଶାରିରୀକ ସୁସ୍ଥତାକୁ ନେଇ ପ୍ରଶ୍ନ କରନ୍ତି। କୁହନ୍ତି ଆପଣଙ୍କୁ ୮୦ ବର୍ଷ ଛୁଇଁଲାଣି । ଚର୍ମର […]

author-image
Rakesh Mallick
ଅଦ୍ୟତନ ହୋଇଛି
ବୟସର ସାୟାହ୍ନରେ ସୁନା ଭଳି ଝଟକୁଛନ୍ତି ଦଲାଇଲାମା, କହିଲେ ଟପ୍‌ ସିକ୍ରେଟ୍

dalai lama

ଗୌହାଟି: ତିବ୍ବତ୍ତୀୟ ଧର୍ମ ଗୁରୁ ଦଲାଇ ଲାମାଙ୍କୁ ୮୦ ବର୍ଷ ଛୁଇଁଲାଣି। ବୟସର ସାୟାହ୍ନରେ ବି ସେ ସୁନାଭଳି ଝଟକୁଛନ୍ତି। ଏ ବୟସରେ ତାଙ୍କୁ ରୋଗ ବୈରାଗ ଛୁଇଁ ନାହିଁ। ଗୌହାଟି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବିଷୟରେ ଏମିତି କିଛି ମତ ରଖିଛନ୍ତି ନିଜେ ଦଲାଇଲାମା। ସେ କହିଛନ୍ତି ଯେ, ଲୋକେ ମୋତେ ଅନେକ ସମୟରେ ମୋ ଶାରିରୀକ ସୁସ୍ଥତାକୁ ନେଇ ପ୍ରଶ୍ନ କରନ୍ତି।

Advertisment

କୁହନ୍ତି ଆପଣଙ୍କୁ ୮୦ ବର୍ଷ ଛୁଇଁଲାଣି । ଚର୍ମର ତେଜ କମୁ ନାହିଁ । ଆପଣ ୭୦ ଭଳି ଦିଶୁଛନ୍ତି। ଆପଣଙ୍କ ଏହି ସୌନ୍ଦର୍ଯ୍ୟ ପଛରେ ରହସ୍ୟ କ’ଣ। ମୁଁ କୁହେ ତାହା ମୋର ଟପ ସିକ୍ରେଟ। ଯାହା ବିଷୟରେ ଖୋଲିକି କହିବାକୁ ମୋତେ ଭଲଲାଗେନି ବୋଲି ସେ କହିଛନ୍ତି।  ମାନିସିକତା ଶାନ୍ତି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବାହ୍ୟଠାରୁ ଅନ୍ତର ଭିତରେ ସୌନ୍ଦର୍ଯ୍ୟ ଅତି ମହତପୂର୍ଣ୍ଣ ବୋଲି ସେ ନୀତିବାଣୀ ଦେଇଥିଲେ।  ଗୌହାଟି ବିଶ୍ୱବିଦ୍ୟାଳୟରେ ‘ଆଧୁନିକ ଯୁଗରେ ପୁରାତନ ଭାରତର ଜ୍ଞାନ’ର ଉପାଦେୟତା ଶୀର୍ଷ ଆଲାଚନା ଚକ୍ରରେ ଦଲାଇ ଲାମା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଆଙ୍କର ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ ବିଷୟରେ ପଚାରିବାରୁ ଦଲାଇଲାମା ଉପରୋକ୍ତ ଉତ୍ତର ଦେଇଥିଲେ।