Advertisment

ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ସୁନ୍ଦରୀ ଦେବଦର୍ହା

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ): ସକାଳୁ ସକାଳୁ ପରିବେଶ ଥାଏ ଶୀତଳ ଆଉ ସୁନ୍ଦର ।ପଶ୍ଚିମ ଓଡ଼ିଶାର ପାହାଡ଼ ଜଙ୍ଗଲ ନଦୀ ଝରଣାରେ ବି ରହିଛି ଏକ ଅଦ୍‌ଭୁତ ଆକର୍ଷଣ ।ଏଇଠି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରକୃତି କୋଳରେ ଦେଖିବାକୁ ମିଳେ କମକୂଟ ପ୍ରସ୍ଥର ଦୁନିଆର ବିଚିତ୍ର ଶିଳ୍ପକଳା । ଆଉ ଏସବୁକୁ ଦେଖିଲେ ଲାଗେ ସତେ ଯେପରି ପାହାଡିମୂଲକରେ ସବୁଜ ବନାନୀକୁ କିଏ ସଜେଇ ରଖିଛି । ଏମିତି କିଛି ଅପାସୋରା ଛବିକୁ ନେଇ […]

ଅଦ୍ୟତନ ହୋଇଛି
ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ସୁନ୍ଦରୀ ଦେବଦର୍ହା

deb

Advertisment

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ): ସକାଳୁ ସକାଳୁ ପରିବେଶ ଥାଏ ଶୀତଳ ଆଉ ସୁନ୍ଦର ।ପଶ୍ଚିମ ଓଡ଼ିଶାର ପାହାଡ଼ ଜଙ୍ଗଲ ନଦୀ ଝରଣାରେ ବି ରହିଛି ଏକ ଅଦ୍‌ଭୁତ ଆକର୍ଷଣ ।ଏଇଠି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରକୃତି କୋଳରେ ଦେଖିବାକୁ ମିଳେ କମକୂଟ ପ୍ରସ୍ଥର ଦୁନିଆର ବିଚିତ୍ର ଶିଳ୍ପକଳା । ଆଉ ଏସବୁକୁ ଦେଖିଲେ ଲାଗେ ସତେ ଯେପରି ପାହାଡିମୂଲକରେ ସବୁଜ ବନାନୀକୁ କିଏ ସଜେଇ ରଖିଛି । ଏମିତି କିଛି ଅପାସୋରା ଛବିକୁ ନେଇ ଆମେ ପହଞ୍ଚିଛୁ ରତ୍ନଗର୍ଭା ବରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ।

Advertisment

ଆଧୁନିକତା ଠୁ ଦୂରେଇ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ଆମେ ସ୍ଥିର କରିଛୁ ଆଜି। ଖାଲି ଆମେ ବୁଲିବୁନି, ଆପଣଙ୍କୁ ବି ବୁଲେଇ ଖୁସି କରିବୁ।

ଏ ସବୁ ପଢିବା ପରେ ଆପଣଙ୍କର ମନେ ହେଉଥିବା ଜାଣିବା ପାଇଁ ସେଇ ସ୍ଥାନଟିର ନାଁ କ’ଣ ?

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହି ସ୍ଥାନର ନାଁ ହେଉଛି ‘ଦେବଦର୍ହା’।

publive-image

ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ବି ରହିଛି ଏଠି । ପାହାଡର ଉପର ମୁଣ୍ଡରେ ଏହି ପର୍ଯ୍ୟଟନ କ୍ଷେତ୍ରକୁ ସତେ ଯେପରି ଜଗି ବସିଛନ୍ତି ଦେବ ଦେବ ମହାଦେବ ବାବା ଧବଳେଶ୍ୱର ।

Advertisment

ବାବା ଧବଳେଶ୍ୱର:ରାଜବୋଡାସମ୍ୱରର ଜମିଦାର ରାଜେନ୍ଦ୍ର ସିଂ ବରିହା ୧୯୧୯ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୧୯୩୨ ରେ ସମାପ୍ତ କରିଥିଲେ ।ଚୁନ ସୁରକି ଗୁଡ ବେଲଅଠାରେ ସେତେବେଳେ ତିଆରି ହୋଇଥିଲା ଏହି ମନ୍ଦିର ।ଏହି ସ୍ଥାନର ଉନ୍ନତି ତଥା ବିକାଶ କରିବା କ୍ଷେତ୍ରରେ ରାଜବୋଡାସମ୍ୱର ଜମିଦାରଙ୍କ ଭୂମିକା ଅତୁଳନୀୟ କହିଲେ ଭୁଲ ହବନି ।କାରଣ ଏଭଳି ପ୍ରାକୃତିକ ପରିବେଶ ସହିତ ସାଂସ୍କୃତିକ ଭାବଧାରାକୁ ମିଶେଇ ଲୋକଲୋଚନ ଆଣିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।       

ପାଖରେ ଶୋଭା ପାଉଛି ଭୈରବ ମନ୍ଦିର । ଆଉ ଏହି ମନ୍ଦିର ନିକଟରୁ ସୁରଙ୍ଗୀ ନଈର ଶାନ୍ତ ଶୀତଳ ରୂପକୁ ଅନୁଭବ କରିହେ    ବ। ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ, ସୁରଙ୍ଗୀ ନଈର ଭୈରବ ରୂପକୁ ଦେଖିବାକୁ ହେଲେ ଚାଲିବାକୁ ହେବ ଆଉ ଗୋଟେ କିଲୋମିଟର। ସେ ପୁଣି ପାହାଡିଆ ରାସ୍ତାରେ। କାରଣ ସୁରଙ୍ଗୀର ସୌନ୍ଦର୍ଯ୍ୟକୁ ସତେଯେପରି ପ୍ରକୃତିରାଣୀ ଗୋଟେ ସୁନ୍ଦର ସୁଡଙ୍ଗ ଭିତରେ ସଜେଇ ରଖିଛି । ପଥୁରିଆ ରାସ୍ତା, ଶୂନଶାନ ପରିବେଶ, ଦୂରରୁ ଭାସି ଆସୁଥିବା ପ୍ରପାତର ଘୁ ଘୁ ଶବ୍ଦ।

publive-image

ଏହାକୁ ପାର୍‌ କଲେ ଆପଣଙ୍କ ଶ୍ରମ ସାର୍ଥକ ହେବ। ଦୂରରୁ ସୁନ୍ଦରୀ ସୁରଙ୍ଗୀ ତାର ଗର୍ଜନରେ ଆପଣଙ୍କୁ ସ୍ୱାଗତ କରିବ ।  

ସୁନ୍ଦରୀ ସୁରଙ୍ଗୀ :ସୁରଙ୍ଗୀ, ଚୁଲବୁଲି ନଈଟିଏ। ଠିକ୍‍ ଗୋଟେ ଝରଣା ଭଳି ।କୋଉଠି ତରତର ହୋଇ ଧାଇଁ ଯାଉଛି ତ କୋଉଠି ଦୀର୍ଘନିଶ୍ୱାସଟିଏ ମାରି ଅଟକି ଯାଇଛି ଏହାର ଜଳଧାରା । ଛତିଶଗଡ଼ର ଶଲଣ୍ଡି ନିକଟରୁ ଏହି ନଈ ବାହାରି ପଥରସଜ୍ଜାରେ ନାଚିନାଚି ଏଇଠୁ ମାତ୍ର ଅଳ୍ପଦୂରରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି  । କାରଣ ଏଇଠି ସରିଯାଇଛି ଓଡ଼ିଶା ଆଉ ଅଳ୍ପଦୂରରେ ଆରମ୍ଭ ହୋଇଛି ଛତିଶଗଡ଼ । ଦୁଇରାଜ୍ୟର ପାହାଡିଆ ପାପୁଲିରେ ଏହି ନଦୀ ବହିଯାଇ ପୂଜାରୀପାଲୀରେ ଅଙ୍ଗ ନଦୀ ସହ ମିଶିଛି  ।

ଏଠାରେ ଜଳପ୍ରପାତର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ନିଆରା  । ଥାକ ଥାକ ପଥୁରିଆ ଶରୀରରେ ସତେଯେମିତି ଏହି ନଈର କଉତୁକିଆ ଜଳରାଶି ନାଚିନାଚି ପର୍ଯ୍ୟଟକଙ୍କ ମଧ୍ୟରେ ସୃଷ୍ଟିକରେ ପଥର ଏବଂ ପାଣି ପ୍ରତି ଏକ ଅଦ୍‌ଭୁତ ଆକର୍ଷଣ । କୋଉଠି ଶାନ୍ତ ଶୀତଳ ଜଳରାଶି ତ କୋଉଠି ଅଶାନ୍ତ ଜଳଧାରର ଉଗ୍ର ରୂପ  ।ଜଳପ୍ରପାତର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ହେଲେ ଆପଣଙ୍କୁ ସତର୍କତାର ସହ ୨୦ ଫୂଟ ତଳକୁ ଓହ୍ଲେଇବାକୁ ହେବ ସେ ପୁଣି ପଥୁରିଆ ରାସ୍ତାରେ ।

ନଈର ଦୁଇ ପାଖରେ ଥିବା ବଡ଼ ବଡ଼ ପଥର ଖଣ୍ଡକୁ ଦେଖିଲେ ଲାଗିବ ଗୋଟେ ଗୁମ୍ପାର କାନ୍ଥ ଭଳି । ନିରୋଳାରେ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ଏ ସ୍ଥାନ ହେଉଛି ସର୍ବୋତ୍ତମ । ସେଇଥିପାଇଁ ତ ହଜାର ହାଜର ପର୍ଯ୍ୟଟକ ଏଠାକୁ ଧାଇଁଆସନ୍ତି  । ଏହି ପିକନିକ ସ୍ପଟ୍‌ଟି ଓଡ଼ିଶା ସୀମାରେ ଥିବାରୁ ଅଧିକାଂଶ ଛତିଶଗଡ଼ି ପର୍ଯ୍ୟଟକଙ୍କୁ ଏଠାରେ ଦେଖିବାକୁ ମିଳେ।

publive-image

ମନେ ରଖନ୍ତୁ, ସଂଧ୍ୟା ହେବା ପୂର୍ବରୁ ଫେରିବାକୁ ହେବ। ନଚେତ ଆପଣ ବାଟବଣା ହୋଇପାରନ୍ତି ।

କେମିତି ଯିବେ-ଏହି ସ୍ଥାନରେ ପହଞ୍ଚିବାକୁ ହେଲେ ବରଗଡ଼ରୁ ଯିବାକୁ ହେବ ପ୍ରାୟ ୯୩ କିଲୋମିଟର । କଳା ମଚ ମଚ 'ବିଜୁ ଏକ୍ସପ୍ରେସ ୱେରେ ପଦ୍ମପୁର ଦେଇ ଯିବାକୁ ପଡ଼ିବ ଲକମରା ରାସ୍ତାରେ । ବାଟରେ ଅଙ୍ଗନଦୀ। ସେଠାରୁ ଆଉ ୭ କିଲୋମିଟର ଗଲେ ଦେବଦର୍ହା । ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ପ୍ରକୃତିର ଅନୁପମ ଗନ୍ତାଘର ଯେ ଏହି ଦେବଦର୍ହା ଆପଣ ଏହା ବିଶ୍ୱାସ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe