ବିଦେଶ ବୁଲି ଯିବାକୁ ଚାହୁଁଛନ୍ତି କି? ରାଶି ଅନୁସାରେ ବାଛି ନିଅନ୍ତୁ ସ୍ଥାନ

ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଅବଶ୍ୟ ଯେଉଁମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ସେମାନେ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ବିବାହ, ଗୃହ ନିର୍ମାଣ, ବ୍ୟବସାୟ ଆରମ୍ଭ ଆଦି ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରକୁ ଗଲା ବେଳେ ସାଧାରଣତଃ ଜ୍ୟୋତିଷଙ୍କ ପରାମର୍ଶ ନିଆଯାଏ। ଏପରି ବି କୁହାଯାଏ କୌଣସି ଦୂର ସ୍ଥାନକୁ ପରିଭ୍ରମଣରେ ଯିବା ସହିତ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସଂପର୍କ ରହିଛି। କୁହାଯାଏ ଲୋକେ ସେମାନଙ୍କ ରାଶି ଅନୁସାରେ ବୁଲିବାର […]

greece

Rakesh Mallick
  • Published: Tuesday, 01 August 2017
  • , Updated: 13 September 2017, 12:18 PM IST

ଆମେ ବିଭିନ୍ନ ବିଷୟରେ ଜ୍ୟୋତିଷମାନଙ୍କ ପରାମର୍ଶ ନେଉ। ଅବଶ୍ୟ ଯେଉଁମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ସେମାନେ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ବିବାହ, ଗୃହ ନିର୍ମାଣ, ବ୍ୟବସାୟ ଆରମ୍ଭ ଆଦି ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରକୁ ଗଲା ବେଳେ ସାଧାରଣତଃ ଜ୍ୟୋତିଷଙ୍କ ପରାମର୍ଶ ନିଆଯାଏ। ଏପରି ବି କୁହାଯାଏ କୌଣସି ଦୂର ସ୍ଥାନକୁ ପରିଭ୍ରମଣରେ ଯିବା ସହିତ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସଂପର୍କ ରହିଛି। କୁହାଯାଏ ଲୋକେ ସେମାନଙ୍କ ରାଶି ଅନୁସାରେ ବୁଲିବାର ସ୍ଥାନ ଚୟନ କଲେ ତାହା ସ୍ମରଣୀୟ ହୋଇରହେ। ଯଦି ଆପଣମାନଙ୍କ ମଧ୍ୟରୁ କେହି ବିଦେଶ ଯାତ୍ରାରେ ଯିବା ପାଇଁ ଚାହୁଁଛନ୍ତି, ତା’ହେଲେ ରାଶି ଅନୁସାରେ ସ୍ଥାନ ଚୟନ କରିପାରନ୍ତି। ତା’ହେଲେ ଆପଣଙ୍କ ଭ୍ରମଣ ଅଧିକ ସ୍ମରଣୀୟ ହୋଇପାରେ।

କନ୍ୟା- ଏହି ରାଶିର ଲୋକମାନଙ୍କ ପାଇଁ ‍ବୁଲାବୁଲି କରିବାର ଭଲ ସ୍ଥାନ ହେଉଛି ରୋମ୍‌। ସୁନ୍ଦର ସହର ରୋମ ଯାତ୍ରାର ଅନୁଭବ କନ୍ୟା ରାଶିର ଲୋକମାନଙ୍କ ପାଇଁ ସବୁଠୁ ଭଲ ସାବ୍ୟସ୍ତ ହେବ।

ତୁଳା- ତୁଳା ରାଶିର ଲୋକ ମାନଙ୍କ ପାଇଁ ସବୁଠୁ ଉତ୍ତମ ସ୍ଥାନ ହେଉଛି ସ୍ପେନ। ସ୍ପେନର ଲୋକମାନେ ବହୁତ ମେଳାପୀ ସ୍ୱଭାବର ହୋଇଥାଆନ୍ତି। ସେଠାକାର ପାଣିପାଗ ମଧ୍ୟ ବହୁତ ଭଲ।

ବିଛା- ଏହି ରାଶିର ଲୋକମାନଙ୍କ ପାଇଁ ଯାତ୍ରା କରିବାର ସବୁଠୁ ଭଲ ଜାଗା ହେଉଛି ଭେନିସ। ଭେନିସ୍ ବୁଲି ଗଲେ ଭ୍ରମଣର ମଜା ନେବା ସହିତ ଭବିଷ୍ୟତ ପାଇଁ ଅନେକ ରାସ୍ତା ପାଇ ପାରନ୍ତି।

ମେଷ- ମେଷ ରାଶିର ଲୋକମାନଙ୍କ ପାଇଁ ଦୁବାଇ ଠାରୁ ଆଉ ଭଲ ଜାଗା ନାହିଁ। କାହିଁକି ନା ସେମାନେ ନୂଆ ଜାଗା ବୁଲିବା ଓ ନୂଆ ଲୋକଙ୍କୁ ଭେଟିବାକୁ ଭଲ ପାଆନ୍ତି।

ଧନୁ- ଧନୁ ରାଶିର ଲୋକମାନଙ୍କ ପାଇଁ ମିଶର ଭଲ ସ୍ଥାନ। ସେଠାକୁ ଗଲେ ସୁନ୍ଦର ଅନୁଭୂତି ପାଇବେ। ସେଠାକାର ବିବିଧତା ଓ ସଂସ୍କୃତିକୁ ଦେଖି ନିଜକୁ ଭୁଲିଯିବେ।

ମକର- ଏହି ରାଶିର ଲୋକମାନେ ପାରାଗୁଏ ଯାଇପାରନ୍ତି। କାରଣ ଏହି ରାଶିର ଲୋକଙ୍କୁ ଐତିହାସିକ ଜିନିଷ ଭାରି ଭଲ ଲାଗେ।

କୁମ୍ଭ- ଏହି ରାଶିର ଲୋକମାନେ ସାରା ବିଶ୍ୱର ଇତିହାସ ଜାଣିବା ପାଇଁ ବହୁତ ଆଗ୍ରହୀ। ସେଥିପାଇଁ ସେମାନେ ବର୍ଲିନ ଯିବା ଉଚିତ।

ମୀନ- ମୀନ ରାଶିର ଲୋକେ ନିହାତି ଭାବେ ଜାପାନ ବୁଲି ଯିବା ଉଚିତ୍। କାରଣ ସେମାନେ ଆଧ୍ୟାତ୍ମିକ ହୋଇଥାଆନ୍ତି।

ବୃଷ- ଏହି ରାଶିର ଲୋକମାନେ କାର୍ଲିଫର୍ଣ୍ଣିଆ ବୁଲି ଯିବା ଦରକାର। କାରଣ ସେମାନଙ୍କୁ ସପିଂ କରିବାକୁ ଭଲ ଲାଗେ। ତାହା ସହିତ ବିୟର ଓ ୱାଇନ ପିଇବାକୁ ସେମାନେ ପସନ୍ଦ କରନ୍ତି।

ମିଥୁନ- ଏହି ରାଶିର ଲୋକଙ୍କୁ ଲଣ୍ଡନ ବହୁତ ପସନ୍ଦ ଆସିବ।

କର୍କଟ- କର୍କଟ ରାଶିର ଲୋକେ ଗ୍ରୀସ ଯିବା ଉଚିତ୍। ସେମାନେ ସାଙ୍ଗରେ ପରିବାର ଲୋକଙ୍କୁ ନେଇ ଯାଆନ୍ତୁ।

ସିଂହ- ଏହି ରାଶିର ଲୋକ ମାନଙ୍କ ପାଇଁ ପ୍ୟାରିସଠୁ ଭଲ ସ୍ଥାନ ଆଉ କିଛି ହୋଇନପାରେ। କାରଣ ସେମାନେ ବିଳାସପୂର୍ଣ୍ଣ ଜୀବନ ଭଲ ପାଆନ୍ତି।

Related story