Advertisment

ଘରେ ରଖନ୍ତୁ ଫେଙ୍ଗଶୁଇ ମୁଦ୍ରା: ଦେଖନ୍ତୁ କ’ଣ ହେଉଛି

ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ ଠିକ୍‌ରେ ଚାଲୁ ନାହିଁ? ଘରେ ସବୁବେଳେ କଳିଝଗଡ଼ା ଲାଗି ରହୁଛି? ଯଦି ଏମିତି ହେଉଛି ତା’ହେଲେ ଏହା ଆଖପାଖ ନକାରାତ୍ମକ ଶକ୍ତିର ପ୍ରଭାବ। ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନ୍‌ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଏମିତି କିଛି ଉପାୟ ରହିଛି ଯାହା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକୁ ପ୍ରଭାବହୀନ କରାଯାଇ ପାରିବ। ତା’ହେଲେ ଆସନ୍ତୁ ଜାଣିବା ଘର ଅବା ବ୍ୟବସାୟ ପ୍ରତିଷ୍ଠାନ ଉପରୁ କିପରି ନକାରାତ୍ମକ ଶକ୍ତିଗୁଡ଼ିକୁ ଦୂରେଇ ରଖିବେ। ବହୁତ ପ୍ରୟାସ […]

ଅଦ୍ୟତନ ହୋଇଛି
ଘରେ ରଖନ୍ତୁ ଫେଙ୍ଗଶୁଇ ମୁଦ୍ରା: ଦେଖନ୍ତୁ କ’ଣ ହେଉଛି
Advertisment

ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ ଠିକ୍‌ରେ ଚାଲୁ ନାହିଁ? ଘରେ ସବୁବେଳେ କଳିଝଗଡ଼ା ଲାଗି ରହୁଛି? ଯଦି ଏମିତି ହେଉଛି ତା’ହେଲେ ଏହା ଆଖପାଖ ନକାରାତ୍ମକ ଶକ୍ତିର ପ୍ରଭାବ। ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନ୍‌ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଏମିତି କିଛି ଉପାୟ ରହିଛି ଯାହା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକୁ ପ୍ରଭାବହୀନ କରାଯାଇ ପାରିବ। ତା’ହେଲେ ଆସନ୍ତୁ ଜାଣିବା ଘର ଅବା ବ୍ୟବସାୟ ପ୍ରତିଷ୍ଠାନ ଉପରୁ କିପରି ନକାରାତ୍ମକ ଶକ୍ତିଗୁଡ଼ିକୁ ଦୂରେଇ ରଖିବେ।

Advertisment
  • ବହୁତ ପ୍ରୟାସ ପରେ ବି ବ୍ୟବସାୟରେ ବିଶେଷ କିଛି ଅଗ୍ରଗତି ହେଉ ନଥିଲେ ଲାଲ ରଙ୍ଗର ସୂତାରେ ତିନିଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଦୋକାନ ଅବା ଅଫିସ୍‌ର ମୁଖ୍ୟ ଦ୍ୱାର ନିକଟରେ ଉତ୍ତର ଦିଗରେ ଝୁଲାଇ ଦିଅନ୍ତୁ। ଶୁଭ ଫଳ ମିଳିପାରେ।
  • problem-in-getting-jobଅନେକ ସମୟରେ ଉଧାରରେ ଦେଇଥିବା ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇଥାଏ। ଏମିତି କି ଏଥିପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଘରେ ବେଡ୍‌ ରୁମ୍‌ର ଝରକାରେ ଲାଲ ରଙ୍ଗର ସୂତାରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଝୁଲାଇ ଦିଅନ୍ତୁ।
  • ଚାକିରି ଖଣ୍ଡେ ପାଇଁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି କି? ନିଜ କଠୋରୀର ଦକ୍ଷିଣ ଦିଗରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଝୁଲାଇ ଦିଅନ୍ତୁ। ସମସ୍ୟା ଦୂର ହୋଇପାରେ।
  • ଘରେ ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେଉଥିଲେ ଘରର ମୁଖ୍ୟ ଦ୍ୱାରରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ବାନ୍ଧି ଦିଅନ୍ତୁ। ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ୁ ନଥିଲେ ବି ଆପଣ ଏମିତି କରିପାରିବେ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe