/odisha-reporter/media/post_attachments/uploads/2017/08/leaf.jpg)
tulasileaf
ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ। ସାଧାରଣତଃ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ। ପ୍ରତିଟି ଶୁଭକାମରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଏ। ତୁଳସୀ ପତ୍ର ଶରୀର ପାଇଁ ଅନେକ ଉପକାରୀ। ଏଥିରେ ରହିଛି ଔଷଧୀୟ ଗୁଣ ଯାହା ଅନେକ ରୋଗକୁ ଦୂର କରେ। କିନ୍ତୁ ଆପଣ ଜାଣିଛନ୍ତି କି, ବାସ୍ତୁ ସହିତ ବି ତୁଳସୀ ପତ୍ରର ସଂପର୍କ ରହିଛି। ତୁଳସୀ ପତ୍ର ଆପଣଙ୍କର ଆହୁରି ଅନେକ ସମସ୍ୟା ଦୂର କରି ପାରେ। ଆସନ୍ତୁ ଜାଣିବା ସେ ସଂପର୍କରେ।
Advertisment
- ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ୁଛି ବୋଲି ଯଦି ଆପଣ ଭାବୁଛନ୍ତି, ତା’ହେଲେ ଶୋଇବା ପୂର୍ବରୁ ତକିଆ ତଳେ ପାଞ୍ଚଟି ତୁଳସୀ ପତ୍ର ରଖିନ୍ତୁ। ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ ନାହିଁ।
- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ରହୁ ନ ଥିଲେ ଓ ପ୍ରତିଦିନ ଝଗଡ଼ା ହେଉଥିଲେ ସେମାନେ ପାଞ୍ଚଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ଏହା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଝଗଡ଼ା ହେବ ନାହିଁ। ପ୍ରତି ୨୪ ଘଣ୍ଟାରେ ତୁଳସୀ ପତ୍ର ବଦଳାଇ ଦିଅନ୍ତୁ। ଶୁଖି ଯାଇଥବା ପତ୍ରକୁ ଜଳରେ ଭସାଇ ଦିଅନ୍ତୁ । ଲଗାତର ୨୧ ଦିନ ଏ ପରି କରନ୍ତୁ।
- ୫ଟି ତୁଳସୀ ପତ୍ରକୁ ଏ ଲାଲ୍ କାଗଜରେ ଗୁଡ଼ାଇ ପୂଜାସ୍ଥଳରେ ରଖନ୍ତୁ। ଏହାକୁ ପୂଜା କରନ୍ତୁ। ଏହି ପତ୍ରକୁ ପୂଜା କଲା ବେଳେ ନିଜର ମନ କଥା କୁହନ୍ତୁ। କିଛି ଦିନ ଭିତରେ ଏହାର ଫଳ ଆପଣ ଜାଣିପାରିବେ। ଏହା କରିବା ଦ୍ୱାରା ଭାଗ୍ୟ ବଦଳି ଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
