ଆପଣ ଭଲ ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି। ଯେତେ ଚେଷ୍ଟା କଲେ ବି ଅଯଥା ଖର୍ଚ୍ଚ ରୋକି ପାରୁନାହାନ୍ତି। ଏହାର କାରଣ ଆପଣଙ୍କ ହାତରେ ଥିବା କଳାଜାଇ ହୋଇପାରେ। ଜ୍ୟୋତିଷଶାସ୍ତ୍ରରେ ଏପରି କୁହାଯାଇଛି। ଆସନ୍ତୁ ଜାଣିବା ହାତର କେଉଁ ସ୍ଥାନରେ କଳାଜାଇ ଥିଲେ ଆପଣ କି ସମସ୍ୟାରେ ପଡିବେ।
୧. ଆପଣଙ୍କ ହାତର ଅନାମିକା ଆଙ୍ଗୁଳିର ମଝିରେ କଳାଜାଇ ଅଛି କି ? ଯଦି ଅଛି ତେବେ ସାବଧାନ, ଯେତେ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚ ରୋକିବା ଅସମ୍ଭବ। ଆଉ ଏପରି ସ୍ଥିତିର ସମ୍ମୁଖିନ ଆପଣ ଜଣେ ମହିଳାଙ୍କ ପାଇଁ ହୋଇପାରନ୍ତି।
୨. ଜୀବନରେଖା ମଝିରେ କଳାଜାଇ ଧନକୁ ନେଇ ଆଦୌ ଶୁଭଙ୍କର ନୁହେଁ। ଯେତେ ରୋଜଗାର କଲେ ବି ଅଭାବ ଲାଗି ରହିବ। ଅଯଥା ଖର୍ଚ୍ଚକୁ ନେଇ ସବୁବେଳେ ଚିନ୍ତିତ ରହିବେ। କେବଳ ଧନହାନୀ ନୁହେଁ, ଏହା ଆପଣଙ୍କ ଆୟୁଷ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
୩. ହାତ ପାପୁଲିର ସୂର୍ଯ୍ୟରେଖାରେ କଳାଜାଇ ଅଛି କି ? ଯଦି ଅଛି ସାବଧାନ ହୋଇଯାଆନ୍ତୁ। କାରଣ ଆପଣ ଆର୍ଥୀକ କ୍ଷତିର ସମ୍ମୁଖୀନ ହେବାକୁ ଏହା ସୂଚାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...