Advertisment

Household Tips: ଘରକୁ ସଜାନ୍ତୁ ଏମିତି, ଲାଗିବ ଖାସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ସଜାଇବା ମହିଳା ମାନଙ୍କ ପାଇଁ ଏକ କଷ୍ଟକର କାମ ବୋଲି ସେମାନେ ଭାବିଥାନ୍ତି। ଏଥିପାଇଁ ଅନେକ ସମୟ ବି ଲାଗିଥିଏ। କିଛି ମହିଳା ଅଛନ୍ତି, ଯେଉଁମାନଙ୍କୁ ଘର ସଜାଡ଼ି ସାରିଲା ପରେ ମଧ୍ୟ ତାହା ଭଲ ଲାଗି ନଥାଏ। କାରଣ କେଉଁ ଜିନିଷ କେଉଁ ଠାରେ ରଖିଲେ ଭଲ ଲାଗିବ ସେ ବିଷୟରେ ତାଙ୍କର ଜ୍ଞାନ କମ୍‌ ଥାଏ। ଘର ସେତେବେଳେ ଭଲ ଲାଗିଥାଏ ଯେତେବେଳେ ସଠିକ୍‌ ଜାଗାରେ ସଠିକ୍‌ ଜିନିଷ ରହିଥାଏ। […]

author-image
Rosalin Rath
ଅଦ୍ୟତନ ହୋଇଛି
Household Tips: ଘରକୁ ସଜାନ୍ତୁ ଏମିତି, ଲାଗିବ ଖାସ୍‌

g22

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ସଜାଇବା ମହିଳା ମାନଙ୍କ ପାଇଁ ଏକ କଷ୍ଟକର କାମ ବୋଲି ସେମାନେ ଭାବିଥାନ୍ତି। ଏଥିପାଇଁ ଅନେକ ସମୟ ବି ଲାଗିଥିଏ। କିଛି ମହିଳା ଅଛନ୍ତି, ଯେଉଁମାନଙ୍କୁ ଘର ସଜାଡ଼ି ସାରିଲା ପରେ ମଧ୍ୟ ତାହା ଭଲ ଲାଗି ନଥାଏ। କାରଣ କେଉଁ ଜିନିଷ କେଉଁ ଠାରେ ରଖିଲେ ଭଲ ଲାଗିବ ସେ ବିଷୟରେ ତାଙ୍କର ଜ୍ଞାନ କମ୍‌ ଥାଏ। ଘର ସେତେବେଳେ ଭଲ ଲାଗିଥାଏ ଯେତେବେଳେ ସଠିକ୍‌ ଜାଗାରେ ସଠିକ୍‌ ଜିନିଷ ରହିଥାଏ।

Advertisment

ପଡ଼ୋଶୀ ଘରକୁ ବୁଲି ଯାଇଛନ୍ତି ଆଉ ତାଙ୍କ ଘର ସାଜସଜ୍ଜା ଦେଖି ଭାବୁଛନ୍ତି, ଆଃ ! ଆମ ଘର ଏମିତି ସଜା ହୋଇ ପାରନ୍ତା ! ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ପଡ଼ିଶା ଘର ଯେତିକି ସୁନ୍ଦର ଦିଶୁଛି ତା ଠାରୁ ଆପଣଙ୍କ ଘର ଅଧିକ ସୁନ୍ଦର ଦିଶିବ।

ତେବେ ପଢ଼ନ୍ତୁ କିପରି ଆପଣ ଘରକୁ ଏକ ଅଲଗା ଅନ୍ଦାଜ୍‌ରେ ସଜାଇ ପାରିବେ।

publive-image

୧-ଘର ସଜାଇବାର ଅର୍ଥ ନୁହେଁ ଯେ, ଆପଣ ଦାମିକା ଜିନିଷ ଆଣି ରଖି ଦେବେ ଆଉ ଘର ସୁନ୍ଦର ଲାଗିବ। ଆପଣ ଘରର ଗୋଟେ କାନ୍ଥକୁ ଭଲରେ ଡିଜାଇନ୍‌ କରି ରଙ୍ଗ କରିପାରିବେ। ଏହା ଆପଣଙ୍କ ଡ୍ରଇଂ ରୁମ୍‌ରେ କଲେ ଆହୁରି ଭଲ ଲାଗିବ।

Advertisment

୨-ଆପଣ ଡ୍ରଇଂ ରୁମ୍‌ରେ ବିଭିନ୍ନ ପ୍ରକାର ଡିଜାଇନ୍‌ ଫଟୋ ଫ୍ରେମ୍‌ କରି ଟାଙ୍ଗି ପାରିବେ। ଏହା ଆପଣଙ୍କ ଡ୍ରଇଂ ରୁମ୍‌କୁ ଏକ ଅଲଗା ଲୁକ୍‌ ଦେବ।

୩- କାନ୍ଥ କଡ଼ରେ ବଡ଼ ବଡ଼ ଫୁଲ ଦାନୀ ରଖିଲେ  ଭଲ ଲାଗିବ। ଏଇଠି ମନେ ରଖିବେ,  କାନ୍ଥର ରଙ୍ଗ ଓ  ଫୁଲ ରଙ୍ଗ ଏକାପରି ହେଲେ ବେଶି ଭଲ ଲାଗିବ।

Home decor tips in odia

୪-ଲାଇଟ୍‌ ମଧ୍ୟ ଆପଣଙ୍କ ଘରକୁ ଏକ ଅଲଗା ଲୁକ୍‌ ଦେବ। ସେଥିପାଇଁ ବିଭିନ୍ନ ପ୍ରକାର ଲାଇଟ୍‌ ଆଣି ଆପଣ ସଜାଇ ପାରିବେ। କିନ୍ତୁ ଲାଇଟ ଯେପରି ଆଖିକୁ ଆରାମ ଦେଲା ପରି ହୋଇଥିବ।

୫- ଘରର ସବୁ ଜିନିଷ ନିଜ ନିଜ ଜାଗାରେ ରଖନ୍ତୁ। ଏହି ପରି କଲେ ଘର ଆପେ ଆପେ ସଜାଡ଼ି ହୋଇଯିବ। ଯେଇଁ ଜିନିଷ ଭାଙ୍ଗି ଯାଇଛି ବା ରଙ୍ଗ ଛାଡ଼ି ଯାଇଛି ତାହା ସେହି ସ୍ଥାନରୁ ହଟାଇ ଦିଅନ୍ତୁ।

decorate your home with simple tricks

୬- ଘରକୁ ଭଲ ଲାଗିଥାଏ ପରଦା। ତେଣୁ  କବାଟ ଏବଂ ଝରକାରେ ଡିଜାଇନ୍‌ର ପରଦା ଟାଣି ଘରକୁ ସଜାଇ ପାରିବେ।

୭- ଯଦି ଆପଣଙ୍କର କାଚର ଶୋ’ କେସ୍‌ ଅଛି ତାହାଲେ ତା ଭିତରେ ଭଲ ଭଲ ସଜାଇଲା ଭଳି ଜିନିଷ ଆଣି ରଖନ୍ତୁ। ଆଉ ଭଲ ରେ ସଫା ରଖନ୍ତୁ। ଘରକୁ ଆସୁଥିବା ଅତିଥି ମାନଙ୍କର ନଜର ପ୍ରଥମେ ଶୋ’ କେସ୍‌ ଉପରେ ପଡ଼ିଥାଏ। ତେଣୁ କିଛି ଖାସ୍‌ ଦେଖାଯିବା ଭଳି ସଜାଡ଼ନ୍ତୁ।

decorate your bed room

୮-ଆପଣଙ୍କର ଯଦି ବାଲ୍‌କୋନି ଅଛି ତାହାଲେ ସେଠାରେ ଏକ ଝୁଲା ମଧ୍ୟ ଲଗାଇ ପାରିବେ।

Household Tips In Odia