ଆଜିକାଲି ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଲା ବ୍ରଣ। ପୁଅ ହୁଅନ୍ତୁ କି ଝିଅ ସମସ୍ତେ ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି। ସେଥିପାଇଁ ଅନେକ ଉପାୟ ଆପଣେଇଥାନ୍ତି। ବହୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ତେବେ କୌଣସି ଲାଭ ମିଳେ ନାହିଁ ଓ ସେମାନେ ନିରାଶ ହୁଅନ୍ତି। କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବନି। କାରଣ ଆମ ପାଖରେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହା ଦ୍ୱାରା ମାତ୍ର ଗୋଟିଏ ରାତିରେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହୋଇଯିବ।
ଆଇସ୍ ଥେରାପି
ଆଜିକାଲି ତ ସମସ୍ତଙ୍କ ଘରେ ଫ୍ରିଜ୍ ଅଛି। ତେଣୁ ବରଫ ମିଳିବାରେ କିଛି ଅସୁବିଧା ନାହିଁ। ଏହି ବରଫ ବ୍ରଣ ଉପଚାରରେ ଭଲ କାମ କରେ। ବ୍ରଣଗୁଡ଼ିକ ଲାଲ ଲାଲ ଦେଖାଯାଆନ୍ତି। ବରଫ ଲଗାଇଲେ ବ୍ରଣର ରଙ୍ଗ ବଦଳିଯାଏ। ବ୍ରଣ ସ୍ଥାନ କୁଣ୍ଡାଇ ହୁଏ ନାହିଁ। ବେଳେ ବେଳେ ବ୍ରଣ ଗୁଡ଼ିକ ପୋଡ଼େ ବା ଜଳେ। ବରଫ ଲଗାଇଲେ ସେହି ଯନ୍ତ୍ରଣାରୁ ମୁକ୍ତି ମିଳେ। ବାସ୍ତବରେ ବରଫ ଲଗାଇଲେ ରକ୍ତସଞ୍ଚାର ବଢ଼େ ଓ ଏହା ଲୋମଛିଦ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ବରଫର ପ୍ରୟୋଗ ଦ୍ୱାରା ବ୍ରଣ ଚାରିପାଖରେ ରହୁଥିବା ମଳି ଓ ତୈଳ ଅଂଶ ପୂରାପୂରି ବାହାରି ଯାଏ। ତେଣୁ ଆପଣ ଏକ ପରିଷ୍କାର କପଡ଼ାରେ ବରଫକୁ ରଖି ବ୍ରଣ ଉପରେ ଧୀରେ ଧୀରେ ବୁଲାନ୍ତୁ। ଏହି ପ୍ରକ୍ରିୟାକୁ କିଛି ମିନିଟ୍ ଜାରି ରଖନ୍ତୁ।
ଧଳା ଟୁଥ୍ପେଷ୍ଟ
ଧଳା ଟୁଥପେଷ୍ଟ ମଧ୍ୟ ବରଫ ପରି କାମ କରିଥାଏ। ଏହାକୁ ପାଖାପାଖି ୧ ଘଣ୍ଚା ପର୍ଯ୍ୟନ୍ତ ବ୍ରଣରେ ଲଗାଇ ଛାଡ଼ି ଦିଅନ୍ତୁ। ଏକ ଘଣ୍ଟା ପରେ ମୁହଁ ଧୋଇ ଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ପେଷ୍ଚ ଯେପରି ଜେଲ ଯ଼ୁକ୍ତ ନହୋଇଥାଏ।
ଷ୍ଟିମ୍ ଉପଚାର
ଚେହେରାର ଉଜ୍ଜ୍ୱଳତା ପାଇଁ ଷ୍ଟିମ୍ ଉପଚାର ନିହାତି ଆବଶ୍ୟକ। ଏହା କେବଳ ବ୍ରଣ ଦୂର କରେନି, ତ୍ୱଚାକୁ କୋମଳ ମଧ୍ୟ କରିଥାଏ। ଷ୍ଟିମ୍ ଉପଚାର ଦ୍ୱାରା ଲୋମଛିଦ୍ର ଖୋଲିଯାଏ। ଏହା ଦ୍ୱାରା ତ୍ୱଚାକୁ ନିଶ୍ୱାସ ନେବାରେ ସହଜ ହୋଇଥାଏ। ଷ୍ଟିମ୍ ନେବା ଦ୍ୱାରା ଚେହେରାରେ ଜୀବାଣୁ ଜମେ ନାହିଁ। ତେଣୁ ବ୍ରଣ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ।
କଦଳୀ ଚୋପା
କଦଳୀ ଦେହ ପାଇଁ ଯେତେ ସ୍ୱାସ୍ଥ୍ୟକର, ତାର ଚୋପା ମଧ୍ୟ ସେତିକି ଭଲ। ଆପଣଙ୍କ ମୁହଁରେ ବ୍ରଣ ହେଉଥିଲେ କଦଳୀ ଚୋପାକୁ ଆଦୌ ଫିଙ୍ଗନ୍ତୁ ନାହିଁ। କଦଳୀ ଚୋପାକୁ ମୁହଁ ଧୀରେ ଧୀରେ ଘଷନ୍ତୁ। ଯେତେବେଳେ ଲାଗିବ ଯେ କଦଳୀ ଚୋପାର ଥିବା ରସରେ ଆପଣଙ୍କ ମୁହଁ ପୂରା ଭର୍ତ୍ତି ହୋଇଗଲାଣି ସେତେବେଳେ ଘଷିବା ବନ୍ଦ କରି ଦିଅନ୍ତୁ ଓ ସେମିତି ଅବସ୍ଥାରେ ୩୦ ମିନିଟ୍ ବସନ୍ତୁ। ବ୍ରଣ ଯୋଗୁଁ ହେଉଥିବା ଜଳାପୋଡ଼ାକୁ କଦଳୀ ଚୋପା କମାଇ ଦିଏ। ଅଧାଘଣ୍ଟା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ମୁହଁରେ ଅଲଗା ଚମକ ଦେଖାଯିବ। ଏହି ପ୍ରକ୍ରିୟାକୁ ନିୟମିତ କିଛି ଦିନ କରନ୍ତୁ।
ବ୍ରଣ ଦୂର କରିବାରେ ରସୁଣ ବହୁତ କାମରେ ଆସେ। ରସୁଣରେ ଆଣ୍ଚିଭାଇରାଲ, ଆଣ୍ଟିଫଙ୍ଗଲ,ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହା ଖୁବ୍ ଜଲଦି କ୍ଷତକୁ ଶୁଖାଇ ଦିଏ। କେବଳ ସେତିକି ନୁହେଁ ଏହା ବ୍ରଣକୁ ମଧ୍ୟ ସହଜରେ ଭଲ କରି ଦିଏ। ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ କାମ କରିବାକୁ ହେବ। ପ୍ରଥମେ ରସୁଣରୁ ଚୋପାକୁ ଛଡ଼ାଇ ଦିଅନ୍ତୁ। ତା’ପରେ ସେହି ରସୁଣକୁ ବ୍ରଣ ଉପରେ ଲଗାନ୍ତୁ। ଏମିତି ୫ ରୁ ୭ ମିନିଟ୍ ରସୁଣ ଲଗାଇବା ପରେ ମୁହଁକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଆପଣ ଏହି ପ୍ରକ୍ରିୟାକୁ ଏକ ଘଣ୍ଟା ପରେ ପୁଣି ଦୋହରାଇ ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/09/Pimples.jpg)
/odisha-reporter/media/post_attachments/wp-content/uploads/2017/09/ice.jpg)
/odisha-reporter/media/post_attachments/wp-content/uploads/2017/09/toothpaste650x433.jpg)
/odisha-reporter/media/post_attachments/wp-content/uploads/2017/09/steam-face.jpg)
/odisha-reporter/media/post_attachments/wp-content/uploads/2017/09/banana.jpg)
/odisha-reporter/media/post_attachments/wp-content/uploads/2017/09/garlic.jpg)