Advertisment

ଚୁଟି ଝଡୁଛି କି? ଆପଣଙ୍କ ପରିବା ଡାଲାରେ ଅଛି ଏକ ଅବ୍ୟର୍ଥ ଔଷଧ

ଭୁବନେଶ୍ୱର: ଯଦି ଆପଣ ଅନେକ ପ୍ରକାର ହେୟାର ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ କୌଣସି ଲାଭ ହେଉ ନାହିଁ। ପ୍ରତିଦିନ କେଶ ଝଡ଼ିବା ସହ ଶୁଷ୍କ ଦେଖା ଯାଉଛି। ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଅଦା ଦ୍ୱାରା କିପରି ନିଜ କେଶର ଯତ୍ନ ନେଇ ପାରିବେ ଜଣାଇବୁ। ମହିଳା ହେଉକି ଯୁବତୀ ସମସ୍ତେ  ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରନ୍ତି। ତେବେ ଦୂଷିତ ଖାଦ୍ୟପ୍ରେୟ , ଠିକ୍ ସମୟରେ ଖାଦ୍ୟ […]

ଚୁଟି ଝଡୁଛି କି? ଆପଣଙ୍କ ପରିବା ଡାଲାରେ ଅଛି ଏକ ଅବ୍ୟର୍ଥ ଔଷଧ

MJS 478266020

Advertisment

ଭୁବନେଶ୍ୱର: ଯଦି ଆପଣ ଅନେକ ପ୍ରକାର ହେୟାର ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ କୌଣସି ଲାଭ ହେଉ ନାହିଁ। ପ୍ରତିଦିନ କେଶ ଝଡ଼ିବା ସହ ଶୁଷ୍କ ଦେଖା ଯାଉଛି। ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଅଦା ଦ୍ୱାରା କିପରି ନିଜ କେଶର ଯତ୍ନ ନେଇ ପାରିବେ ଜଣାଇବୁ।

Advertisment

ମହିଳା ହେଉକି ଯୁବତୀ ସମସ୍ତେ  ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରନ୍ତି। ତେବେ ଦୂଷିତ ଖାଦ୍ୟପ୍ରେୟ , ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ମାନସିକ ଦୁଃଚିନ୍ତା ଓ ଦୂଷିତ ପରିବେଶ କାରଣରୁ  ଲମ୍ବା କେଶ ରଖିବାର ସ୍ୱପ୍ନ ବହୁ କମ୍ ଲୋକଙ୍କ ପୂରଣ ହୋଇଥାଏ। ଆଜିକାଲି କେବଳ ମହିଳା ନୁହଁନ୍ତି ପୁରୁଷମାନଙ୍କର ମଧ୍ୟ କେଶ ଝଡ଼ିବା ସମସ୍ୟା ଦେଖା ଦେଉଛି। କେଶ ଲମ୍ୱା ଚାହୁଁଥିଲେ ଅଦା ସବୁଠାରୁ ଶସ୍ତା ଓ ସହଜ ଉପାୟ। ଅଦା ରସ ୧୦ରୁ ୧୫ ମିନିଟ୍ କେଶରେ ମାଲିସ କରିବା ଦ୍ୱାରା ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆଜିକାଲି ଅଧିକାଂଶ ଲୋକଙ୍କ କେଶ ଝଡ଼ିବା ସମସ୍ୟା ଦେଖା ଦେଉଛି। ଡାକ୍ତରଙ୍କ କହିବାନୁସାରେ ଦିନକୁ ୧୦୦ଟି କେଶ ଝଡୁଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ଯଦି ୧୦୦ରୁ ଅଧିକ କେଶ ଝଡ଼ୁଛି ତେବେ ଆମେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ।  କେଶ ମୂଳରେ ଅଦା ଖଣ୍ଡ ମାଲିସ କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ। କେଶରେ ଅଦା ମାଲିସ କରିବା ପରେ ସାମ୍ପୁ କରି ଧୁଅନ୍ତୁ।

Advertisment

ଯେଉଁମାନଙ୍କ କେଶ ଶୁଷ୍କ ହୋଇଯାଉଛି ଅଦା ଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ। ଅଦାରେ ଆଣ୍ଟି ବେକ୍ଟରିଆଲ୍ ଗୁଣ ରହିଥିବାରୁ କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ। ବଜାରରେ ଅଦା ତେଲ ମଧ୍ୟ ଉପଲବ୍ଧ ହେଉଛି। ସେହି ତେଲ ମଧ୍ୟ ଆପଣ କେଶରେ ଲଗାଇ ପାରିବେ।

ଚମକଦାର କେଶ ଚାହୁଁଥିବା ଯୁବତୀମାନେ ଅଦା ଖାଆନ୍ତୁ। ସକାଳେ ଖାଲି ପେଟରେ ଏକ ଛୋଟ ଖଣ୍ଡ ଅଦା ଖାଇବା ଦ୍ୱାରା କେଶର ଚମକ ଆସିଥାଏ। ଏହାସହିତ ଅଦା ରସ ଓ ଓଲିଭ ଅଏଲ୍ ମିଶାଇ କେଶରେ ଲଗାଇ ରାତି ସାରା ରଖନ୍ତୁ। ଏହାପରେ କେଶ ଧୁଅନ୍ତୁ। ଏହାପରେ ନିଜେ ଜାଣି ପାରିବେ ଆପଣଙ୍କ କେଶ କେତେ ଚମକୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe