Advertisment

କେଶକୁ ଘନ ଏବଂ ମଜବୁତ୍‌ କରେ ନିମ୍ବ, ଏହିପରି କରନ୍ତୁ ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ବରେ ଅନେକ ଔଷଧିୟ ଗୁଣ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ଉପକାରୀ ଚର୍ମ ପାଇଁ ମଧ୍ୟ ବରଦାନ ସଦୃଶ। ଏହାକୁ ଆମ ତ୍ୱଚାରେ ଅନେକ ଉପାୟରେ ବ୍ୟବହାର କରାଯାଏ। କ’ଣ ଆପଣ ଜାଣିଛନ୍ତି କି, ନିମ୍ବ ଆମ କେଶ ପାଇଁ ବହୁତ ଫାଇଦା ଦେଇଥାଏ। ଯଦି ଆପଣ କେଶକୁ ସୁନ୍ଦର ଏବଂ ଘନ କରିବାକୁ ଚାହୁଁଛନ୍ତି, ତାହାଲେ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର ନ କରି ଘରୋଇ […]

କେଶକୁ ଘନ ଏବଂ ମଜବୁତ୍‌ କରେ ନିମ୍ବ, ଏହିପରି କରନ୍ତୁ ବ୍ୟବହାର

72

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ବରେ ଅନେକ ଔଷଧିୟ ଗୁଣ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ଉପକାରୀ ଚର୍ମ ପାଇଁ ମଧ୍ୟ ବରଦାନ ସଦୃଶ। ଏହାକୁ ଆମ ତ୍ୱଚାରେ ଅନେକ ଉପାୟରେ ବ୍ୟବହାର କରାଯାଏ। କ’ଣ ଆପଣ ଜାଣିଛନ୍ତି କି, ନିମ୍ବ ଆମ କେଶ ପାଇଁ ବହୁତ ଫାଇଦା ଦେଇଥାଏ। ଯଦି ଆପଣ କେଶକୁ ସୁନ୍ଦର ଏବଂ ଘନ କରିବାକୁ ଚାହୁଁଛନ୍ତି, ତାହାଲେ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର ନ କରି ଘରୋଇ ଉପାୟରେ ଏହି ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତୁ।

Advertisment

publive-image

ଲିମ୍ବ କେଶକୁ ଝଡ଼ିବାକୁ ଦିଏ ନାହିଁ।  ଘନ କରିଥାଏ। କେବଳ ଏତିକି ନୂହେଁ ଏହା କେଶରେ ରୂପି ସମସ୍ୟା ମଧ୍ୟ ଦୂର କରିଥାଏ।

ତାହାଲେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରି ସୁଫଳ ପାଇ ପାରିବେ।

publive-image

ଆପଣ କିଛି ତାଜା ନିମ୍ବ ପତ୍ର ଆଣି ଭଲରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପତ୍ରକୁ ଭଲରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ କେଶରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଆଉ ପରେ ପାଣିରେ ଧୋଇ ଦିଅନ୍ତୁ। ଏହା କେଶକୁ ମଜବୁତ୍‌ କରିବା ସହ ପ୍ରାକୃତିକ କଣ୍ଡିସନର୍‌ ଭଳି କାମ ଦେବ।

Advertisment

publive-image

ଯଦି କେଶ ଶୁଷ୍କ ହୋଇଯାଇଛି ତାହାଲେ ତାଜା ନିମ୍ବ ପତ୍ର ଆଣି ଖରାରେ ଶୁଖାଇ ଦିଅନ୍ତୁ। ପତ୍ର ଶୁଖିଗଲା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ଆପଣ ନିମ୍ବ ପତ୍ର ଗୁଣ୍ଡକୁ ମହୁରେ ମିଶାଇ କେଶରେ ଲଗାନ୍ତୁ। ଏବଂ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ। ତେଲରେ ମିଶାଇ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ।

publive-image

ଏହା କଲେ କେଶ ମଜବୁତ୍‌ ହେବ। ଏହା କେଶକୁ ସୁନ୍ଦର ଏବଂ ଘନ ମଧ୍ୟ କରିଥାଏ। ଏହା ସହ ଆପଣଙ୍କ କେଶରେ କୌଣସି ସମସ୍ୟା ହେବାକୁ ଦେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe