Advertisment

Kitchen Tips: ବାସନରୁ ସହଜରେ ଛଡ଼ାନ୍ତୁ ପୋଡ଼ା ଦାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ତା’ସହିତ ଆଉ କିଛି ଟିପ୍ସ ବିଷୟରେ […]

ଅଦ୍ୟତନ ହୋଇଛି
Kitchen Tips: ବାସନରୁ ସହଜରେ ଛଡ଼ାନ୍ତୁ ପୋଡ଼ା ଦାଗ

plate

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ତା’ସହିତ ଆଉ କିଛି ଟିପ୍ସ ବିଷୟରେ ବି ଜାଣି ନିଅନ୍ତୁ।

Advertisment

Kitchen tips in odia

୧. ଘରକୁ ଫୁଲରେ ସଜାଇବା ପାଇଁ ଜାମ୍‌ ଓ ସସ୍‌ର ଖାଲି ବୋତଲ ବ୍ୟବହାର କରନ୍ତୁ। ଏସବୁ ବୋତଲରୁ ଲେବଲ୍‌ ଛଡ଼ାଇବା ପାଇଁ ମିୟୋନିଜ୍‌ ଲଗାଇ ଘଷନ୍ତୁ। ଦେଖିବେ ଲେବଲ୍‌ ସହଜରେ ଛାଡ଼ିଯିବ।

୨. ଷ୍ଟିଲ୍‌, ପିତ୍ତଳ ଓ କପର୍‌ ବାସନକୁ ସଫା କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରନ୍ତୁ।

Advertisment

୩. ରୋଷେଇ ବେଳେ ତେଲ ଓ ମସଲା ଆଦି ପଡ଼ି ଗ୍ୟାସ୍‌ରେ ଦାଗ ହୋଇଯାଏ। ଏହି ଦାଗ ହଟାଇବା ପାଇଁ ଆପଣ କାର୍‌ ୱାକ୍ସ ବ୍ୟବହାର କରିପାରିବେ।

Keep your kitchen clean

୪. ଖାଦ୍ୟ ପୋଡ଼ିଗଲେ ଏହାର ପୋଡ଼ା ଦାଗ ବାସନରୁ ସହଜରେ ଛାଡ଼ି ନଥାଏ। ଏଥିପାଇଁ ଆପଣ ଭିନେଗାର୍‌ ବ୍ୟବହାର କରିପାରିବେ। ପ୍ରଥମେ ପୋଡ଼ା ବାସନରେ ଭିନେଗାର୍‌ ଓ ପାଣି ମିଶାଇ କିଛି ସମୟ ଗ୍ୟାସ୍‌ରେ ଫୁଟାନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସଫା କରିବା ପରେ ଦେଖିବେ ପୋଡ଼ା ଦାଗ ସହଜରେ ଛାଡ଼ିଯିବ।

୫. ଘରର ଚଟାଣ ସଫା କରିବା ପାଇଁ କେମିକାଲ୍‌ ଯୁକ୍ତ ଲିକ୍ୱିଡ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ ସହଜରେ ନଷ୍ଟ ହୋଇଥା’ନ୍ତି। କିନ୍ତୁ ଇଲେକ୍ଟ୍ରୋନିକ୍ସ ଜିନିଷ ସଫା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

୬. ଘର ସଫା କରିବା ସମୟରେ ଅଦରକାରୀ ଜିନିଷ ଫିଙ୍ଗି ଦିଅନ୍ତୁ। ପୁରୁଣା ମେକଅପ୍‌ କିଟ୍‌, ଔଷଧ ଓ ରୋଷେଇ ଦ୍ରବ୍ୟକୁ ଘରେ ରଖନ୍ତୁ ନାହିଁ।

Kitchen Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe