olive
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଅଲିଭ୍ ସାହାଯ୍ୟ କରିଥାଏ। ଏହାର ପତ୍ର ଓ ତେଲ ଦୁଇଟି ଯାକ ଲାଭଦାୟକ। ଏଥିରେ ରହିଛି ଜରୁରୀ ନ୍ୟୁଟ୍ରିଏଣ୍ଟସ୍ ଓ ଫ୍ୟାଟି ଏସିଡ୍। ଭଲ ଲୁକ୍ ପାଇବା ପାଇଁ ଡାଏଟିସିଆନ୍ ଅଲିଭ୍କୁ ଡାଏଟ୍ରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଅଲିଭ୍ ପତ୍ରରେ ପ୍ରଚୁର ମାତ୍ରାରେ ଫାଇବର୍ ରହିଛି, ଯାହା ଆମ ଶରୀରରେ ମେଟାବୋଲିଜିମ୍କୁ ଠିକ୍ ରଖି ଟାଇପ୍-୨ ଡାଇବେଟିସ୍କୁ ନିୟନ୍ତ୍ରଣ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଲିଭ୍ ପତ୍ରକୁ କେମିତି ବ୍ୟବହାର କରିବେ।
୧. ବଜାରରେ ମିଳୁଥିବା ଅଲିଭ୍ ପତ୍ରକୁ ଆଣି ଧୋଇ ଅଳ୍ପ ଖରାରେ ଶୁଖାନ୍ତୁ। ଅଧିକ ଖରାରେ ଶୁଖାଇଲେ ଏଥିରେ ଥିବା ଔଷଧୀୟ ଗୁଣ ନଷ୍ଟ ହୋଇଯାଇଥାଏ। ତେଣୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ। ପତ୍ର ଶୁଖିଯିବା ପରେ ଏହାକୁ ହାତରେ ଗୁଣ୍ଡ କରି ଚାହାପତି ଭାବରେ ବ୍ୟବହାର କରନ୍ତୁ।
/odisha-reporter/media/post_attachments/wp-content/uploads/2020/02/o22.jpg)
୨. ଆପଣ ଚାହିଁଲେ ଶୁଖି ଯାଇଥିବା ଅଲିଭ୍ ପତ୍ରକୁ ଚୂନା କରି ଗରମ ପାଣିରେ କାଢ଼ା ପ୍ରସ୍ତୁତ କରି ପିଇପାରିବେ। ଏହି କାଢ଼ା ଶରୀରରେ ଗ୍ଲୁକୋଜ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ।
୩. ଅଲିଭ୍ରେ ଥିବା ଇନ୍ଫ୍ଲାମେଣ୍ଟାରୀ ଗୁଣ ଶରୀରରୁ ଅତିରିକ୍ତ କୋଲେଷ୍ଟ୍ରଲ୍କୁ ସଫା କରି ହାର୍ଟ ଆଟାକ୍ର ଆଶଙ୍କା କମ୍ କରିଥାଏ।
୪. କେବଳ ଅଲିଭ୍ ପତ୍ର ନୁହେଁ, ବଜାରରେ ମିଳୁଥିବା ଏହାର ତେଲରୁ ମଧ୍ୟ ଆପଣ ଖାଦ୍ୟ ରୋଷେଇ କରିବାରେ ବ୍ୟବହାର କରିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/olive.jpg)