Advertisment

ଦାନ୍ତ ହଳଦିଆ ପଡ଼ି ଯାଉଛି କି? ପଢ଼ନ୍ତୁ କିଛି ଘରୋଇ ଉପଚାର

ସମସ୍ତେ ପାଟି ଖୋଲି ହସିବାକୁ ଚାହାଁନ୍ତି। କିନ୍ତୁ କୌଣସି ନା କୌଣସି କାରଣରୁ ଅନେକ ଲୋକ ହାଲ୍‌କା ହସି କାମ ଚଳାଇ ଦିଅନ୍ତି। ସେମାନଙ୍କ ମଧ୍ୟରୁ କିଛି ଦାନ୍ତ ହଳଦିଆ ପଡ଼ି ଯାଇଥିବାରୁ ପାଟି ଖୋଲି ହସନ୍ତି ନାହିଁ। ଯେତେ ଭଲ ଟୁଥ୍‌ପେଷ୍ଟର ବ୍ୟବହାର କଲେ ବି ଦାନ୍ତରୁ ହଳଦିଆ ରଙ୍ଗ ଛାଡ଼େ ନାହିଁ। ଯଦି ଦାନ୍ତର ହଳଦିଆ ରଙ୍ଗ ଆପଣଙ୍କୁ ପାଟି ଖୋଲି ହସିବାକୁ ଦେଉ ନାହିଁ ତା’ହେଲେ ଘରେ ଉପଲବ୍ଧ ହେଉଥିବା ପାଞ୍ଚଟି ଜିନିଷ […]

ଅଦ୍ୟତନ ହୋଇଛି
ଦାନ୍ତ ହଳଦିଆ ପଡ଼ି ଯାଉଛି କି? ପଢ଼ନ୍ତୁ କିଛି ଘରୋଇ ଉପଚାର
Advertisment

ସମସ୍ତେ ପାଟି ଖୋଲି ହସିବାକୁ ଚାହାଁନ୍ତି। କିନ୍ତୁ କୌଣସି ନା କୌଣସି କାରଣରୁ ଅନେକ ଲୋକ ହାଲ୍‌କା ହସି କାମ ଚଳାଇ ଦିଅନ୍ତି। ସେମାନଙ୍କ ମଧ୍ୟରୁ କିଛି ଦାନ୍ତ ହଳଦିଆ ପଡ଼ି ଯାଇଥିବାରୁ ପାଟି ଖୋଲି ହସନ୍ତି ନାହିଁ। ଯେତେ ଭଲ ଟୁଥ୍‌ପେଷ୍ଟର ବ୍ୟବହାର କଲେ ବି ଦାନ୍ତରୁ ହଳଦିଆ ରଙ୍ଗ ଛାଡ଼େ ନାହିଁ। ଯଦି ଦାନ୍ତର ହଳଦିଆ ରଙ୍ଗ ଆପଣଙ୍କୁ ପାଟି ଖୋଲି ହସିବାକୁ ଦେଉ ନାହିଁ ତା’ହେଲେ ଘରେ ଉପଲବ୍ଧ ହେଉଥିବା ପାଞ୍ଚଟି ଜିନିଷ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ସାହାଯ୍ୟ କରିବ। ଏଗୁଡ଼ିକୁ କିଛି ଦିନ ବ୍ୟବହାର କଲେ ଦାନ୍ତ ମୋତି ଭଳି ଚମକିବା ଆରମ୍ଭ କରିବ।publive-image

Advertisment
  • ଷ୍ଟ୍ରବେରୀ ଦାନ୍ତରୁ ହଳଦିଆ ରଙ୍ଗକୁ ଦୂର କରିବାରେ ବହୁତ ସାହାଯ୍ୟ କରେ। ଷ୍ଟ୍ରବେରୀରେ ଏନ୍‌ଜାଇମ୍ ମୋଲିକ୍ ଏସିଡ୍‌ ଓ ଭିଟାମିନ ସି ରହିଛି। ଏହା ଦାନ୍ତରୁ ହଳଦିଆ ରଙ୍ଗକୁ ଦୂର କରି ଦିଏ। ତେଣୁ ସପ୍ତାହରେ ଅତି କମ୍‌ରେ ଦୁଇ ଥର ଷ୍ଟ୍ରବେରୀରେ ଦାନ୍ତ ଘଷନ୍ତୁ। ଏହାକୁ ପ୍ରଥମେ ବାଟି ଦିଅନ୍ତୁ ଓ ସେହି ପେଷ୍ଟରେ ବ୍ରସ୍ କରନ୍ତୁ। ଯଦି ଆପଣ ଏଥିରେ ବ୍ରସ୍ କରିପାରୁ ନାହାନ୍ତି, ତା’ହେଲେ ଷ୍ଟ୍ରବେରୀକୁ ଚୋବାଇ ଖାଆନ୍ତୁ।publive-image
  • ଅଧିକାଂଶ ଦାନ୍ତ ଚିକିତ୍ସକ ମାନନ୍ତି ଯେ ବ୍ରସିଂ ତୁଳନାରେ ଫ୍ଲୋସିଂ (ଦାନ୍ତ ସଫା କରିବା ସୂତା) ଅଧିକ ମହତ୍ତ୍ୱପୂର୍ଣ୍ଣ। ଫ୍ଲୋସିଂ ଦାନ୍ତ ମଧ୍ୟରେ ଥିବା ହଳଦିଆ ରଙ୍ଗକୁ ହଟାଇ ଦିଏ। ତେଣୁ ସପ୍ତାହରେ ଅତି କମ୍‌ରେ ଦୁଇ ଥର ଫ୍ଲୋସିଂ କରିବା ଉଚିତ।publive-image
  • ଦାନ୍ତକୁ ସଫା କରିବାରେ ଯେଉଁ ଦୁଇଟି ଘରୋଇ ଜିନିଷ ଅଧିକ ବ୍ୟବହୃତ କରାଯାଏ, ତାହା ହେଉଛି ବେକିଂ ସୋଡ଼ା ଓ ଲେମ୍ବୁ। ଏହି ଦୁଇଟିର ମିଶ୍ରଣ ଆପଣଙ୍କ ହସକୁ ଆହୁରି ଚମକଦାର କରିଥାଏ। ଦୁଇଟି ଯାକ ଜିନିଷକୁ ଅଲଗା ଅଲଗା ଭାବେ ବ୍ୟବହାର କଲେ ଦାନ୍ତରେ ଚମକ ଆସେ। ତେବେ ଏ ଦୁଇଟିକୁ ମିଶାଇ ବ୍ୟବହାର କଲେ ଅଧିକ ଫଳ ମିଳେ। ସପ୍ତାହରେ ଅତିକମ୍‌ରେ ଥରେ ଏଥିରେ ବ୍ରସ୍ କରିବା ଉଚିତ। ତେବେ ଏହାକୁ ବ୍ୟବହାର କଲେ ପାଟିରେ ଅଧିକ ଜଳାପୋଡ଼ା ହେଲେ ତୁରନ୍ତ ବନ୍ଦ କରି ଦିଅନ୍ତୁ।
  • ଦାନ୍ତକୁ ଚିକ୍‌ଚିକ୍‌ କରିବାରେ ଫଳ ଓ ପନିପରିବାଗୁଡ଼ିକ ବହୁତ ସାହାଯ୍ୟ କରନ୍ତି। ସେଓ ଓ ଗାଜର ଆଦି ଦାନ୍ତ ପାଇଁ ଭାରି ଭଲ। ସେଓ ଓ ଗାଜର ଆଦି ଖାଇବା ବେଳେ ଏଗୁଡ଼ିକ ଦାନ୍ତ ପାଇଁ ଟୁଥ୍‌ବ୍ରସ୍ ଭଳି କାମ କରିଥାଆନ୍ତି। ଏଗୁଡ଼ିକୁ ଭଲ ଭାବେ ଚୋବାଇଲେ ଦାନ୍ତରୁ ବ୍ୟାକ୍ଟେରିଆ ହଟିବା ସହିତ ଦାନ୍ତ ମଝିରେ ରହିଥିବା ଖାଦ୍ୟ ବି ବାହାରି ଯାଏ। ଫଳ ଓ କଞ୍ଚାପନିପରିବାରେ ଥିବା ଏସିଡ୍ ଦାନ୍ତରୁ ହଳଦିଆ ରଙ୍ଗକୁ ଦୂର କରିଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe