Advertisment

ଚାଉଳ ପାଣିର ଚମତ୍କାରିତା: କେଶକୁ କରେ ଘନ ଓ ଶକ୍ତିଶାଳୀ

ଏବେ ସମୟ ବଦଳୁଛି। ବଦଳୁଥିବା ସମୟ ଅନୁସାରେ ମଣିଷର ଚାଲି ଚଳଣୀ ବି ବଦଳୁଛି। କିନ୍ତୁ ଆଧୁନିକ ଚଳଣୀ ମଣିଷ ପାଇଁ ବେଳେବେଳେ ବିପଦ ଡାକି ଆଣୁଛି। ଅଜବ ଲାଇଫ୍ ଷ୍ଟାଇଲ୍ ଯୋଗୁ ଆମେ ନିଜ ପାଇଁ ରୋଗ ବି ଡାକି ଆଣୁଛନ୍ତି। ଏହାର ଗୋଟେ ବଡ଼ ଉଦାହରଣ ହେଲା ଆମ କେଶ। ଆଜିକାଲି ସମସ୍ତେ ନିଜ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି। କିଏ ଦାମିକିଆ କେମିକାଲ ପ୍ରଡକ୍ଟ […]

ଚାଉଳ ପାଣିର ଚମତ୍କାରିତା: କେଶକୁ କରେ ଘନ ଓ ଶକ୍ତିଶାଳୀ

hair

Advertisment

ଏବେ ସମୟ ବଦଳୁଛି। ବଦଳୁଥିବା ସମୟ ଅନୁସାରେ ମଣିଷର ଚାଲି ଚଳଣୀ ବି ବଦଳୁଛି। କିନ୍ତୁ ଆଧୁନିକ ଚଳଣୀ ମଣିଷ ପାଇଁ ବେଳେବେଳେ ବିପଦ ଡାକି ଆଣୁଛି। ଅଜବ ଲାଇଫ୍ ଷ୍ଟାଇଲ୍ ଯୋଗୁ ଆମେ ନିଜ ପାଇଁ ରୋଗ ବି ଡାକି ଆଣୁଛନ୍ତି। ଏହାର ଗୋଟେ ବଡ଼ ଉଦାହରଣ ହେଲା ଆମ କେଶ।

Advertisment

ଆଜିକାଲି ସମସ୍ତେ ନିଜ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି। କିଏ ଦାମିକିଆ କେମିକାଲ ପ୍ରଡକ୍ଟ ବ୍ୟବହାର କରୁଛି ତ ଆଉକିଏ ନିଜ ଅଜାଣତରେ ବଜାରରୁ ଶସ୍ତା ଓ ଖରାପ ପ୍ରଡକ୍ଟ ଆଣି ବ୍ୟବହାର କରୁଛି। ଏହାଦ୍ୱାରା କେଶ ଓ ତ୍ୱଚାର ସମସ୍ୟା ତ ଦୂର ହୋଇ ପାରୁନି, ବରଂ ଆମେ ନିଜ ପାଇଁ ରୋଗ ଡାକି ଆଣୁଛୁ । ଏବେ ଜାଣନ୍ତୁ ଦେଶୀ ଉପାୟରେ କେମିତି ପାଇବେ ଘନକେଶ

୧. ଚାଉଳ ପାଣି ହେଉଛି ଆପଣ କେଶର ଯତ୍ନ ନେଇପାରିବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଉପକାରୀ। ଘରେ ଚାଉଳ ଧୋଇବା ପରେ ଚାଉଳଧୁଆ ପାଣିକୁ ଫୋପାଡି ଦିଅନ୍ତି। ତାକୁ ବି ଆପଣ ତ୍ୱଚା ଓ କେଶର ଯତ୍ନରେ ଲଗାଇ ପାରିବେ।

Advertisment

୨. ଚାଉଳ ପାଣି ବ୍ୟବହାର କରିବା ଦ୍ୱାରା କେଶରେ ହୋଇଥିବା କେମିକାଲ୍ ଡ୍ୟାମେଜ୍ ଦୂରହେବ। ନିୟମିତ ଏହାର ବ୍ୟବହାର ଦ୍ୱାରା କେଶ ଘନ, ମଜଭୁଜ ଓ ଚମକଦାର୍ ହୋଇଥାଏ।

୩. ଚାଉଳ ପାଣିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ଏହା କେଶ ସମସ୍ୟାକୁ ଦୂର କରିଥାଏ। ଧୋଇବା ପରେ କେଶରେ ଦେଖା ଦେଉଥିବା ଶୁଷ୍କତା ଓ ଜଟ ସମସ୍ୟାର ସମାଧାନ, ଚାଉଳ ପାଣି ବ୍ୟବହାର ଦ୍ୱାରା ଭଲ ହୋଇଥାଏ।

୪. ଚାଉଳ ପାଣିରେ ଏମିନୋ ଏସିଡ୍ ନାମକ ତତ୍ୱ ଥାଏ, ଯାହା କେଶକୁ କୋମଳ କରି ଦେଇଥାଏ।

୫. କେଶ ବୃଦ୍ଧି କରିବାକୁ ଓ ଏହାକୁ ଶକ୍ତିଶାଳୀ କରିବାକୁ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। କିନ୍ତୁ ଆପଣ ଚାଉଳ ପାଣିରେ କେଶ ଧୋଇଲେ କେଶ ପାଇଁ ଜରୁରି ପୁଷ୍ଟକର ପରିବେଶ ଆପେ ମିଳିଯାଇଥାଏ।

୬. ହାଣ୍ଡିରେ ଚାଉଳ ପଡ଼ିବାର କିଛି ସମୟ ପରେ ସେହି ଗରମ ପାଣିରୁ କିଛି ବାହାର କରି ସେଥିରେ କେଶ ଧୋଇଲେ ଅନେକ ଭିଟାମିନ ଓ ମିନେରାଲ ମିଳିଥାଏ, ଯାହା କେଶକୁ ଘନ ଓ ଲମ୍ବା କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe