କାଠ ପାନିଆ ବ୍ୟବହାର କରନ୍ତୁ, ପାଇବେ ବହୁତ ଫାଇଦା

ଲୋକେ ଶରୀରର କୌଣସି ଅଙ୍ଗର ଯତ୍ନ ନିଅନ୍ତୁ ଅବା ନ ନିଅନ୍ତୁ ଚୁଟିକୁ ସଜେଇବାକୁ ଭୁଲି ନଥାନ୍ତି। ଆଦିମ କାଳରୁ ଏହା ରହି ଆସିଛି। ଆଧୁନିକ ଯୁଗରେ ଚୁଟିକୁ ଷ୍ଟାଲ କରିବା ଟ୍ରେଣ୍ଡରେ ପରିଣତ ହୋଇଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ହେୟାର ଷ୍ଟାଇଲ ଦେଖିବାକୁ ମିଳୁଛି। ଯେତେ ଯାହା କଲେ କି ଷ୍ଟାଇଲକୁ ବଜାୟ ରଖିବାକୁ ପାନିଆ ନିହାତି ଆବଶ୍ୟକ। ବିନା ପାନିଆରେ ହେୟାର ଷ୍ଟାଲର କଳ୍ପନା କରାଯାଇ ପାରିବ ନାହିଁ। ଆଜିକାଲି ବିଭିନ୍ନ କିଷମର ପାନିଆ […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 09:55 AM IST

Sports

Latest News

ଲୋକେ ଶରୀରର କୌଣସି ଅଙ୍ଗର ଯତ୍ନ ନିଅନ୍ତୁ ଅବା ନ ନିଅନ୍ତୁ ଚୁଟିକୁ ସଜେଇବାକୁ ଭୁଲି ନଥାନ୍ତି। ଆଦିମ କାଳରୁ ଏହା ରହି ଆସିଛି। ଆଧୁନିକ ଯୁଗରେ ଚୁଟିକୁ ଷ୍ଟାଲ କରିବା ଟ୍ରେଣ୍ଡରେ ପରିଣତ ହୋଇଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ହେୟାର ଷ୍ଟାଇଲ ଦେଖିବାକୁ ମିଳୁଛି। ଯେତେ ଯାହା କଲେ କି ଷ୍ଟାଇଲକୁ ବଜାୟ ରଖିବାକୁ ପାନିଆ ନିହାତି ଆବଶ୍ୟକ। ବିନା ପାନିଆରେ ହେୟାର ଷ୍ଟାଲର କଳ୍ପନା କରାଯାଇ ପାରିବ ନାହିଁ। ଆଜିକାଲି ବିଭିନ୍ନ କିଷମର ପାନିଆ ବଜାରରେ ଉପଲବ୍ଧ ହେଉଛି। ହେଲେ କାଠ ପାନିଆର କଥା ଅଲଗା। ଏହା ଚୁଟି ପାଇଁ ଔଷଧ ପରି କାମ କରିଥାଏ। ଆସନ୍ତୁ ଜାଣିବା କାଠ ପାନିଆ ବ୍ୟବହାର ଦ୍ୱାରା କଗ୍ଦଣ ଲାଭ ମିଳିଥାଏ।

ଚିନ୍ତାମୁକ୍ତ କରେ: କାଠ ପାନିଆ ବ୍ୟବହାର ଦ୍ୱାରା ମୁଣ୍ଡରେ ରକ୍ତ ସଂଚାଳନ ଠିକ୍‌ହୋଇଥାଏ। ମସାଜ କରିବା ପରେ ଯେମିତି ଶରୀରରେ ଫୂର୍ତ୍ତି ଆସିଥାଏ, ସେହିପରି ଏହା ମୁଣ୍ଡକୁ ଫାଇଦା ଦେଇଥାଏ ଓ ଚିନ୍ତାମୁକ୍ତ କରିଥାଏ।

ତେଲ ଶୁଖାଇ ଦିଏ: ମୁଣ୍ଡରେ ଅଧିକ ତେଲ ଥିଲେ ଏହା ଚିପ୍‌ଚିପ୍‌ହୋଇଥାଏ। ଏପରି ହେଲେ କାହାକୁ ଅବା ଭଲ ଲାଗିବ? ହେଲେ କାଠ ପାନିଆ ବ୍ୟବହାର କରୁଥିଲେ ଏହା ମୁଣ୍ଡରେ ଥିବା ଅଧିକ ତେଲକୁ ଶୁଖାଇ ଦେଇଥାଏ।

ବୈଦ୍ୟୁତିକ ପ୍ରଭାବ କମାଇଥାଏ: ପ୍ଲାଷ୍ଟିକ୍ ପାନିଆ ବ୍ୟବହାର କଲେ ମୁଣ୍ଡରେ ସ୍ଥିର ବୈଦ୍ୟୁତିକ ପ୍ରବାହ ସୃଷ୍ଟି ହୋଇଥାଏ। ଯାହା ଚୁଟି ଉପରେ ପ୍ରଭାବ ପକାଇଥାଏ। ସାଧାରଣତଃ ଚୁଟି ଫାଟିଯାଇଥାଏ। ହେଲେ କାଠ ପାନିଆ ବ୍ୟବହାର କଲେ ଏପରି ସମସ୍ୟାରୁ ମୁକ୍ତି ମିଳିଥାଏ।

ଚୁଟି ଝଡ଼ିବା କମିଥାଏ: ଫାଟି ଯାଇଥିବା ଅଥବା ଦୁର୍ବଳ ହୋଇଯାଇଥିବା ଚୁଟି ଶୀଘ୍ର ଝଡ଼ି ଯାଇଥାଏ। କାଠ ପାନିଆ ବ୍ୟବହାର କଲେ ଏହା ଅଧିକ ଖରାପ ହୋଇ ନଥାଏ ଓ ଚୁଟି ଝଡ଼ିବା କମିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos