Advertisment
ଲୋକେ ଶରୀରର କୌଣସି ଅଙ୍ଗର ଯତ୍ନ ନିଅନ୍ତୁ ଅବା ନ ନିଅନ୍ତୁ ଚୁଟିକୁ ସଜେଇବାକୁ ଭୁଲି ନଥାନ୍ତି। ଆଦିମ କାଳରୁ ଏହା ରହି ଆସିଛି। ଆଧୁନିକ ଯୁଗରେ ଚୁଟିକୁ ଷ୍ଟାଲ କରିବା ଟ୍ରେଣ୍ଡରେ ପରିଣତ ହୋଇଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ହେୟାର ଷ୍ଟାଇଲ ଦେଖିବାକୁ ମିଳୁଛି। ଯେତେ ଯାହା କଲେ କି ଷ୍ଟାଇଲକୁ ବଜାୟ ରଖିବାକୁ ପାନିଆ ନିହାତି ଆବଶ୍ୟକ। ବିନା ପାନିଆରେ ହେୟାର ଷ୍ଟାଲର କଳ୍ପନା କରାଯାଇ ପାରିବ ନାହିଁ। ଆଜିକାଲି ବିଭିନ୍ନ କିଷମର ପାନିଆ ବଜାରରେ ଉପଲବ୍ଧ ହେଉଛି। ହେଲେ କାଠ ପାନିଆର କଥା ଅଲଗା। ଏହା ଚୁଟି ପାଇଁ ଔଷଧ ପରି କାମ କରିଥାଏ। ଆସନ୍ତୁ ଜାଣିବା କାଠ ପାନିଆ ବ୍ୟବହାର ଦ୍ୱାରା କଗ୍ଦଣ ଲାଭ ମିଳିଥାଏ।
Advertisment
ଚିନ୍ତାମୁକ୍ତ କରେ: କାଠ ପାନିଆ ବ୍ୟବହାର ଦ୍ୱାରା ମୁଣ୍ଡରେ ରକ୍ତ ସଂଚାଳନ ଠିକ୍ହୋଇଥାଏ। ମସାଜ କରିବା ପରେ ଯେମିତି ଶରୀରରେ ଫୂର୍ତ୍ତି ଆସିଥାଏ, ସେହିପରି ଏହା ମୁଣ୍ଡକୁ ଫାଇଦା ଦେଇଥାଏ ଓ ଚିନ୍ତାମୁକ୍ତ କରିଥାଏ।
ତେଲ ଶୁଖାଇ ଦିଏ: ମୁଣ୍ଡରେ ଅଧିକ ତେଲ ଥିଲେ ଏହା ଚିପ୍ଚିପ୍ହୋଇଥାଏ। ଏପରି ହେଲେ କାହାକୁ ଅବା ଭଲ ଲାଗିବ? ହେଲେ କାଠ ପାନିଆ ବ୍ୟବହାର କରୁଥିଲେ ଏହା ମୁଣ୍ଡରେ ଥିବା ଅଧିକ ତେଲକୁ ଶୁଖାଇ ଦେଇଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/com.jpg)