ଓଡିଶାର ଏକମାତ୍ର ବୈଷ୍ଣୋଦେବୀ ମନ୍ଦିର, କେଉଁଠି ଅଛି ଜାଣିଛନ୍ତି କି ?

(ରାଉରକେଲା-ପୱନ ତିୱାରୀ): ଆଖି ପାଉଥିବା ଯାଏ ଚତୁଃର୍ଦିଗ  ଘନ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ। ସତେ ଯେମିତି ଶାଗୁଆ ଓଢ଼ଣୀରେ ଢ଼ାଙ୍କି ହୋଇଛି ସାରା ପରିବେଶ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ। ଓଡିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର ରହିଛି ରାଉରକେଲାଠାରେ । ମାତା ଏଠାରେ ଭକ୍ତମାନଙ୍କୁ ବର୍ଷ ତମାମ ଦର୍ଶନ ଦେଇଥାନ୍ତି । ଏଠାକୁ […]

mandir..

Niharika Rout
  • Published: Monday, 08 April 2019
  • , Updated: 08 October 2020, 05:34 PM IST

(ରାଉରକେଲା-ପୱନ ତିୱାରୀ): ଆଖି ପାଉଥିବା ଯାଏ ଚତୁଃର୍ଦିଗ  ଘନ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ। ସତେ ଯେମିତି ଶାଗୁଆ ଓଢ଼ଣୀରେ ଢ଼ାଙ୍କି ହୋଇଛି ସାରା ପରିବେଶ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ।

ଓଡିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର ରହିଛି ରାଉରକେଲାଠାରେ । ମାତା ଏଠାରେ ଭକ୍ତମାନଙ୍କୁ ବର୍ଷ ତମାମ ଦର୍ଶନ ଦେଇଥାନ୍ତି । ଏଠାକୁ ଯିବାକୁ ହେଲେ ଆପଣଙ୍କୁ ପ୍ରାୟ ହଜାରେରୁ ଅଧିକ ଶିଡ଼ି ଚଢ଼ିବାକୁ ପଡିବ । କଥାରେ ଅଛି ମନରେ ଯଦି ଭକ୍ତି ଥିବ ଶିଡ଼ି କଣ ପାହାଡ ବି ଚଢ଼ିଯିବ ମଣିଷ । ସମଗ୍ର ସୁନ୍ଦରଗଡ ଜିଲ୍ଳା  କାହିଁକି ପଡୋଶୀ ଛତିଶଗଡ, ବିହାର, ଝାଡ଼ଖଣ୍ଡ  ଆଦି ରାଜ୍ୟରୁ ମଧ୍ୟ ମା’ଙ୍କ ଦର୍ଶନ ଲାଗି ଏଠାକୁ ଛୁଟି ଆସନ୍ତି ଭକ୍ତ।

ରାଉରକେଲା ରେଳଷ୍ଟେସନଠାରୁ ଅଳ୍ପ ଦୂରରେ ରହିଛି ମାତାଙ୍କ ମନ୍ଦିର ।  ଆପଣ ଯଦି କେବେ ଟ୍ରେନ ଯୋଗେ ରାଉରକେଲା ଦେଇ ଯାଉଥିବେ ତେବେ ଟ୍ରେନରୁ ମାତାଙ୍କ ମନ୍ଦିର ଦୃଶ୍ୟମାନ ହୁଏ  । ସେ ଦୃଶ୍ୟ ଯିଏ ଦେଖିଛି ସେ ହିଁ ଜାଣିଛି । ମନ୍ଦିର ଦେଖିବା ମାତ୍ରେ ମନରୁ  ଆପେ ଆପେ ବାହାରି  ଆସେ ଜୟ ମାତା ଦି.... ।

ପ୍ରାୟ ହଜାରେ ଶିଡ଼ି ଚଢ଼ିବା ପରେ ଆପଣ ମାତାଙ୍କ ଗୁମ୍ପାରେ ପହଞ୍ଚିପାରିବେ । ମାତାଙ୍କୁ ଦର୍ଶନ କରିବା ପାଇଁ ଆପଣଙ୍କୁ ଗୁମ୍ପା ଭିତରେ ନଇଁ ନଇଁ ଯିବାକୁ ପଡିବ । ବିଶ୍ୱାସ ରହିଛି ଏଠାରେ ମାତାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ । ଗୁମ୍ପା ବାହାରେ ମାତା ଦୁର୍ଗାଙ୍କ ପ୍ରର୍ତିମୂର୍ତ୍ତି ସ୍ଥାପିତ ହୋଇଛି ।  ଚୈତ୍ର ମାସ ନବରାତ୍ରିରୁ ଏଠାରେ ଆଠ ଦିନ ବ୍ୟାପି ନବରାତ୍ରୀ ପାଳନ ଆରମ୍ଭ ହୋଇଯାଇଛି।  ଅଷ୍ଟମୀ ଓ ନବମୀ ଗୋଟିଏ ଦିନରେ ପଡୁଥିବାରୁ ଚଳିତ ବର୍ଷ ନବରାତ୍ରୀ ନଅଦିନ ପରିବର୍ତ୍ତେ ଆଠ ଦିନ ପାଳିତ ହେବ । ଏହି ଅବସରରେ ପ୍ରତ୍ୟେହ ହାଲୁଆ ଓ ଚଣା ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟା ହେଉଛି ।

ତେବେ ଏ ମନ୍ଦିର ଗୁମ୍ପାର ସନ୍ଧାନ ରାଜୁ ଚାଣ୍ଡକ ନାମକ ଜଣେ ବ୍ୟକ୍ତିଙ୍କୁ ୧୯୯୬ ମସିହାରେ ମିଳିଥିଲା । ସେ ଦିନ ଥିଲା ଫେବୃୟାରୀ ମାସ ୨୫ ତାରିଖ ।  ଆଉ ମାତାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ୨୦୦୩ ମସିହାରେ। ସେଦିନଠାରୁ ଆଜି ପର୍ଯ୍ୟନ୍ତ ମାତା ଏଠାରେ ଦର୍ଶନ ଦେଇ ଆସୁଛନ୍ତି । ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଅଧିକ ଭିଡ ଲାଗିଥାଏ । ଗୋଟିଏ ନବରାତ୍ରୀ ଚୈତ୍ର ମାସରେ ପଡ଼ୁଥିବା ବେଳେ ଆଉ ଗୋଟିଏ ଅଶ୍ୱିନ ମାସରେ ପଡିଥାଏ। ଏ ନବରାତ୍ରୀ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏମିତିରେ ତ ବର୍ଷ ତମାମ ଏଠାରେ ଭିଡ ଲାଗେ ।

ଏପରି ମନୋରମ ପ୍ରାକୃତିକ ଶୋଭାରାଜି ଥିବା ଦର୍ଶନୀୟ ସ୍ଥାନ ଉପରେ କିନ୍ତୁ ରାଜ୍ୟ ସରକାରଙ୍କ ନଜର ପଡି ପାରି ନାହିଁ। ଫଳରେ ଏଠାରେ କୌଣସି  ଆଖି ଦୃଶିଆ ଉନ୍ନତିମୂଳକ କାମ ହୋଇ ପାରି ନ ଥିବା  ଅଭିଯୋଗ ହୁଏ । କିଛି ଅନୁଷ୍ଠାନ ନିଜ ଉଦ୍ୟମରେ ସ୍ଥାନେ ସ୍ଥାନେ ପିଇବା ପାଣିର ବ୍ୟବସ୍ଥା କରାଇଛନ୍ତି।

Related story