Advertisment

ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ ‘ଭେଜ୍ ପଟିଆଲା’

ଆବଶ୍ୟକ ସାମଗ୍ରୀ ତେଲ, ଜିରା, ଅଦା କଞ୍ଚା ଲଙ୍କା ପେଷ୍ଟ, ଛୋଟ କଟା ହୋଇଥିବା ଗାଜର, କ୍ୟାପ୍‌ସିକମ୍‌, ବନ୍ଧା କୋବି, ଗ୍ରିନ୍‌ ମଟର, ଲୁଣ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ପନିର୍‌, ପାମ୍ପଡ଼, କର୍ଣ୍ଣଫ୍ଲୋର୍‌, ପାଣି, ଟମାଟୋ, ଅଦା, କସ୍ତୁରି ମେଥି, କାଜୁ ଏବଂ କ୍ରିମ୍‌, ତେଜ ପତ୍ର, ଶୁଖିଲା ଲଙ୍କା, ପାଣି ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏହା […]

ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ ‘ଭେଜ୍ ପଟିଆଲା’

p11

Advertisment

ଆବଶ୍ୟକ ସାମଗ୍ରୀ

ତେଲ, ଜିରା, ଅଦା କଞ୍ଚା ଲଙ୍କା ପେଷ୍ଟ, ଛୋଟ କଟା ହୋଇଥିବା ଗାଜର, କ୍ୟାପ୍‌ସିକମ୍‌, ବନ୍ଧା କୋବି, ଗ୍ରିନ୍‌ ମଟର, ଲୁଣ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ପନିର୍‌, ପାମ୍ପଡ଼, କର୍ଣ୍ଣଫ୍ଲୋର୍‌, ପାଣି, ଟମାଟୋ, ଅଦା, କସ୍ତୁରି ମେଥି, କାଜୁ ଏବଂ କ୍ରିମ୍‌, ତେଜ ପତ୍ର, ଶୁଖିଲା ଲଙ୍କା, ପାଣି

Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏହା ପରେ ଜିରା ପକାଇ ସେଥିରେ ଅଦା କଞ୍ଚା ଲଙ୍କା ପେଷ୍ଟ, ଛୋଟ କଟା ହୋଇଥିବା ଗାଜର, କ୍ୟାପ୍‌ସିକମ୍‌, ବନ୍ଧା କୋବି, ମଟର, ଲୁଣ, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହା ସିଝି ସାରିଲା ପରେ ସେଥିରେ କୋରା ହୋଇଥିବା ପନିର୍‌, ଧନିଆ ପତ୍ର ଏବଂ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଜ୍‌ ପଟିଆଲା ପାଇଁ ମସଲା ବା ପୂର।

publive-image

ଏବେ ଗୋଟେ ପାତ୍ରରେ କର୍ଣ୍ଣଫ୍ଲୋର୍‌ ନେଇ ସେଥିରେ ପାଣି ମିଶାଇ ଘୋଳ ତିଆରି କରନ୍ତୁ।  ପାମ୍ପଡ଼ ନେଇ ଦୁଇ ପାଖରେ ପାଣି ଲଗାଇ ଦିଅନ୍ତୁ।  ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପରିବା ମସଲାକୁ ପାମ୍ପଡ଼ ମଝିରେ ଦେଇ ଦୁଇ କଡ଼ରେ ଘୋଳ କରିଥିବା କର୍ଣ୍ଣଫ୍ଲୋର୍‌ ଲଗାଇ ପାମ୍ପଡ଼କୁ ବନ୍ଦ କରି ଦିଅନ୍ତୁ। ଏହି ପରି ଆପଣଙ୍କ ଆବଶ୍ୟକ ଅନୁସାରେ ପାମ୍ପଡ଼ ନେଇ ପାରିବେ। କିଛି ମସଲା ଗ୍ରେଭି ତିଆରି କରିବା ପାଇଁ ମଧ୍ୟ ରଖିବେ।

Advertisment

publive-image

ଏହାକୁ ଏବେ ତାୱାରେ ତେଲ ଦେଇ ଲାଲ୍‌ କରି ଭାଜି ଦିଅନ୍ତୁ। ଏକ ଗ୍ରାଇଣ୍ଡିଂ ଜାର୍‌ରେ କଟା ଟମାଟୋ, ଅଦା, କସ୍ତୁରି ମେଥି, କାଜୁ ଏବଂ କ୍ରିମ୍‌ ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ତେଜ ପତ୍ର, ଶୁଖିଲା ଲଙ୍କା, ଜିରା ପକାଇଲା ପରେ ଗ୍ରାଇଣ୍ଡଂ କରିଥିବା ଗ୍ରେଭିକୁ ପକାଇ ଦିଅନ୍ତୁ। ଏବେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଏବଂ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏବଂ ଏହାକୁ ଘୋଡ଼ଣୀ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ୨ରୁ ୩ ମିନିଟ ପରେ ସେଥିରେ ପୂର୍ବରୁ ଥିବା ପରିବା ମସଲା ଏବଂ ପାଣିକୁ ପକାଇ ଆଉ କିଛି ସମୟ ଘୋଡ଼ାଇ ସିଝିବାକୁ ଦିଅନ୍ତୁ।

publive-image

କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଭେଜ୍‌ ପଟିଆଲା ପାଇଁ ଗ୍ରେଭି। ଏବେ ଛୁଙ୍କ ଦେବା ପାଇଁ ଏକ ପ୍ୟାନ୍‌ ନେଇ ତେଲ ଗରମ କରନ୍ତୁ, ସେଥିରେ ଜିରା ଏବଂ ଲଙ୍କା ଗୁଣ୍ଡ ପକାଇ ରଖନ୍ତୁ।

ଏବେ ସର୍ଭିଙ୍ଗ୍‌ ପ୍ଲେଟ୍‌ରେ ପ୍ରସ୍ତୁତ କରିଥିବା ମସଲା ପାମ୍ପଡ଼କୁ କାଟି ରଖନ୍ତୁ। ଏହା ଉପରେ ଏବେ ଗ୍ରେଭି ଏବଂ ଛୁଙ୍କ ଦିଅନ୍ତୁ। ସୁନ୍ଦର ଦେଖାଯିବା ପାଇଁ ଭେଜ୍‌ ପଟିଆଲା ଉପରରେ କୋରା ହୋଇଥିବା ପନିର୍‌ ଏବଂ ଧନିଆ ଗୁଣ୍ଡ ପକାଇ ଖାଇବା ପାଇଁ ପରସନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe