Advertisment

ଘରେ ତିଆରି କରନ୍ତୁ ସ୍ପ୍ରିଙ୍ଗ୍‌ ରୋଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଲ୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଛୋଟ ପିଲାଙ୍କୁ  ତ ଏହା ବହୁତ ପସନ୍ଦ ଆସିଥାଏ। କିନ୍ତୁ ମା’ମାନେ ଏହାକୁ ଘରେ ପ୍ରସ୍ତୁତ କରିବା କଷ୍ଟ ବୋଲି ଭାବିଥାନ୍ତି। ଆମେ ମଧ୍ୟ ବଜାରରୁ ମଧ୍ୟ  ସ୍ପ୍ରିଙ୍ଗ୍‌  ରୋଲ୍‌ ସମେତ ବିଭିନ୍ନ ରୋଲ୍‌ କିଣିକି ଖାଇଥାଉ। କିନ୍ତୁ ଏହାକୁ କେବେ ଘରେ ତିଆରି କରି ଖାଇବା କଥା ଭାବିଛନ୍ତି କି? ତାହାଲେ ଆପଣ ଘରେ କିପରି ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବେ ଜାଣନ୍ତୁ। ରୋଲ୍‌ […]

ଅଦ୍ୟତନ ହୋଇଛି
ଘରେ ତିଆରି କରନ୍ତୁ  ସ୍ପ୍ରିଙ୍ଗ୍‌ ରୋଲ୍‌

veg Spring roll

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଲ୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଛୋଟ ପିଲାଙ୍କୁ  ତ ଏହା ବହୁତ ପସନ୍ଦ ଆସିଥାଏ। କିନ୍ତୁ ମା’ମାନେ ଏହାକୁ ଘରେ ପ୍ରସ୍ତୁତ କରିବା କଷ୍ଟ ବୋଲି ଭାବିଥାନ୍ତି। ଆମେ ମଧ୍ୟ ବଜାରରୁ ମଧ୍ୟ  ସ୍ପ୍ରିଙ୍ଗ୍‌  ରୋଲ୍‌ ସମେତ ବିଭିନ୍ନ ରୋଲ୍‌ କିଣିକି ଖାଇଥାଉ। କିନ୍ତୁ ଏହାକୁ କେବେ ଘରେ ତିଆରି କରି ଖାଇବା କଥା ଭାବିଛନ୍ତି କି? ତାହାଲେ ଆପଣ ଘରେ କିପରି ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବେ ଜାଣନ୍ତୁ।

Advertisment

[caption id="attachment_363224" align="aligncenter" width="750"]Delicious veg spring roll served with Chutney ସ୍ପ୍ରିଙ୍ଗ୍‌  ରୋଲ୍‌[/caption]

ରୋଲ୍‌ ସିଟ୍‌ ତିଆରି କରିବା ଆବଶ୍ୟକୀୟ ସାମଗ୍ରୀ

ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ, ତେଲ ଏବଂ ପାଣି

ପ୍ରସ୍ତୁତି ପ୍ରଣାଳୀ

ରୋଲ୍‌ର ସିଟ୍‌ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ନେଇ ଏହାକୁ ଭଲ କରି ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଚକଟି ଦିଅନ୍ତୁ।

Advertisment

ତାକୁ ଏବେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। କିଛି ସମୟ ପରେ ରୁଟି କଲା ପରି ଛୋଟ ଛୋଟ ଗୋଲ୍‌ କରି ବେଲି ଦିଅନ୍ତୁ। ଏମିତି ଅନ୍ୟ ସବୁକୁ ମଧ୍ୟ ଛୋଟ ଛୋଟ ପତଳା କରି ବେଲି ଦିଅନ୍ତୁ। ତା ପରେ ଆପଣ ବେଲି ଥିବା ରୋଲ୍‌ ସିଟ୍‌କୁ ଗୋଟେ ଉପରେ ଗୋଟେ ରଖି ତିନୋଟି କିମ୍ବା ଚାରୋଟି ରଖି ପାରିବେ। ଏହାକୁ ରଖିଲା ପରେ ସିଟ୍‌ ଭିତରେ ଅଳ୍ପ ଅଳ୍ପ ମଇଦା ଦେଇଥିବେ। ଏହା ପରେ ସିଟ୍‌ଗୁଡ଼ିକୁ ଏହା ସହ ମିଶାଇ ଆଉ ଥରେ ବେଲନ୍ତୁ।

ଏହା ବେଲି ଏକ ବଡ଼ ରୁଟିର ଆକାର ଦିଅନ୍ତୁ। ଏହା ପରେ ରୋଲ୍‌ ସିଟ୍‌କୁ ତାୱାରେ ସେକନ୍ତୁ। ତାୱାକୁ ଅଧିକା ଗରମ କରନ୍ତୁ ନାହିଁ। ରୋଲ୍‌ ସିଟ୍‌କୁ ମଧ୍ୟ ଆପଣ ଅଧିକା ସେକିବେ ନାହିଁ। ବିନା ତେଲରେ ଏହାକୁ ସେକି ସାରିଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ରୋଲ୍ ସିଟ୍‌ ଥଣ୍ଡା ହେଲା ପରେ ଚାରି ପାଖକୁ ସାଇଜ୍‌ କରି କାଟି ଦିଅନ୍ତୁ।

ଏହା ପରେ ଆମେ ଉପରେ ପରସ୍ତ ଦେଇ ସେକିଥିବା ସିଟ୍‌କୁ ଏବେ ଧିରେ ଧିରେ ଛଡ଼ାନ୍ତୁ। ଏହିପରି ଭାବେ ଅନ୍ୟ ସବୁକୁ ମଧ୍ୟ ବାହାର କରି ଏକ ପାତ୍ରରେ ରଖନ୍ତୁ। ଏବେ ଆପଣଙ୍କରେ ପ୍ରସ୍ତୁତ ହୋଇଯିବ ସ୍ପ୍ରିଙ୍ଗ୍‌ ରୋଲ୍‌ ତିଆରି କରିବା ପାଇଁ ରୋଲ୍‌ ସିଟ୍‌।

[caption id="attachment_363227" align="aligncenter" width="750"] Tasty Veg spring roll served on a plate ଭେଜ୍‌ ସ୍ପ୍ରିଙ୍ଗ୍‌ ରୋଲ୍‌[/caption]

ରୋଲ୍‌ ଭିତର ପରିବା ତିଆରି କରିବା ପାଇଁ ଆବ୍ୟକୀୟ ସାମଗ୍ରୀ

ଗ୍ରୀନ୍‌, ହଳଦିଆ, ଲାଲ୍‌ ରଙ୍ଗର କ୍ୟାପ୍‌ସିକମ୍‌, ଗାଜର, ପିଆଜ, ତେଲ, ଲୁଣ, ବନ୍ଧା କୋବି, ସିଝା ନୁଡୁଲ୍‌ସ୍‌, ସୋୟା ସସ୍‌, ଭିନେଗାର, ଚିନି ଏବଂ ଗୋଲ ମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପରିବା ଗୁଡ଼ିକୁ ଆଙ୍ଗୁଠି ସାଇଜ୍‌ର ପତଳା ପତଳା କାଟି ଏକ ପାତ୍ରରେ ରଖନ୍ତୁ। ଏହା ପରେ କଡ଼େଇରେ ତେଲ ପକାଇ ସେଗୁଡ଼ିକୁ ଜୋର୍‌ ଆଞ୍ଚ ଦେଇ ଭାଜନ୍ତୁ। ତାକୁ ଆପଣ କମ୍‌ ଆଞ୍ଚରେ ଭାଜିଲେ ପରିବାଗୁଡ଼ିକ ଅଧିକା ସିଝି ଯିବ। ତେଣୁ ଆପଣ ଟାଣ ରଖି ଭାଜିବେ ଏହାକୁ ଅଧିକା ନରମ କରିବେ ନାହିଁ।

ଏଠାରେ ଆପଣ ମନ ପସନ୍ଦର ପରିବା ମଧ୍ୟ ନେଇ ରୋଲ୍‌ ତିଆରି କରିପାରିବେ।

ପରିବା ଭାଜି ହୋଇଗଲେ ସେଥିରେ ପୂର୍ବରୁ ସିଝା ନୁଡୁଲ୍‌ସ୍‌ ପକାନ୍ତୁ। ଏହା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ସୋୟା ସସ୍‌, ଭିନେଗାର, ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସବୁଠୁ ପଛରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଆଉ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଭଜା ପରିବା ଗୁଡ଼ିକୁ ଏକ ପାତ୍ରରେ କାଢ଼ି ରଖନ୍ତୁ।

[caption id="attachment_363228" align="aligncenter" width="750"]Veg spring roll served on a plate ସ୍ପ୍ରିଙ୍ଗ୍‌ ରୋଲ୍‌[/caption]

ଏବେ ପୂର୍ବରୁ କରିଥିବା ରୋଲ୍‌ ସିଟ୍‌କୁ ଆଣି ସେଥିରେ ଆପଣ ଏହି ମସଲା ଦେଇ ରୋଲ୍‌ ନ ଖୋଲିବା ପାଇଁ ମଇଦାର ପେଷ୍ଟ ଦେଇ ବନ୍ଦ କରିଦିଅନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣନ୍ତୁ ।  ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ  ସ୍ପ୍ରିଙ୍ଗ ରୋଲ।  ଏହାକୁ ଆପଣ ଏକ ପ୍ଲେଟ୍‌କୁ କାଢ଼ି ଟମାଟୋ ସସ୍‌ ବା ଚଟଣି ସହ ଖାଇପାରିବେ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe