Advertisment

ଆଇଁଷ...ନା...ବାବା...ନା.... ଜାଣନ୍ତୁ କେଉଁ ବଲିଉଡ୍‌ ଷ୍ଟାର ସଂପୂର୍ଣ୍ଣ ସାକାହାରୀ

ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣିବାକୁ ସବୁବେଳେ ଫ୍ୟାନ୍‌ଙ୍କ ମଧ୍ୟରେ ଥାଏ ଉତ୍କଣ୍ଠା। ସେମାନଙ୍କ ଆଇକନ୍‌ କେମିତି ଷ୍ଟାଇଲ କରୁଛନ୍ତି, କ’ଣ ଖାଉଛନ୍ତି, କୁଆଡେ ଯାଉଛନ୍ତି ଜାଣିବାକୁ ସବୁବେଳେ ଇଚ୍ଛୁକ ଥାଆନ୍ତି। ଅଧିକାଂଶ ଭାରତୀୟଙ୍କ ଧାରଣା ବଲିଉଡ୍‌ କଳାକାରମାନେ ଫିଟନେସ୍‌ ପାଇଁ ଆମିଷ ଖାଇଥାନ୍ତି। ରିଲ୍‌ ଲାଇଫ୍‌ରେ କଳାକାରମାନେ ଆମିଷ ଖାଉଥିବେ ଦେଖିବାକୁ ମିଳିଥାଏ। ବହୁ ଦର୍ଶକ ଫିଲ୍ମ ଦେଖି ତାଙ୍କ ପ୍ରିୟ କଳାକାର ଖାଉଥିବା ଆମିଷ ଡିସ୍‌କୁ ନିଜର ମେନ୍ୟୁରେ ସାମିଲ କରିଦେଇଥାନ୍ତି। […]

ଅଦ୍ୟତନ ହୋଇଛି
ଆଇଁଷ...ନା...ବାବା...ନା.... ଜାଣନ୍ତୁ କେଉଁ ବଲିଉଡ୍‌ ଷ୍ଟାର ସଂପୂର୍ଣ୍ଣ ସାକାହାରୀ

nnnnnnnnnnnn

Advertisment

ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣିବାକୁ ସବୁବେଳେ ଫ୍ୟାନ୍‌ଙ୍କ ମଧ୍ୟରେ ଥାଏ ଉତ୍କଣ୍ଠା। ସେମାନଙ୍କ ଆଇକନ୍‌ କେମିତି ଷ୍ଟାଇଲ କରୁଛନ୍ତି, କ’ଣ ଖାଉଛନ୍ତି, କୁଆଡେ ଯାଉଛନ୍ତି ଜାଣିବାକୁ ସବୁବେଳେ ଇଚ୍ଛୁକ ଥାଆନ୍ତି। ଅଧିକାଂଶ ଭାରତୀୟଙ୍କ ଧାରଣା ବଲିଉଡ୍‌ କଳାକାରମାନେ ଫିଟନେସ୍‌ ପାଇଁ ଆମିଷ ଖାଇଥାନ୍ତି। ରିଲ୍‌ ଲାଇଫ୍‌ରେ କଳାକାରମାନେ ଆମିଷ ଖାଉଥିବେ ଦେଖିବାକୁ ମିଳିଥାଏ। ବହୁ ଦର୍ଶକ ଫିଲ୍ମ ଦେଖି ତାଙ୍କ ପ୍ରିୟ କଳାକାର ଖାଉଥିବା ଆମିଷ ଡିସ୍‌କୁ ନିଜର ମେନ୍ୟୁରେ ସାମିଲ କରିଦେଇଥାନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବି-ଟାଉନର ଏପରି କିଛି ନାମୀଦାମୀ କଳାକାର ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ସାକାହାରୀ। ସେମାନେ ଆମିଷ ଖାଇବାକୁ ପସନ୍ଦ କରନ୍ତି ନାହିଁ।

Advertisment

ଅମିତାଭ ବଚ୍ଚନ: ବିଗ୍‌ ବିଙ୍କୁ କିଏ ବା ନ ଜାଣେ। ଆପଣ ଜାଣନ୍ତି ଶେହନ୍‌ଶାହାଙ୍କ ପ୍ରିୟ ଖାଦ୍ୟ କ’ଣ। ସେ ଇଡଲି ଓ ସମ୍ବର ଖାଇବାକୁ ପସନ୍ଦ କରନ୍ତି। ଏହାସହ ସେ ମୁଗଡାଲି, ପାଲକ ପନିର ଓ ଭେଣ୍ଡି ଭଜା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ପ୍ରତିଦିନ ଗଜାମୁଗ ଓ ଚଣା ଖାଇଥାନ୍ତି। କେବେ ବି ସେ ଆମିଷକୁ ହାତ ଲଗାନ୍ତି ନାହିଁ।

ଅନୁଷ୍କା ଶର୍ମା: ବଲିଉଡର ଚୁଲବୁଲି ନାୟିକା ଅନୁଷ୍କା ଦହି, ତାଜା ପନିପରିବା ଓ ପନିର ଖାଇବାକୁ ଅଧିକ ପସନ୍ଦ କରନ୍ତି। ପ୍ରତିଦିନ ପ୍ରୋଟିନ୍ ସେକ୍‌ ପିଇବାକୁ ତାଙ୍କୁ ଭଲ ଲାଗିଥାଏ।

Advertisment

ଜାକଲିନ୍‌ ଫର୍ଣ୍ଣାଡିଜ୍‌: ଶ୍ରୀଲଙ୍କାରୁ ଆସି ହିନ୍ଦୁସ୍ତାନରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଜଣଙ୍କ ପସନ୍ଦ ହେଲା ବ୍ରାଉନ ରାଇସ, ରାଶି ଓ ସାଲାଡ୍‌ ଖାଆନ୍ତି। ବିଭିନ୍ନ ପ୍ରକାର ସୁପ ପିଇବାକୁ ସେ ଭଲ ପାଆନ୍ତି।

କଙ୍ଗନା ରନାୱତ: ସବୁବେଳେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା  ସେଣ୍ଡୱିଜ୍‌, ତାଜା ପରିପରିବା ଖାଇବାକୁ ପସନ୍ଦ କରନ୍ତି। ଏହା ସହ କାଶ୍ମୀର ଫଳ ଓ ଚାଟ୍‌ ତାଙ୍କର ବହୁତ ପ୍ରିୟ।

କରିନା କପୁର: ସୈଫ ଅଲ୍ଲୀ ଖାନ୍‌ଙ୍କ ପ୍ରତ୍ନୀ କରିନାଙ୍କୁ ନଡ଼ିଆ ସହ ଗୁଡ଼ ଓ ବାଜର ରୁଟି ଖାଇବାକୁ ପସନ୍ଦ କରନ୍ତି। ରାଶି ଲଡୁ ତାଙ୍କର ବହୁତ ପସନ୍ଦ। ଭାତ ଥାଳିରେ ଦହି ନ ଥିଲେ କରିନା ଖାଇବାକୁ ବସନ୍ତି ନାହିଁ।

ସୌଜନ୍ୟ-ୟଙ୍ଗସ୍ତାନ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe