Advertisment

ଗର୍ଭଧାରଣ ସମୟରେ କ’ଣ ଖାଇବେ?

ଭୁବନେଶ୍ୱର: ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢ଼ିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢ଼େ। ତେବେ ଏହି ସମୟରେ କେଉଁପ୍ରକାର ଖାଦ୍ୟ ଖାଇଲେ ପିଲାର ସ୍ୱାସ୍ଥ୍ୟଗତ ଉନ୍ନତି ଘଟିବ ଜାଣନ୍ତୁ ସେ ସଂପର୍କରେ ଖାସ୍‌ ତଥ୍ୟ। ଅଣ୍ଡା: ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ସହ କମ୍‌ ପରିମାଣର କ୍ୟାଲୋରୀ ଏବଂ ବିଭିନ୍ନ ପ୍ରକାରର ଓମେଗା ଫାଟି ଏସିଡ୍‌ ରହିଛି। ଜଣେ ଗର୍ଭବତୀ ମହିଳା ଅଧିକ ପରିମାଣର ଅଣ୍ଡା ଖାଇବା ଉଚିତ୍‌। କାରଣ ଏହା ଗର୍ଭରେ ଥିବା […]

ଅଦ୍ୟତନ ହୋଇଛି
ଗର୍ଭଧାରଣ ସମୟରେ କ’ଣ ଖାଇବେ?

pregnant-lady

Advertisment

choosing-dairy-productsଭୁବନେଶ୍ୱର: ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢ଼ିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢ଼େ। ତେବେ ଏହି ସମୟରେ କେଉଁପ୍ରକାର ଖାଦ୍ୟ ଖାଇଲେ ପିଲାର ସ୍ୱାସ୍ଥ୍ୟଗତ ଉନ୍ନତି ଘଟିବ ଜାଣନ୍ତୁ ସେ ସଂପର୍କରେ ଖାସ୍‌ ତଥ୍ୟ।

Advertisment

ଅଣ୍ଡା: ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ସହ କମ୍‌ ପରିମାଣର କ୍ୟାଲୋରୀ ଏବଂ ବିଭିନ୍ନ ପ୍ରକାରର ଓମେଗା ଫାଟି ଏସିଡ୍‌ ରହିଛି। ଜଣେ ଗର୍ଭବତୀ ମହିଳା ଅଧିକ ପରିମାଣର ଅଣ୍ଡା ଖାଇବା ଉଚିତ୍‌। କାରଣ ଏହା ଗର୍ଭରେ ଥିବା ଶିଶୁର ମାନସିକ ସ୍ତରରେ ଉନ୍ନତି କରାଇବା ସହ ଦୃଷ୍ଟି ଶକ୍ତି ସୁସ୍ଥ ରଖେ। କିନ୍ତୁ କଞ୍ଚା ଅଣ୍ଡା ଖାଇବେ ନାହିଁ କାରଣ ଏହା ସଙ୍ଗେ ସଙ୍ଗେ ବାନ୍ତି କରାଇଦିଏ।

ଆଭୋକାଡ଼ୋ: ଆଭୋକାଡ଼ୋରେ ଥିବା ଫୋଲିକ୍‌ ଏସିଡ୍‌ ଶିଶୁର ସ୍ୱାସ୍ଥ୍ୟଗତ ଉନ୍ନତି କରାଏ। ଏହାସହ ଆଭୋକାଡ଼ୋରେ ଥିବା ଭିଟାମିନ୍‌ ‘ସି’ ଶିଶୁର ରୋଗପ୍ରତିରୋଧକ କ୍ଷମତା ବଢ଼ାଏ। ଏହାକୁ ଖାଇବା ଦ୍ୱାରା ଗର୍ଭବତୀ ମହିଳା ଏହି ସମୟରେ ସକାଳର ଥକ୍କାପଣ ଅନୁଭବ କରିବେ ନାହିଁ।

Advertisment

ସି ସଲ୍ଟ: ସି ସଲ୍ଟ ବା ସମୁଦ୍ର ଲୁଣ ଖାଇବାଦ୍ୱାରା ରକ୍ତ ଚାପ ବଢ଼ିବା କାରଣ ଦର୍ଶାଇ ଏହି ସମୟରେ ମହିଳାଙ୍କୁ ଖାଇବା ପାଇଁ ବାରଣ କରାଯାଇଥାଏ। କିନ୍ତୁ ଯଦି ଏହାକୁ ଠିକ୍‌ ମାତ୍ରାରେ ଗର୍ଭବତୀ ମହିଳା ଖାଆନ୍ତି ତେବେ ଏହା ଭ୍ରୂଣର ବିକାଶରେ ସାହାଯ୍ୟ କରେ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ନ୍ୟୁଟ୍ରିଏଣ୍ଟ, ଭିଟାମିନ୍‌, ପ୍ରୋଟିନ ଏବଂ ଉପଯୁକ୍ତ ମାତ୍ରାର ଫାଇବର ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି ଯାହା ଶିଶୁର ମାନସିକ ଉନ୍ନତି କରିବା ସହ ରୋଗପ୍ରତିରକ୍ଷା କ୍ଷମତା ମଧ୍ୟ ବଢ଼ାଏ।

କେବଳ ସେତିକି ନୁହେଁ, ପ୍ରତିଦିନ ଗୋଟେ ଗିନା ପାଳଙ୍ଗ ଶାଗ ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୁଏ।

ପପ୍‌କର୍ଣ୍ଣ: ସ୍ନାକ୍ସରେ ପପ୍‌କର୍ଣ୍ଣ ଏହି ସମୟରେ ଖାଇବା ଖୁବ୍‌ ଭଲ। ପପ୍‌କର୍ଣ୍ଣରେ ଅଧିକ ପରିମାଣର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଥିରେ ଥିବା ସେଲେନିୟମ ଶିଶୁର ହାଡ଼ ଶକ୍ତ କରିବାରେ ସାହାଯ୍ୟ କରେ।

ଦହି: ଦହିରେ ଥିବା ଫଲିକ୍‌ ଏସିଡ ଏବଂ ଭିଟାମିନ୍‌ ଡି ଶିଶୁର ମାନସିକ ଏବଂ ଶାରୀରିକ ଉନ୍ନତି କରାଏ।

ଓଟ୍‌ମିଲ୍‌: ଓଟ୍‌ମିଲ୍‌ରେ ଥିବା ମିନେରାଲ, କପର, ଆଇରନ ଏବଂ ପ୍ରୋଟିନ୍‌ ହାର୍ଟକୁ ସୁସ୍ଥ ରଖେ ଓ ଏସିଡିଟି ସମସ୍ୟା ମଧ୍ୟ ଦୂର କରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe