Advertisment

କିପରି ପ୍ରସ୍ତୁତ ହୁଏ ଜାଣିଛନ୍ତି ୱାଲ୍‌ନଟ୍‌ କବାବ

ଆବଶ୍ୟକ ସାମଗ୍ରୀ- ଅଖରୋଟ, ପନୀର, ରସୁଣ ପେଷ୍ଟ, ଧନିଆ ପତ୍ର, ଚାଟ୍‌ ମସଲା, ଗରମ ମସଲା ଗୁଣ୍ଡ, ବ୍ରେଡ୍‌କ୍ରମ୍ବସ୍‌, ଭେଜିଟେବଲ ଅଏଲ, ଗ୍ରେଟେଡ୍‌ ଗାଜର, ଅଦା ପେଷ୍ଟ, ଆଳୁ, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ବେସନ, ୱାଲନଟ୍‌ ପାଉଡର ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ୱାଲ୍‌ନଟ୍‌ କବାବ ତିଆରି କରିବା ଲାଗି ସର୍ବପ୍ରଥମେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗ୍ୟାସ୍‌ରେ ବସାନ୍ତୁ। ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଅଖରୋଟ୍‌, ଗାଜର ଓ ଲୁଣ ପକାଇ […]

କିପରି ପ୍ରସ୍ତୁତ ହୁଏ ଜାଣିଛନ୍ତି ୱାଲ୍‌ନଟ୍‌ କବାବ

66242507

Advertisment

ଆବଶ୍ୟକ ସାମଗ୍ରୀ- ଅଖରୋଟ, ପନୀର, ରସୁଣ ପେଷ୍ଟ, ଧନିଆ ପତ୍ର, ଚାଟ୍‌ ମସଲା, ଗରମ ମସଲା ଗୁଣ୍ଡ, ବ୍ରେଡ୍‌କ୍ରମ୍ବସ୍‌, ଭେଜିଟେବଲ ଅଏଲ, ଗ୍ରେଟେଡ୍‌ ଗାଜର, ଅଦା ପେଷ୍ଟ, ଆଳୁ, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ବେସନ, ୱାଲନଟ୍‌ ପାଉଡର ଏବଂ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ- ୱାଲ୍‌ନଟ୍‌ କବାବ ତିଆରି କରିବା ଲାଗି ସର୍ବପ୍ରଥମେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗ୍ୟାସ୍‌ରେ ବସାନ୍ତୁ। ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଅଖରୋଟ୍‌, ଗାଜର ଓ ଲୁଣ ପକାଇ ୨ରୁ ୩ ମିନିଟ୍‌ ପାଇଁ ଧିମା ଆଞ୍ଚରେ ଭାଜନ୍ତୁ। ଏସବୁରୁ ପାଣି ମରିବା ଯାଏ ଏହାକୁ ଭାଜନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାନ୍ତୁ। ଏବେ ପ୍ୟାନ୍‌କୁ ଗ୍ୟାସ୍‌ରୁ ଓହ୍ଲାଇ ଏଥିରେ ଗ୍ରେଟେଡ୍‌ ପନୀର, ଚକଟା ଆଳୁ ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ କଞ୍ଚା ଲଙ୍କା, ଚାଟ୍‌ ମସଲା, ରୋଷ୍ଟେଡ୍‌ ଜିରା ଗୁଣ୍ଡ, ଗରମ ମସଲା ପକାଇ ପୁଣିଥରେ ଗ୍ରାଇଣ୍ଡିଂ କରନ୍ତୁ।

ଗ୍ରାଇଣ୍ଡିଂ ହୋଇଯିବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହି ମିଶ୍ରଣରେ ରୋଷ୍ଟେଡ୍‌ ବେସନ୍‌, ୱାଲ୍‌ନଟ୍‌ ପାଉଡର, ବ୍ରେଡ୍‌କ୍ରମ୍ବସ୍‌ ପକାନ୍ତୁ। ସବୁ ଉପକରଣକୁ ଏକାଠି ମିଶାଇ ଫ୍ରିଜ୍‌ରେ ରଖନ୍ତୁ। ଫ୍ରିଜ୍‌ରୁ ବାହାର କରି ଏହି ମିଶ୍ରଣକୁ ସମାନ ଭାବେ ଦୁଇ ଭାଗରେ ଭାଗ କରି ନିଅନ୍ତୁ। ଏଥିରେ ଆଙ୍ଗୁଠି ଆକାରର କବାବ ତିଆରି କରନ୍ତୁ। ଏବେ ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ରଖନ୍ତୁ। ଏହା ଗରମ ହୋଇଗଲା ପରେ ଏଥିରେ ତେଲ ଗରମ କରନ୍ତୁ। ଏହି କବାବକୁ ଚାରିପଟୁ ଭଲ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ୱାଲ୍‌ନଟ୍‌ କବାବ। ଏହାକୁ ସଜାଇ ଗରମ ଗରମ ପରଷନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe