Advertisment

ଆଣ୍ଠୁଗଣ୍ଠି ବିନ୍ଧା ଓ ଥାଇରଏଡ୍‌ ପାଇଁ ୱାର୍ମ ୱାଟର୍‌ ଥେରାପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯଦି ଆପଣ ଆଣ୍ଠୁଗଣ୍ଠି ରୋଗ ଓ ଥାଇରଏଡ୍‌ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି, ତେବେ ଏହି ଥେରାପି ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ଦେବ। ଏଥିରେ ଗରମ ପାଣିର ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା ୱାର୍ମ ୱାଟର୍‌ ଥେରାପି କିପରି କରାଯାଇଥାଏ। ଏହି ଥେରାପିରେ ରୋଗୀକୁ ଦିନକୁ ୮ରୁ ୧୦ ଥର ଉଷୁମ ପାଣି ପିଇବାକୁ ଦିଆଯାଇଥାଏ। ପାଣି ଷ୍ଟିଲ୍‌, ପିତ୍ତଳ କିମ୍ୱା ସେରାମିକ୍‌ ଗ୍ଲାସ୍‌ରେ ପିଇବାକୁ ପଡିଥାଏ। ଏହାଦ୍ୱାରା ଶରୀରରେ ଥିବା ଟକ୍ସିକ୍‌ ବାହାରି […]

ଅଦ୍ୟତନ ହୋଇଛି
ଆଣ୍ଠୁଗଣ୍ଠି ବିନ୍ଧା ଓ ଥାଇରଏଡ୍‌ ପାଇଁ ୱାର୍ମ ୱାଟର୍‌ ଥେରାପି

cc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯଦି ଆପଣ ଆଣ୍ଠୁଗଣ୍ଠି ରୋଗ ଓ ଥାଇରଏଡ୍‌ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି, ତେବେ ଏହି ଥେରାପି ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ଦେବ। ଏଥିରେ ଗରମ ପାଣିର ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା ୱାର୍ମ ୱାଟର୍‌ ଥେରାପି କିପରି କରାଯାଇଥାଏ।

Advertisment

ଏହି ଥେରାପିରେ ରୋଗୀକୁ ଦିନକୁ ୮ରୁ ୧୦ ଥର ଉଷୁମ ପାଣି ପିଇବାକୁ ଦିଆଯାଇଥାଏ। ପାଣି ଷ୍ଟିଲ୍‌, ପିତ୍ତଳ କିମ୍ୱା ସେରାମିକ୍‌ ଗ୍ଲାସ୍‌ରେ ପିଇବାକୁ ପଡିଥାଏ। ଏହାଦ୍ୱାରା ଶରୀରରେ ଥିବା ଟକ୍ସିକ୍‌ ବାହାରି ଯାଏ। ଏହି ଥେରାପିରେ ଗ୍ୟାସ୍‌, ଏସିଡିଟି ଦୂର ହୁଏ।

ଆଣ୍ଠୁଗଣ୍ଠି ରୋଗୀ ଏହି ଥେରାପିରେ ଉଷୁମ ପାଣି ସହିତ କିଛି ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏହି ପାଣିକୁ ସକାଳେ ଖାଲି ପେଟରେ ସନ୍ଧ୍ୟା ଓ ରାତିରେ ଡିନର୍‌ର ଏକ ଘଣ୍ଟା ପୂର୍ବରୁ ପିଇବା ଆବଶ୍ୟକ। ଏହାଦ୍ୱାରା ଆଣ୍ଠୁଗଣ୍ଠି ମଧ୍ୟରେ ଥିବା ଯନ୍ତ୍ରଣା ଦୂର ହୋଇଥାଏ।

Advertisment

ଥାଇରଏଡ୍‌ ରୋଗୀ ରାତିରେ ଏକ ଚାମଚ ଧନିଆରୁ ଏକ ଗ୍ଲାସ୍‌ ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏହି ପାଣିକୁ ଫୁଟାଇ ଅଧା କରନ୍ତୁ ଓ ଉଷୁମ ଉଷୁମ ପିଅନ୍ତୁ। ଏହା କେବଳ ଥାଇରଏଡ୍‌ ନୁହେଁ, ଆପଣଙ୍କ ଏସିଡିଟି, ଓଜନ ଓ ଚର୍ମରୋଗ ମଧ୍ୟ ଦୂର କରିବ।

ୱାର୍ମ ୱାଟର୍‌ ଥେରାପିରେ ଉଷୁମ ପାଣିରେ ଗାଧୋଇବା ପାଇଁ କୁହାଯାଇଥାଏ। ଏହି ପାଣିରେ ନିମ୍ୱ ପତ୍ର, କର୍ପୂର ମିଶାଇ ଆଣ୍ଟିଫଙ୍ଗଲ୍‌ ପାଣି ପ୍ରସ୍ତୁତ କରାଯାଇଥାଏ।

ୱାର୍ମ ୱାଟର୍‌ ଥେରାପି ଜରିଆରେ ଆପଣ ଗରମ ପାଣି କରି ଏକ କପଡ଼ା ମାଧ୍ୟମରେ ଆଣ୍ଠୁଗଣ୍ଠିରେ ସେକ ମଧ୍ୟ ଦେଇପାରିବେ। ଏସବୁ ଥେରାପି ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ। ଏଥିରେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହା ସହିତ ଆପଣଙ୍କ ଯନ୍ତ୍ରଣା ଅନେକାଂଶରେ ଭଲ ମଧ୍ୟ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe