ଆଖି ପାଇଁ ଉପକାରୀ କଖାରୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ କଖାରୁରେ କୌଣସି ବ୍ୟଞ୍ଜନ ପ୍ରସ୍ତୁତ ହେଲେ, ଆପଣ ଏହା ଖାଇବାକୁ ମନା କରନ୍ତି। କାରଣ କଖାରୁର ସ୍ୱାଦ ଆପଣଙ୍କୁ ଭଲ ଲାଗି ନଥାଏ। କିନ୍ତୁ ପାଟିକୁ ସେପରି ସୁଆଦିଆ ନ ହେଲେ ମଧ୍ୟ ଏହି ପରିବାରେ ଅନେକ ଔଷଧୀୟ ଗୁଣ ରହିଛି। କଖାରୁରେ ଭିଟାମିନ୍‌ ବି-୬, ଫାଇବର୍‌, ଫୋଲେଟ୍‌, ଭିଟାମିନ୍‌ ଏ’, ଭିଟାମିନ୍‌ ସି’,ପୋଟାସିୟମ୍‌, କପର୍‌, ମ୍ୟାଗ୍ନେସିୟମ୍‌ ଏବଂ ଭିଟାମିନ୍‌ ଇ’ ଆଦି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। କଖାରୁ […]

g7

Mihir Pattnayak
  • Published: Sunday, 04 November 2018
  • , Updated: 04 November 2018, 08:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ କଖାରୁରେ କୌଣସି ବ୍ୟଞ୍ଜନ ପ୍ରସ୍ତୁତ ହେଲେ, ଆପଣ ଏହା ଖାଇବାକୁ ମନା କରନ୍ତି। କାରଣ କଖାରୁର ସ୍ୱାଦ ଆପଣଙ୍କୁ ଭଲ ଲାଗି ନଥାଏ। କିନ୍ତୁ ପାଟିକୁ ସେପରି ସୁଆଦିଆ ନ ହେଲେ ମଧ୍ୟ ଏହି ପରିବାରେ ଅନେକ ଔଷଧୀୟ ଗୁଣ ରହିଛି।

କଖାରୁରେ ଭିଟାମିନ୍‌ ବି-୬, ଫାଇବର୍‌, ଫୋଲେଟ୍‌, ଭିଟାମିନ୍‌ ଏ', ଭିଟାମିନ୍‌ ସି',ପୋଟାସିୟମ୍‌, କପର୍‌, ମ୍ୟାଗ୍ନେସିୟମ୍‌ ଏବଂ ଭିଟାମିନ୍‌ ଇ' ଆଦି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି।

କଖାରୁ ଖାଇବା ଦ୍ୱାରା ଶରୀରର ଇମ୍ୟୁନୋ ସିଷ୍ଟମ୍‌ ମଜବୁତ୍‌ ହେବା ସହିତ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ।
ଏହାର ଆହୁରି ଅନେକ ଫାଇଦା ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

ଦୃଷ୍ଟି ଶକ୍ତି ବୃଦ୍ଧି କରେ: କଖାରୁରେ ଭିଟାମିନ୍‌ ଏ' ପ୍ରଚୁର ମାତ୍ରାରେ ରହିଛି। ଯାହା ଆଖିର ରଶ୍ମୀ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗୋଟିଏ କପ୍‌ କଖାରୁ ରସ ପ୍ରତିଦିନ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ: କଖାରୁରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଯାହା ଶରୀରକୁ ଅକ୍ସିଡାଇଜ୍‌ କରି ରୋଗପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଏହି କାରଣରୁ ଆପଣଙ୍କୁ ରୋଗ ମଧ୍ୟ କମ୍‌ ହୋଇଥାଏ।

ଓଜନ ହ୍ରାସ କରେ: କଖାରୁରେ କମ୍ ପରିମାଣର କ୍ୟାଲୋରୀ ଏବଂ ଅଧିକ ମାତ୍ରାରେ ଫାଇବର୍‌ ଥାଏ। ଏଣୁ କଖାରୁ ଖାଇବା ପରେ ଭୋକ କମ୍‌ ଲାଗିଥାଏ। ଯାହା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ।

ତ୍ୱଚାକୁ ସୁନ୍ଦର ରଖେ: କଖାରୁରେ ଭିଟାମିନ୍‌ ଏ', ସି' ଓ ଭିଟା-କେରାଟିନ୍ ତତ୍ତ୍ୱ ରହିଛି। ଯାହା ପ୍ରାକୃତିକ ଉପାୟରେ ତ୍ୱଚାକୁ ସୁନ୍ଦର ରଖିଥାଏ। କଖାରୁ ଖାଇଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ।

Related story