ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଥଣ୍ଡା ଖାଦ୍ୟ, ପାନୀୟ ସମସ୍ତଙ୍କ ପସନ୍ଦ। ଆମେ ମଧ୍ୟ ଜୁସ୍, ଆଇସ୍କ୍ରୀମ୍ ଆଦି କିଣି ଖାଇବା ପାଇଁ ବହୁତ ପସନ୍ଦ କରିଥାଉ। ହେଲେ କେବେ ଏଭଳି ରେସିପି ଘରେ ତିଆରି କରିବାକୁ ଭାବି ନ ଥାଉ। ତେବେ ଆପଣଙ୍କୁ ଆଜି ତରଭୁଜ ଦ୍ୱାରା ଏକ ଥଣ୍ଡା ରେସିପି ପ୍ରସ୍ତୁତ କରିବା ଶିଖାଇବୁ। ତରଭୁଜର ଟେଷ୍ଟି ସ୍ୱାଦ ମିଳିବା ସହ ଖରାଦିନେ ଏହା ଆପଣଙ୍କୁ ଆଇସ୍କ୍ରୀମ୍ର ମଧ୍ୟ ସ୍ୱାଦ ଦେବ।
ଆବଶ୍ୟକୀୟ ସାମଗ୍ରୀ
ତରଭୁଜ, ପୁଦିନା ପତ୍ର, ଚାର୍ଟ ମସଲା, ଚିନି ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆପଣ ତରଭୁଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ତାକୁ ଗ୍ରାଇଣ୍ଡ କରିବା ପାଇଁ ଜାର୍ ନିଅନ୍ତୁ। ଜାର୍ରେ ତରଭୁଜ ଖଣ୍ଡ, ୩ରୁ ୪ଟି ପୁଦିନା ପତ୍ର, ଚାର୍ଟ ମସଲା, ଚିନି ଏବଂ ଅଳ୍ପ ଲୁଣ ପକାଇ ଗ୍ରାଇଣ୍ଡ କରିଦିଅନ୍ତୁ।
ଏହା ପରେ ତରଭୁଜ ଜୁସ୍କୁ ଏତ ପାତ୍ରରେ କାଢ଼ି ଦିଅନ୍ତୁ। ଛୋଟ ଛୋଟ ତରଭୁଜ ଖଣ୍ଡକୁ ମଧ୍ୟ ସେଥିରେ ପକାନ୍ତୁ। ଆପଣଙ୍କ ପାଖରେ ଯଦି ପପ୍ସିକଲ୍ସ କରିବା ପାଇଁ ପାତ୍ର ନାହିଁ ତାହାଲେ ଆପଣ ପ୍ଳାଷ୍ଟିକ୍ ଚା’ ଗ୍ଲାସ୍ ନେଇ ପାରିବେ।
ଚା’ ଗ୍ଲାସ୍ ନେଇ ସେଥିରେ ପୂର୍ବରୁ କରିଥିବା ଜୁସ୍ ଭର୍ତ୍ତି କରନ୍ତୁ। ଏହା ପରେ ପପ୍ସିକଲ୍ସ ତିଆରି ହେବା ପାଇଁ ଫ୍ରିଜ୍ରେ ୪ରୁ ୫ ଘଣ୍ଟା ଯାଏ ରଖି ଦିଅନ୍ତୁ। ଫ୍ରିଜ୍ରୁ କାଢ଼ି ସେଥିରେ ଆପଣ ଷ୍ଟିକ୍ ଲଗାନ୍ତୁ। ଏହା ପରେ ପପ୍ସିକଲ୍ସ୍ ଭଲରେ ଜମିବା ପାଇଁ ପୁଣି ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ।
ପ୍ରସ୍ତୁତ ହୋଇଯିବ ଆପଣଙ୍କର ୱାଟର୍ମେଲନ୍ ପପ୍ସିକଲ୍ସ୍। ଗରମ ଦିନେ ଏହାର ମଜା ଉଠାନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।