ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରମଦିନ ହେଉ ବା ଥଣ୍ଡା ଦିନ ସବୁ ଋତୁରେ ମହିଳାଙ୍କୁ ମ୍ୟାକ୍ସି ପିନ୍ଧିବାକୁ ଭଲ ଲାଗେ। ଯେଉଁ ମହିଳା ସର୍ଟଡ୍ରେସ୍ ପସନ୍ଦ କରନ୍ତି ନାହିଁ, ସେମାନେ ପାଇଁ ମ୍ୟାକ୍ସି ପିନ୍ଧିବା ହେଉଛି ଭଲ ଅପସନ୍। ତେବେ ଯେଉଁ ମହିଳାଙ୍କ ଉଚ୍ଚତା କମ ସେମାନେ ମ୍ୟାକ୍ସି ପିନ୍ଧିବାକୁ କୁଣ୍ଠାବୋଧ କରିଥାନ୍ତି। ଅନେକ କ୍ଷେତ୍ରରେ ଅଧିକାଂଶ ମହିଳାଙ୍କର ଇଚ୍ଛା ଥିଲେ ମଧ୍ୟ କମ୍ ଉଚ୍ଚତା ଯୋଗୁଁ ସେମାନେ ବି ପିନ୍ଧି ପାରନ୍ତି ନାହିଁ। ସେଥିପାଇଁ ମନ ଉଦାସ କରିଥାନ୍ତି। ଏଥିରେ ମନ ଉଦାସ କରିବାର କିଛି କାରଣ ନାହିଁ। ଏପରି କିଛି ଟିପ୍ସ ଅଛି ଯାହାକୁ ଆପଣାଲେ ଆପଣ ବି ମ୍ୟାକ୍ସି ପିନ୍ଧି ପାରିବେ। ଆସନ୍ତୁ ଜାଣିବା ଏହି ଟିପ୍ସ ସମ୍ପର୍କରେ।
୧. ଗୋଟିଏ ରଙ୍ଗର ମ୍ୟାକ୍ସି ପିନ୍ଧିବାକୁ ଚାହୁଁଥିଲେ, ଉଚିତ ରଙ୍ଗର କିଣନ୍ତୁ। ଆପଣ ଡେଙ୍ଗା ଦେଖାଯିବେ। କଳା ରଙ୍ଗ ମ୍ୟାକ୍ସି ପିନ୍ଧନ୍ତୁ ନାହିଁ, । ଆପଣଙ୍କ ଉଚ୍ଚତା କମ୍ ଦେଖାଯିବ।
୨. କମ୍ ଉଚ୍ଚତା ଥିବା ମହିଳାମାନେ ଏମପ୍ୟାୟାର ୱେଷ୍ଟ ମ୍ୟାକ୍ସି ପିନ୍ଧିବା ଉଚିତ। ଏହି ମ୍ୟାକ୍ସିରେ ଅଧିକ କୁଞ୍ଚ ରହିବା ସହ ଆକାର ବଡ଼ ହୋଇଥାଏ। ଏହାକୁ ପିନ୍ଧିଲେ ଆପଣଙ୍କ ଉଚ୍ଚା ଦେଖାଯିବେ।
୩. ଢିଲା ନୁହେଁ ଅଧିକ ଲମ୍ବା ମ୍ୟାକ୍ସି ପିନ୍ଧନ୍ତୁ। ଏଭଳି ମ୍ୟାକ୍ସି ପିନ୍ଧିବା ବେଳେ ତା’ର କଟିଂ ଉପରେ ନଜର ରଖନ୍ତୁ। ଢିଲା ମ୍ୟାକ୍ସି ପିନ୍ଧିଲେ ଆପଣଙ୍କ ଉଚ୍ଚତା କମ୍ ଦେଖାଯିବ।
୪. ଷ୍ଟାଇଲ ମ୍ୟାକ୍ସି ପିନ୍ଧିବାକୁ ପସନ୍ଦ କରୁଛନ୍ତି କି ? ତାହା ହେଲେ ହରାଇଜେଣ୍ଟଲ ଷ୍ଟାଇଲର ମ୍ୟାକ୍ସି ନ ପିନ୍ଧି ଭଟିକାଲ ଷ୍ଟାଇଲ ବାଛନ୍ତୁ। ଏହା ପିନ୍ଧିବା ଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ।
୫. ପିଣ୍ଟ୍ରେଡ୍ ମ୍ୟାକ୍ସି କେହି ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଯଦି ପ୍ରିଣ୍ଟେଡ୍ ମ୍ୟାକ୍ସି ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଛୋଟ ଛୋଟ ପ୍ରିଣ୍ଟର ସ୍କେଲ କଟିଂ ହୋଇଥିବା ମ୍ୟାକ୍ସି ପିନ୍ଧନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/09/0664df5831700cb67c0320d0c3e87f74-purple-maxi-dresses-long-dresses.jpg)