Advertisment

ଜଳଖିଆରେ କ’ଣ ଖାଆନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ?

ନୂଆଦିଲ୍ଲୀ : ହେଲଥ୍ ଟିପ୍ସଠାରୁ ଆରମ୍ଭ କରି ଫ୍ୟାଶନ୍ ଟିପ୍ସ ପର୍ଯ୍ୟନ୍ତ ସମସ୍ତ ଛୋଟ ବଡ଼ କାମ ପାଇଁ ଆମେ ଗୁଗୁଲ୍‌ର ସହାୟତା ନେଇଥାଉ। ଗୁଗୁଲ୍ ବିନା ଆମର ସବୁ କାମ ଯେପରି ଅଧୁରା କହିଲେ ଚଳେ। ତେବେ ଆମର ସବୁ କାମରେ ସାହାଯ୍ୟ କରୁଥିବା ଗୁଗୁଲ୍‌ ସକାଳ ଜଳଖିଆରେ କ’ଣ ଖାଇଥାଏ ଆପଣ ଜାଣିଛନ୍ତି କି ? ଏଠି ଆମେ ସେ ଗୁଗୁଲ୍‌ କଥା ନୁହେଁ, ଏହାର ମୁଖ୍ୟ ସୁନ୍ଦର ପିଚାଇଙ୍କ କଥା କହୁଛୁ। ନିକଟରେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଜଳଖିଆରେ କ’ଣ ଖାଆନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ?

sundar

ନୂଆଦିଲ୍ଲୀ : ହେଲଥ୍ ଟିପ୍ସଠାରୁ ଆରମ୍ଭ କରି ଫ୍ୟାଶନ୍ ଟିପ୍ସ ପର୍ଯ୍ୟନ୍ତ ସମସ୍ତ ଛୋଟ ବଡ଼ କାମ ପାଇଁ ଆମେ ଗୁଗୁଲ୍‌ର ସହାୟତା ନେଇଥାଉ। ଗୁଗୁଲ୍ ବିନା ଆମର ସବୁ କାମ ଯେପରି ଅଧୁରା କହିଲେ ଚଳେ। ତେବେ ଆମର ସବୁ କାମରେ ସାହାଯ୍ୟ କରୁଥିବା ଗୁଗୁଲ୍‌ ସକାଳ ଜଳଖିଆରେ କ’ଣ ଖାଇଥାଏ ଆପଣ ଜାଣିଛନ୍ତି କି ? ଏଠି ଆମେ ସେ ଗୁଗୁଲ୍‌ କଥା ନୁହେଁ, ଏହାର ମୁଖ୍ୟ ସୁନ୍ଦର ପିଚାଇଙ୍କ କଥା କହୁଛୁ।

Advertisment

ନିକଟରେ ଏକ ଇଣ୍ଟରଭ୍ୟୁରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ତାଙ୍କର ସକାଳ ଜଳଖିଆ ବିଷୟରେ କହିଛନ୍ତି। ସକାଳେ ଚାହା ପିଇବା ଓ ଜଳଖିଆରେ ଅଣ୍ଡା ଖାଇବା ତାଙ୍କର ପ୍ରଥମ ପସନ୍ଦ। ଇଣ୍ଟରଭ୍ୟୁରେ ସେ କହିଥିଲେ, ‘ପ୍ରୋଟିନ୍‌ ପାଇବା ପାଇଁ ସକାଳେ ମୁଁ ସର୍ବଦା ଓମଲେଟ୍‌ ସହିତ ଟୋଷ୍ଟ ଖାଇଥାଏ। ଏପରିକି ସକାଳେ ପେପର୍ ପଢ଼ିବାକୁ ମୁଁ ଭଲପାଏ।’

ସକାଳେ ୬:୩୦ ରୁ ୭ଟା ମଧ୍ୟରେ ଉଠିବା ପରେ ତାଙ୍କର ଜଳଖିଆ ଓ ପେପର୍ ପ୍ରସ୍ତୁତ ହୋଇ ରହିଥାଏ। ସକାଳେ ଏକ୍ସସରସାଇଜ୍‌ କରିବା ପାଇଁ ପସନ୍ଦ କରୁଥିଲେ ବି ସେ ସନ୍ଧ୍ୟାରେ ଏଥିପାଇଁ ସମୟ ଦେଇଥା’ନ୍ତି।

Advertisment

ସକାଳେ ସୁନ୍ଦର ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ପଢ଼ିଥା’ନ୍ତି ବୋଲି କହିଥିଲେ। ନୂଆ ଜେନେରେସନ୍‌ର ପିଲାଙ୍କ ପରି ସେ ଅନଲାଇନ୍‌ରେ ଜର୍ଣ୍ଣାଲ୍‌ ପଢ଼ିବାକୁ ପସନ୍ଦ କରିନଥା’ନ୍ତି। ଏହା ବ୍ୟତୀତ ସେ ସାଇଣ୍ଟିଫିକ୍‌ ରିପୋର୍ଟ ଓ ଦ ନ୍ୟୁୟର୍କ ଟାଇମସ୍‌ ପଢ଼ିଥାନ୍ତି।