ହୋଲିରେ ଭାଙ୍ଗ ପିଉଛନ୍ତି କି? ଜାଣନ୍ତୁ କ’ଣ ରହିଛି ଏହାର ସାଇଡ୍‌ ଇଫେକ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ଏପରି ଏକ ପର୍ବ ଯେଉଁ ପର୍ବରେ ସାରା ପରିବେଶ ଉତ୍ସବମୁଖର ହୋଇଯାଏ। ଆମେ  ରଙ୍ଗର ଏହି ପର୍ବକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରୁ। ଏହି ପର୍ବରେ ଘରକୁ ଆସୁଥିବା ଅତିଥିଙ୍କୁ ମିଠା ସମେତ ବିଭିନ୍ନ ସର୍ବତ ଓ ପଣାରେ ମଧ୍ୟ ଆପାୟିତ କରାଯାଏ। ବହୁ ଲୋକ ଏହି ପର୍ବରେ ଭାଙ୍ଗ ପିଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଅନେକ ଏହାର ମଜା ଉଠାଉଥିବା ବେଳେ ଆଉ କେତେ ଲୋକ ଏହାକୁ ପିଇ ସ୍ୱାସ୍ଥ୍ୟ ସମସ୍ୟାରେ […]

h11

Rosalin Rath
  • Published: Thursday, 21 March 2019
  • , Updated: 21 March 2019, 08:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ଏପରି ଏକ ପର୍ବ ଯେଉଁ ପର୍ବରେ ସାରା ପରିବେଶ ଉତ୍ସବମୁଖର ହୋଇଯାଏ। ଆମେ  ରଙ୍ଗର ଏହି ପର୍ବକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରୁ। ଏହି ପର୍ବରେ ଘରକୁ ଆସୁଥିବା ଅତିଥିଙ୍କୁ ମିଠା ସମେତ ବିଭିନ୍ନ ସର୍ବତ ଓ ପଣାରେ ମଧ୍ୟ ଆପାୟିତ କରାଯାଏ। ବହୁ ଲୋକ ଏହି ପର୍ବରେ ଭାଙ୍ଗ ପିଇବାକୁ ମଧ୍ୟ ପସନ୍ଦ କରିଥାନ୍ତି।

ଅନେକ ଏହାର ମଜା ଉଠାଉଥିବା ବେଳେ ଆଉ କେତେ ଲୋକ ଏହାକୁ ପିଇ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥାନ୍ତି। ହୋଲିରେ ବ୍ୟବହାର ହେଉଥିବା ପାନୀୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ଆମେ ଏଠାରେ କହିବାକୁ ଯାଉଛୁ।

ଭାଙ୍ଗର ସାଇଡ୍‌ ଇଫେକ୍ଟ

ଅନେକ ଲୋକ ଭାଙ୍ଗ ପିଇବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ଭଳି ସମସ୍ୟାରେ ପଡ଼ିଥାନ୍ତି। ତେଣୁ ଏହାକୁ ପିଇବା ଦ୍ୱାରା ଆଉ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ପଢ଼ନ୍ତୁ।

ଡିପ୍ରେସନ୍‌ ବା ଚିଡ୍‌ଚିଡ଼ା ହୋଇଯାଆନ୍ତି

ଭାଙ୍ଗ ପିଇବା ପରେ ନିଶା ଛାଡ଼ି ସାରିଲା ପରେ ମଧ୍ୟ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ। ଏଥିପାଇଁ ଲୋକମାନେ ଭାଙ୍ଗ ପିଇବା ପରେ ଡିପ୍ରେସନ୍‌ ବା ଚିଡ୍‌ଚିଡ଼ା ସ୍ୱଭାବର ଶୀକାର ହୋଇଯାଆନ୍ତି।

ଶୁକ୍ରାଣୁ କମ୍‌ ହୋଇଥାଏ

ଭାଙ୍ଗ ପିଇବା ଦ୍ୱାରା ପୁରୁଷମାନଙ୍କର ଶୁକ୍ରାଣୁ କମ୍‌ ହେବାର ମଧ୍ୟ ସମ୍ଭାବନା ଥାଏ। ସେହିପରି ଗର୍ଭବତୀ ମହିଳା ଏହାକୁ ପିଇଲେ ଗର୍ଭସ୍ଥ ଶିଶୁ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ।

ବାନ୍ତି ହୁଏ

ଭାଙ୍ଗ ପିଇସାରିଲା ପରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ଯେପରିକି ଅଧିକ ମୁଣ୍ଡ ବିନ୍ଧିବା, ମୁଣ୍ଡ ଭାରି ଭାରି ଲାଗିବା, ବାନ୍ତି ହେବା, କଥା ବାର୍ତ୍ତା କଲା ବେଳେ ଥକିଯିବା, ଏବଂ ମାନସିକ ସନ୍ତୁଳନ ବିଗିଡ଼ିବା ଭଳି ସମସ୍ୟା ଦେ‌ଖାଦେଇଥାଏ।

ଶରୀରରେ ଭାଙ୍ଗର ଖରାପ ପ୍ରଭାବ

ଯେତେବେଳେ ଭାଙ୍ଗ ଶରୀରକୁ ଯାଇ ରକ୍ତରେ ପ୍ରବେଶ କରେ ସେତେବେଳେ ଆମ ଶରୀରରେ ଭାଙ୍ଗର ରିଆକ୍ସନ୍‌ ଦେଖାଯାଏ। ଭାଙ୍ଗ ଆମ ଶରୀରରେ ଆଖି, କାନ, ତ୍ୱଚା ଏବଂ ପେଟରେ ମଧ୍ୟ ପ୍ରଭାବ ପକାଇଥାଏ।

ରକ୍ତଚାପକୁ ପ୍ରଭାବିତ କରିଥାଏ

ଭାଙ୍ଗର ଅଧିକ ସେବନ ଯୋଗୁ ଭୋକ ହୁଏ ନାହିଁ ଏବଂ ନିଦ ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ଆପଣଙ୍କ ଶରୀରରେ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଉପୁଜାଇପାରେ।

ତେଣୁ ଆପଣ ହୋଲିରେ ସାଙ୍ଗସାଥୀଙ୍କ ମେଳରେ ପଡି ଅଧିକ ଭାଙ୍ଗ ପିଅନ୍ତୁ ନାହିଁ ଏବଂ ଆପଣଙ୍କ ଶରୀରରେ କିଛି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

Related story