/odisha-reporter/media/post_attachments/uploads/2017/05/lovers..jpg)
lovers.,,,,,,,,,,,,,,,,,,,,,,,
ପ୍ରେମ ଆଗରେ ସବୁ ତୁଚ୍ଛ। ଏ ଛୋଟିଆ ଶବ୍ଦର ଅନେକ ପରିଭାଷା। ଦୁଇଟି ଦୃହୟର ମିଳନରେ ସୃଷ୍ଟି ହୋଇଥାଏ ଏ ସଂପର୍କ। ପ୍ରେମ କରିବାର କୌଣସି ବୟସ ସୀମା ନ ଥାଏ। ବହୁ ସମୟରେ ପରିବାର ଲୋକଙ୍କ ଅଗୋଚରରେ ପିଲାମାନେ ପ୍ରେମ କରିଥାନ୍ତି। ଯେତେବେଳେ ଏ କଥା ଘର ଲୋକେ ଜାଣନ୍ତି ପରିସ୍ଥିତି ସମ୍ଭାଳିବା କଷ୍ଟକର ହୋଇଥାଏ। ବିଶେଷ କରି ଝିଅଙ୍କ କ୍ଷେତ୍ରରେ ଅତି ଯନ୍ତ୍ରଣାଦାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି ସମ୍ଭାଳିବେ ଏପରି ପରିସ୍ଥିତି।
୧- ଯଦି ଘରେ ବୟଫ୍ରେଣ୍ଡ ବିଷୟରେ ଜାଣି ଦେଲେ ତାହା ହେଲେ ଆପଣ ଚୁପଚାପ ରୁହନ୍ତୁ। ପରିସ୍ଥିତି ଶାନ୍ତ ପଡ଼ିବା ଯାଏ କାହାକୁ କିଛି କୁହନ୍ତୁ ନାହିଁ। ପରେ ଆପଣଙ୍କ ବୟଫ୍ରେଣ୍ଡ ବିଷୟରେ ପିତାମାତା ସହ କଥା ହୁଅନ୍ତୁ।
୨- ପରିବାର ଲୋକଙ୍କୁ ମନାଇବା ପାଇଁ ବୟଫ୍ରେଣ୍ଡ ଭଲଗୁଣ ବିଷୟରେ କୁହନ୍ତୁ। ବେଶୀ ବୟଫ୍ରେଣ୍ଡର ପ୍ରଂଶସା କରନ୍ତୁ ନାହିଁ। କଥା ବିଗିଡ଼ି ଯାଇପାରେ।
୩- ଘରେ ଯଦି ବୟଫ୍ରେଣ୍ଡ ବିଷୟରେ ଜାଣି ନେଲେ ତାହାହେଲେ ଆପଣ ପରିବାର ନିକଟରେ ଭୁଲ ମାଗି ନିଅନ୍ତୁ। ବାପାମାଆ ନିଜ ସନ୍ତାନର ଭୁଲ କ୍ଷମା କରି ଦିଅନ୍ତି। ନିଜର ପ୍ରେମ ବିଷୟରେ ଧୀରେ ଧୀରେ କୁହନ୍ତୁ। ସେ ଆପଣଙ୍କ କଥା ନିଶ୍ଚୟ ରଖିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
