Advertisment

Kitchen tips in odia: କେଉଁ ତେଲ ରୋଷେଇ ପାଇଁ ଭଲ ?

ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଲି ହେଉ କିମ୍ୱା ତରକାରି ସବୁଥି ପାଇଁ ତେଲ ଜରୁରୀ। ନ ହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ। ତେବେ କେଉଁ ତେଲ ଶରୀର ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ୍‌ ଓ ଆବାକଡୁ ତେଲ ସବୁଠୁ ଭଲ। କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍‌ ବ୍ୟବହାର କରିଥା’ନ୍ତି। ରିଫାଇଣ୍ଡ୍‌ ଅଏଲ୍‌ ଉଭୟ ରୋଷେଇ ଓ […]

ଅଦ୍ୟତନ ହୋଇଛି
Kitchen tips in odia: କେଉଁ ତେଲ ରୋଷେଇ ପାଇଁ ଭଲ ?

oil

Advertisment

ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଲି ହେଉ କିମ୍ୱା ତରକାରି ସବୁଥି ପାଇଁ ତେଲ ଜରୁରୀ। ନ ହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ। ତେବେ କେଉଁ ତେଲ ଶରୀର ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ୍‌ ଓ ଆବାକଡୁ ତେଲ ସବୁଠୁ ଭଲ।

Advertisment

କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍‌ ବ୍ୟବହାର କରିଥା’ନ୍ତି। ରିଫାଇଣ୍ଡ୍‌ ଅଏଲ୍‌ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହି ତେଲକୁ ଉଚ୍ଚ ତାପମାତ୍ରାରେ ତିଆରି କରାଯାଏ। ତେଣୁ ଏଥିରେ ନ୍ୟୁଟ୍ରିସନ୍ସ କମ୍‌ ରହିଥାଏ। ତେଣୁ ରିଫାଇଣ୍ଡ ତେଲରେ ଟ୍ରାନ୍ସ ଫ୍ୟାଟ୍‌ ଅଧିକ ରହିଛି, ଯାହା ଶୀରରକୁ କ୍ଷତି ପହଞ୍ଚାଇଥାଏ।

ଯଦି ପାରୁଛନ୍ତି ରୋଷେଇରେ ସୋରିଷ ତେଲ ବ୍ୟବହାର କରନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସୋରିଷ ତେଲକୁ ଆପଣ ତରକାରି, ଡ଼ାଲି ଓ ଭଜା କରିବା ପାଇଁ ବ୍ୟବହାର କରିପାରିବେ।

Advertisment

ସେହିପରି ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ବା ପେଡ଼ା ହେଉଥିବା ଯେକୌଣସି ଖାଇବା ତେଲ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ। ତେବେ ଯେକୌଣସି ଖାଇବା ତେଲକୁ କମ୍ ବ୍ୟବହାର କଲେ ଭଲ। ମାତ୍ରାଧିକ ମସଲା ଭଳି ମାତ୍ରାଧିକ ତେଲ ବି ଶରୀର ପାଇଁ ଭଲ ନୁହେଁ।

Kitchen Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe