Advertisment

କୋରନା ସତର୍କତା: ହାତ ଧୋଇବା ଶିଖାଇଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ

ୱାଶିଂଟନ: ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି କରୋନା। ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ଲାଗିଥିବା ଏହି ଭୂତାଣୁକୁ ରୋକିବାକୁ ଏ ଯାଏ କୌଣସି ଔଷଧ ବାହାରି ନାହିଁ। ତେଣୁ କେବଳ ସତର୍କତା ଅବଲମ୍ବନ କରିବା ଦ୍ୱାରା ହିଁ ଏହି ରୋଗ ଉପରେ ଅଙ୍କୁଶ ଲଗାଯାଇପାରିବ। କରୋନାକୁ ନେଇ ସମଗ୍ର ବିଶ୍ୱ ସମୁଦାୟ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)  ପକ୍ଷରୁ ଏକ ଭିଡିଓ ଜାରି […]

author-image
Niharika Rout
ଅଦ୍ୟତନ ହୋଇଛି
କୋରନା ସତର୍କତା: ହାତ ଧୋଇବା ଶିଖାଇଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ

hand-1

ୱାଶିଂଟନ: ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି କରୋନା। ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ଲାଗିଥିବା ଏହି ଭୂତାଣୁକୁ ରୋକିବାକୁ ଏ ଯାଏ କୌଣସି ଔଷଧ ବାହାରି ନାହିଁ। ତେଣୁ କେବଳ ସତର୍କତା ଅବଲମ୍ବନ କରିବା ଦ୍ୱାରା ହିଁ ଏହି ରୋଗ ଉପରେ ଅଙ୍କୁଶ ଲଗାଯାଇପାରିବ। କରୋନାକୁ ନେଇ ସମଗ୍ର ବିଶ୍ୱ ସମୁଦାୟ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)  ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଡବ୍ଲ୍ୟୁଏଚ୍ଓର ଟ୍ୱିଟର ପେଜ୍‌ରେ ଏହାକୁ ଶେଆର୍ କରାଯାଇଛି।

Advertisment

publive-image

କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବାକୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ଏହାକୁ କେମିତି ଧୋଇବେ ସେ ନେଇ ଏହି ଭିଡିଓରେ କୁହାଯାଇଛି। ଏଥିରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍‌ରେ ହାତ ଧୋଇବାର ୧୧ଟି ସୋପାନ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ ଧୋଇ ଭିଡିଓରେ ଦେଖାଉଛନ୍ତି ନିଜେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରାସ ଅଧନମ୍।

ହାତ ପାପୁଲି, ହାତର ପଛପଟ, ଆଙ୍ଗୁଳି ସନ୍ଧି ଏବଂ ନଖକୁ କେମିତି ଭଲରେ ସଫା କରିବେ ସେନେଇ ଭିଡିଓରେ ଡାକ୍ତର ଟେଡ୍ରାସ ଅଧନମ୍ ନିଜେ କରି ଦେଖାଇଛନ୍ତି। ଏଥିସହ ଲୋକଙ୍କ ପାଇଁ ସେଫ୍ ହ୍ୟାଣ୍ଡ୍ସ ଚ୍ୟାଲେଞ୍ଜ ଦେଇଛନ୍ତି ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ। ସେ ଶିଖାଉଥିବା ଉପାୟରେ ହାତ ଧୋଇ ତାର ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ିବାକୁ ସେ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment