ଅଦ୍ୟତନ ହୋଇଛି
Mollat
Advertisment
ସାଧାରଣତ ଫଳକୁ ସମସ୍ତେ ଦେହ ପାଇଁ ହିତକର ବୋଲି କୁହନ୍ତି। ସେଓକୁ ସବୁଠୁ ଅଧିକ ହିତକର ଫଳ କୁହାଯାଏ। ହଲେ କେବେ ଭାବିଛନ୍ତି ସେଓ ବି ଆପଣଙ୍କ ଜୀବନ ନେିପାରିବ ବୋଲି।
Advertisment
ସାଧାରଣତ ଲୋକେ ଫଳ ଖାଇବାବେଳେ ଅନେକ ସମୟରେ ଭୁଲରେ ତାର ମଞ୍ଜିକୁ ବି ଖାଇଦେଇଥାନ୍ତି। ଆପଣ ଜାଣନ୍ତି କି ଏହି ମଞ୍ଜି ଆପଣଙ୍କ ପାଇଁ କେତେ କ୍ଷତିକାରକ। ସେଓର ମଞ୍ଜିରେ amygdalin ନାମକ ପଦାର୍ଥ ରହିଥାଏ। ଯାହା ପାଚକ ପ୍ରକ୍ରିଆରେ ସାଇନାଇଡ୍ ରିଲିଜ କରିଥାଏ। ଯେହେତୁ amygdalin ରେ ସୁଗାର ଏବଂ ସାଇନାଇଡ୍ ଥାଏ ଏହା ଶରୀର ଭିତରେ ପଶିଲେ ହାଇଡ୍ରୋଜେନ ସାଇନାଇଡ୍ରେ ପରିଣତ ହୋଇଯାଏ। ଏହି ସାଇନାଇଡ୍ ଏକ ବିଷ ଅଟେ। ଏହା କେବଳ ରୋଗ ନୁହେଁ। ଆପଣଙ୍କୁ ମୃତ୍ୟୁ ମୁଖକୁ ବି ଠେଲିପାରେ।
ଯଦି ଜଣେ ମଣିଷର ଶରୀରରେ ୨୦୦ଗ୍ରାମ ବା ଅଧା କପ୍ ସେଓ ମଞ୍ଜି ରହିଯାଏ ତେବେ ଆପଣ କୋମାରେ ପହଞ୍ଚିଯିବେ ନହେଲେ ଆପଣଙ୍କର ମୃତ୍ୟୁ ବି ହୋଇପାରେ। ଏହା ବ୍ୟତିତ ଶ୍ୱାସ ରୋଗ, ହୃଦ ରୋଗ, ବ୍ଲଡ୍ ପ୍ରେସର ଭଳି ଅନେକ ସମସ୍ୟା ଦେଖାଦେଇପାରେ। ତେବେ ଆପଣ ସେଓ ଖାଇଲା ବେଳେ ସର୍ବଦା ଏହାର ମଞ୍ଜିକୁ କାଢି ଖାଇବେ। ନଚେତ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/07/Mollat.png)