Advertisment

ସାବଧାନ ! ରାତିରେ କେଶ ଧୋଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମହିଳା ସକାଳେ କେଶ ଧୋଇବା ପାଇଁ ପସନ୍ଦ କରିନଥାନ୍ତି। ବିଶେଷ କରି କର୍ମଜୀବୀ ମହିଳାମାନେ ରାତିରେ କେଶ ଧୋଇ ଶୋଇବା ପାଇଁ ଅଧିକ ପସନ୍ଦ କରିଥା’ନ୍ତି। ଯଦି ଆପଣ ବି ରାତିରେ କେଶ ଧୋଉଛନ୍ତି, ତେବେ ସାବଧାନ ରୁହନ୍ତୁ। ଏପରି କଲେ ଆପଣଙ୍କ କେଶକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ? ୧. ରାତିରେ କେଶ ଧୋଇଲେ କେଶର ମୂଳ ଦୁର୍ବଳ ହୋଇଥାଏ ଓ ଝଡ଼ିଥାଏ। […]

ସାବଧାନ ! ରାତିରେ କେଶ ଧୋଉଛନ୍ତି କି ?

hair2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମହିଳା ସକାଳେ କେଶ ଧୋଇବା ପାଇଁ ପସନ୍ଦ କରିନଥାନ୍ତି। ବିଶେଷ କରି କର୍ମଜୀବୀ ମହିଳାମାନେ ରାତିରେ କେଶ ଧୋଇ ଶୋଇବା ପାଇଁ ଅଧିକ ପସନ୍ଦ କରିଥା’ନ୍ତି। ଯଦି ଆପଣ ବି ରାତିରେ କେଶ ଧୋଉଛନ୍ତି, ତେବେ ସାବଧାନ ରୁହନ୍ତୁ। ଏପରି କଲେ ଆପଣଙ୍କ କେଶକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?

Advertisment

୧. ରାତିରେ କେଶ ଧୋଇଲେ କେଶର ମୂଳ ଦୁର୍ବଳ ହୋଇଥାଏ ଓ ଝଡ଼ିଥାଏ। ଅନ୍ୟ ଏକ କାରଣ ହେଉଛି, କେଶ ଓଦା ରହିଲେ, ଏହାର କୁଟିକଲ୍ ଉପରକୁ ବାହାରି ଯାଇଥାଏ ଏବଂ କେଶ ଝଡ଼ିବା ସମସ୍ୟା ଉତ୍ପନ୍ନ ହୋଇଥାଏ।

୨. ଆହୁରି ମଧ୍ୟ ରାତିରେ କେଶ ଧୋଇ ଶୋଇଲେ ଓଦା ଯୋଗୁଁ ସକାଳେ ଉଠିବା ପରେ କେଶର ଆକାର ପରିବର୍ତ୍ତନ ହୋଇଥାଏ।

Advertisment

୩. ଅନେକ ସମୟରେ କେଶ ଧୋଇବା ପରେ ଆପଣ ଏହାକୁ କୁଣ୍ଡାଇବା ପାଇଁ ଭୁଲି ଯାଇଥା’ନ୍ତି। ଯାହା ଯୋଗୁଁ କେଶରେ ଗଣ୍ଠି ପଡ଼ିଯାଇଥାଏ। ଏଥିପାଇଁ ମଧ୍ୟ କେଶ ଅଧିକ ଝଡ଼ିଥାଏ।

୪. କେଶ ଓଦା ରହିଲେ ଏହାର ମୂଳରେ ଫଙ୍ଗସ୍‌ ଓ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ।

୫. କେବଳ ଏତିକି ନୁହେଁ, ଓଦା କେଶ ଯୋଗୁଁ ଥଣ୍ଡା, କାଶ ଓ ଆଲର୍ଜିର ଆଶଙ୍କା ବଢ଼ିବା ସହିତ ମୁଣ୍ଡ ବିନ୍ଧା ଭାରି ଲାଗିଥାଏ। ସେହିପରି ଧୂଳି ଯୋଗୁ ମୁଣ୍ଡରେ ଆଲର୍ଜି ହୋଇଥାଏ।

ଯଦି ଆପଣ ରାତିରେ କେଶ ଧୋଉଛନ୍ତି, ତେବେ ଡ୍ରାୟର୍‌ରେ ଏହାକୁ ଭଲ ଭାବରେ ଶୁଖାଇ ଶୁଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe