Advertisment

ପେନ୍‌ କିଲ୍‌ ପାଇଁ ବିୟର ପିଅ: ପାରାସିଟାମୋଲ୍‌ ଠାରୁ ମଦ ଭଲ

ଲଣ୍ଡନ: ମଦ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ମଦ କଲିଜାକୁ ଜାଳିଦିଏ। ଏହି ନିଶା ହିଁ ମଣିଷକୁ ମାରିଦିଏ। ମଦକୁ ନେଇ ଆମ ଭିତରେ ଏମିତି ଅନେକ ଧାରଣା ରହିଆସିଛି। ହେଲେ  ଚିକିତ୍ସା ବିଜ୍ଞାନରେ ଏହି ମଦକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ।  ମଦରେ ରହଛି ପେନ୍‌ କିଲର ଭଳି ଔଷଧୀୟ ଶକ୍ତି।  ତେଣୁ ପେନ୍‌ କିଲର ଭାବେ ଦିନକୁ ଦୁଇ ଗ୍ଲାସ ମଦ୍ୟପାନ କଲେ ଶରୀର ପାଇଁ କୌଣସି ବିପଦ ନାହିଁ। ଅର୍ଥାତ ଏହାର ପରିମାଣ ୯୪୬.୩୫୨ […]

ଅଦ୍ୟତନ ହୋଇଛି
ପେନ୍‌ କିଲ୍‌ ପାଇଁ ବିୟର ପିଅ: ପାରାସିଟାମୋଲ୍‌ ଠାରୁ ମଦ ଭଲ

wine-1

Advertisment

ଲଣ୍ଡନ: ମଦ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ମଦ କଲିଜାକୁ ଜାଳିଦିଏ। ଏହି ନିଶା ହିଁ ମଣିଷକୁ ମାରିଦିଏ। ମଦକୁ ନେଇ ଆମ ଭିତରେ ଏମିତି ଅନେକ ଧାରଣା ରହିଆସିଛି। ହେଲେ  ଚିକିତ୍ସା ବିଜ୍ଞାନରେ ଏହି ମଦକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ।  ମଦରେ ରହଛି ପେନ୍‌ କିଲର ଭଳି ଔଷଧୀୟ ଶକ୍ତି।  ତେଣୁ ପେନ୍‌ କିଲର ଭାବେ ଦିନକୁ ଦୁଇ ଗ୍ଲାସ ମଦ୍ୟପାନ କଲେ ଶରୀର ପାଇଁ କୌଣସି ବିପଦ ନାହିଁ। ଅର୍ଥାତ ଏହାର ପରିମାଣ ୯୪୬.୩୫୨ ମିଲି ଲିଟର ସୀମିତ ରହିବା ଆବଶ୍ୟକ। ବ୍ରିଟେନ୍‌ର ଗ୍ରୀନ୍‌ହୁଇଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ  ଗବେଷଣାରୁ  ଏହା ଜଣାପଡ଼ିଛି।

Advertisment

ଏପରିକି ପେନ୍‌ କିଲ୍‌ ପାଇଁ ବ୍ୟବହାର ହେଉ ଥିବା ମେଡିସିନ୍  ‘ପାରାସିଟାମୋଲ’ ଟାବ୍ଲେଡ୍‌ ଠାରୁ ମଦ ହିଁ ଅଧିକ ଗୁଣରେ ଭଲ ବୋଲି କୁହାଯାଇଛି।  ବିଶ୍ୱବିଦ୍ୟାଳର ପ୍ରଫେସର ଡ.ଥମସନ୍‌ଙ୍କ କହିବା ଅନୁଯାୟୀ ମଦରେ “ଉପିଡିଅଡ” ଡ୍ରଗ୍‌ସ ଭଳି ଔଷଧୀୟ ଗୁଣ ରହିଛି। ଯାହା ‘ପାରାସିଟାମୋଲ’ ବଟିକା ଅପେକ୍ଷା ଅଧିକ  ଶକ୍ତିଶାଳୀ । ତେଣୁ ପେନ୍‌ କିଲର ପାଇଁ ଅଳ୍ପ ମଦ୍ୟପାନ କଲେ କୌଣସି ସାଇଡ୍‌ ଇଫେକ୍ଟ ନାହିଁ ବୋଲି ସେ କହିଛନ୍ତି। ଏହି ଗବେଷଣାରେ ୨୦୨ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସୂଚନା ଅନୁଯାୟୀ, ବ୍ରିଟେନରେ ମଦ୍ୟପାନ ଉପରେ ସରକାର  ଗାଇଡ୍‌ଲାଇନ ରଖିଛନ୍ତି। ପୁରୁଷ ହୁଅନ୍ତୁ କି ମହିଳା ଜଣେ ସପ୍ତାହକୁ ୧୪ ୟୁନିଟ୍ ପର୍ଯ୍ୟନ୍ତ ମଦ୍ୟପାନ କରିପାରିବ ବୋଲି ନିର୍ଦ୍ଦେଶାନାମା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe