Advertisment

ଘରେ କଳିଝଗଡ଼ା ଲାଗି ରହୁଛି କି? ଲାଲ ରଙ୍ଗ କପଡ଼ା ପିନ୍ଧିବାରୁ ନିବୃତ୍ତ ରୁହନ୍ତୁ

ପରିବାରରେ ଶାନ୍ତି ବଜାୟ ରହିଲେ ଜୀବନ ସୁଖମୟ ହୋଇଥାଏ। କିନ୍ତୁ ଯେଉଁ ପରିବାରରେ ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୁଏ, ସେହି ଘର କୌଣସି ନର୍କରୁ କମ୍ ହୋଇନଥାଏ। କାମର ବୋଝ, ଅର୍ଥ ଚିନ୍ତା, ସମ୍ପତ୍ତି ଓ ଛୁଆପିଲାଙ୍କ ଦେଖାରେଖା ଭଳି ଅନେକ କାରଣରୁ ପରିବାରରେ ବିବାଦ ଦେଖାଯାଏ। ପରିବାରରେ ଅଶାନ୍ତି ଦେଖାଗଲେ ଭାରି ବିରକ୍ତ ଲାଗେ। ଅନେକ ସମୟରେ ପରିବାରରେ ହେଉଥିବା ବିବାଦ ଅବା ଝଗଡ଼ାର ସମାଧାନ ସହଜରେ ହୋଇଯାଏ। କିନ୍ତୁ କିଛି କ୍ଷେତ୍ରରେ ଶତ ଚେଷ୍ଟା […]

ଘରେ କଳିଝଗଡ଼ା ଲାଗି ରହୁଛି କି? ଲାଲ ରଙ୍ଗ କପଡ଼ା ପିନ୍ଧିବାରୁ ନିବୃତ୍ତ ରୁହନ୍ତୁ
Advertisment

ପରିବାରରେ ଶାନ୍ତି ବଜାୟ ରହିଲେ ଜୀବନ ସୁଖମୟ ହୋଇଥାଏ। କିନ୍ତୁ ଯେଉଁ ପରିବାରରେ ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୁଏ, ସେହି ଘର କୌଣସି ନର୍କରୁ କମ୍ ହୋଇନଥାଏ। କାମର ବୋଝ, ଅର୍ଥ ଚିନ୍ତା, ସମ୍ପତ୍ତି ଓ ଛୁଆପିଲାଙ୍କ ଦେଖାରେଖା ଭଳି ଅନେକ କାରଣରୁ ପରିବାରରେ ବିବାଦ ଦେଖାଯାଏ। ପରିବାରରେ ଅଶାନ୍ତି ଦେଖାଗଲେ ଭାରି ବିରକ୍ତ ଲାଗେ। ଅନେକ ସମୟରେ ପରିବାରରେ ହେଉଥିବା ବିବାଦ ଅବା ଝଗଡ଼ାର ସମାଧାନ ସହଜରେ ହୋଇଯାଏ। କିନ୍ତୁ କିଛି କ୍ଷେତ୍ରରେ ଶତ ଚେଷ୍ଟା ସତ୍ତ୍ୱେ ବିବାଦର ସମାଧାନ ହୋଇପାରେ ନାହିଁ। ତେବେ ବାସ୍ତୁଶାସ୍ତ୍ରରେ ଏମିତି ଝଗଡ଼ା ଓ ବିବାଦଗୁଡ଼ିକୁ ଶେଷ କରିବାର ଉପାୟ ରହିଛି। ଏହି ଉପାୟଗୁଡ଼ିକୁ ବ୍ୟବହାର କଲେ ପରିବାରରେ ଦେଖାଯାଉଥିବା ବିବାଦ ଓ ଝଗଡ଼ାକୁ ସହଜରେ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ସଂପର୍କରେ:

Advertisment

chandanwoodଚନ୍ଦନ କାଠର ମୂର୍ତ୍ତି

ପରିବାରରୁ ଅଶାନ୍ତି ଦୂର କରିବା ପାଇଁ ଘରେ ଧଳା ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ରଖନ୍ତୁ। ଏହି ମୂର୍ତ୍ତିକୁ ଘରେ ଏମିତି ସ୍ଥାନରେ ରଖନ୍ତୁ ଯେମିତି ଘରେ ପଶୁ ପଶୁ ସଭିଁଙ୍କ ନଜର ସେଥିରେ ପଡ଼ିବ।

ଗଙ୍ଗାଜଳ ଛିଞ୍ଚନ୍ତୁ

ଘରେ ଗଙ୍ଗାଜଳ ଛିଞ୍ଚନ୍ତୁ। ପ୍ରତି ପୂର୍ଣ୍ଣିମାରେ ଘରେ ଗଙ୍ଗାଜଳ ଛିଞ୍ଚନ୍ତୁ। ଘରକୁ ଶାନ୍ତି ଫେରାଇ ଆଣିବା ନିମନ୍ତେ ଏହି ଉପାୟ ଫଳପ୍ରଦ ହୋଇଥାଏ।

Advertisment

ଗୁରୁବାର ଦିନ ଖିଅର ହୁଅନ୍ତୁନି କି ଚୁଟି କାଟନ୍ତୁନି

ଗୁରୁବାର ଦିନ ଖିଅର ହୁଅନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ। ବିଶେଷ କରି ଯଦି ପରିବାରରେ ଅଶାନ୍ତିର ମାହୋଲ ରହିଛି ତା’ହେଲେ ଏହାକୁ ନିଶ୍ଚିତ ଅନୁକରଣ କରନ୍ତୁ।

ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ

ଯଦି ପରିବାରରେ ମହିଳା ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଛି, ତା’ହେଲେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ପରିବାର ସବୁ ମହିଳା ଲାଲ ରଙ୍ଗର ଶାଢ଼ି ଓ ଡ୍ରେସ୍‌ରୁ ଦୂରେଇ ରହିବା ଉଚିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe