Advertisment

ମହିଳାମାନଙ୍କୁ କେଉଁ ମାସରେ କ’ଣ କରିବା ଦରକାର

ସୁଗୃହଣୀ ଘରକୁ ସ୍ୱର୍ଗରେ ପରିଣତ କରିଥାଏ। ଯେଉଁ ଘରେ ନାରୀ ଯେତେ ଯତ୍ନବାନ ସେ ଘରେ ଶୁଖଶାନ୍ତି ସର୍ବଦା ବିରାଜିତ କରିଥାଏ। ଆସନ୍ତୁ ଜାଣିବା ମହିଳାମାନେ କେଉଁ ମାସରେ କ’ଣ କରିବା ଦରକାର। ଯାହାଦ୍ୱାରା ସେମାନେ ନିଜକୁ ଓ ଘରକୁ ସୁନ୍ଦର ଭାବେ ପରିଚାଳନା କରିପାରିବେ। ୧. ମହିଳାମାନେ କାର୍ତ୍ତିକରେ ରାଶି ଦାନ ଓ ନଦୀ ସ୍ନାନ କରିବା ସହ ପଳାଶପତ୍ରରେ ଭୋଜନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ। ୨. ପୁଷ୍କର ପୁରାଣରେ ବର୍ଣ୍ଣିତ ଅଛି, ଯେଉଁ ମନୁଷ୍ୟ […]

ମହିଳାମାନଙ୍କୁ କେଉଁ ମାସରେ କ’ଣ କରିବା ଦରକାର

kumbh

Advertisment

ସୁଗୃହଣୀ ଘରକୁ ସ୍ୱର୍ଗରେ ପରିଣତ କରିଥାଏ। ଯେଉଁ ଘରେ ନାରୀ ଯେତେ ଯତ୍ନବାନ ସେ ଘରେ ଶୁଖଶାନ୍ତି ସର୍ବଦା ବିରାଜିତ କରିଥାଏ। ଆସନ୍ତୁ ଜାଣିବା ମହିଳାମାନେ କେଉଁ ମାସରେ କ’ଣ କରିବା ଦରକାର। ଯାହାଦ୍ୱାରା ସେମାନେ ନିଜକୁ ଓ ଘରକୁ ସୁନ୍ଦର ଭାବେ ପରିଚାଳନା କରିପାରିବେ।

Advertisment

୧. ମହିଳାମାନେ କାର୍ତ୍ତିକରେ ରାଶି ଦାନ ଓ ନଦୀ ସ୍ନାନ କରିବା ସହ ପଳାଶପତ୍ରରେ ଭୋଜନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ।

୨. ପୁଷ୍କର ପୁରାଣରେ ବର୍ଣ୍ଣିତ ଅଛି, ଯେଉଁ ମନୁଷ୍ୟ କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଭଗବାନ ଶ୍ରୀହରିଙ୍କ ନାମରେ ରାଶି ତେଲରେ ଦୀପ ଜଳାଏ ସେ ଅତୁଳ ଲକ୍ଷ୍ମୀ, ରୂପ ସୌଭାଗ୍ୟ ଏବଂ ସମ୍ପତ୍ତିକୁ ପ୍ରାପ୍ତ କରେ।

Advertisment

୩. କାର୍ତ୍ତିକ ମାସରେ ବାଇଗଣ, କଲରା ଓ ମାଘ ମାସରେ ମୂଳା ତ୍ୟାଗ କରିଦେବା ଉଚିତ।

୪. କାର୍ତ୍ତିକ ଶୁକ୍ଲପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ବ୍ରତକୁ ଭୀଷ୍ମପଞ୍ଚକ ବ୍ରତ କୁହାଯାଏ। ଏହି ବ୍ରତ ପାଳନ କଲେ ସବୁ ପ୍ରକାର ଶୁଭକୃତ୍ୟର ପାଳନ ହୋଇଯାଏ। ଏହାକୁ ମହାପୂଣ୍ୟମୟ ବ୍ରତ ମହାପାତକ ନାଶକାରୀ କୁହାଯାଏ। ନିଃସନ୍ତାନ ବ୍ୟକ୍ତି ସପତ୍ନୀକ ଏହି ବ୍ରତ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ।

୫. ଯିଏ ଚତୁର୍ମାସରେ ପ୍ରତିଦିନ ନକ୍ଷେତ୍ରଙ୍କ ଦର୍ଶନ କରି ଏକବେଳା (ଥରେ) ଭୋଜନ କରେ, ସେ ଧନବାନ, ରୂପବାନ ଓ ମାନନୀୟ ହୋଇଥାଏ। ଯେଉଁ ବ୍ୟକ୍ତି ନିୟମ, ବ୍ରତ ଅଥବା ଜପ ବିନା ଚତୁର୍ମାସ ବିତାଏ ସେ ମୁର୍ଖ ଓ ଯିଏ ସାଧନ ଭଜନ ଦ୍ୱାରା ଏହି ଅମୂଲ୍ୟ ସମୟର ଲାଭ ଉଠାଇଲା ସେ ଅମୃତ କଳସ ପ୍ରାପ୍ତି କରେ।

୬. ଶ୍ରାବଣରେ ଶାଗ ଓ ଭାଦ୍ରବରେ ଦହି ଚହ୍ଲା ବର୍ଜିତ। ପ୍ରବାଦ ଅଛି, ଭାଦୋଁ କୀ ଦହୀ ଭୂତୋଁ କୋ, କାର୍ତ୍ତିକ କୀ ଦହୀ ପୂତୋଁ କୋ। ଅର୍ଥାତ୍ ଭାଦ୍ରବର ଦହି ଭୂତକୁ, କାର୍ତ୍ତିକର ଦହି ପୁତ୍ରକୁ।

୭. ଚୈତ୍ର ମାସରେ ୧୫ ଦିନ ଅଲଣା ବ୍ରତ ରଖଥିଲେ ରୋଗ ପ୍ରତିକାରକ ଶକ୍ତି ବଢେ ଓ ବର୍ଷ ସାରା ରୋଗରୁ ରକ୍ଷା ମିଳେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe