Advertisment

ସ୍ୱର୍ଗଠାରୁ କିଛି କମ୍‌ ନୁହେଁ ଏହି ସବୁ ବିଳାସପୂର୍ଣ୍ଣ ହୋଟେଲ୍‌

ନୂଆଦିଲ୍ଲୀ: ଦେଶବିଦେଶରେ ଭ୍ରମଣ କରିବା, ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିବା ଲାଗି ସମସ୍ତଙ୍କ ମନରେ ଇଚ୍ଛା ଥାଏ।  ଆଜି ଆପଣଙ୍କୁ ଏପରି କିଛି ହୋଟେଲ୍‌ ବିଷୟରେ କହିବୁ ଯାହା କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ। ଏହାକୁ ଦେଖିଲା ପରେ ସେହି ସ୍ଥାନକୁ ଯିବାକୁ ଆପଣଙ୍କୁ ନିଶ୍ଚୟ ଇଚ୍ଛା ହେବ। –ଏହା ହେଉଛି ମାଳଦ୍ୱୀପର ରେଙ୍ଗାଲି ଆଇସ୍‌ଲ୍ୟାଣ୍ଡରେ ତିଆରି ହୋଇଥିବା କେନରାଡ୍‌ ହୋଟେଲ୍‌। ଏହା ସମୁଦ୍ର ଭିତରେ ରହିଛି। ଏହା ଏଭଳି କୌଶଳରେ ନିର୍ମିତ ହୋଇଛି ଯେ, ହୋଟେଲ୍‌ ଭିତରୁ […]

author-image
Rosalin Rath
ଅଦ୍ୟତନ ହୋଇଛି
ସ୍ୱର୍ଗଠାରୁ କିଛି କମ୍‌ ନୁହେଁ ଏହି ସବୁ ବିଳାସପୂର୍ଣ୍ଣ ହୋଟେଲ୍‌

x1`

ନୂଆଦିଲ୍ଲୀ: ଦେଶବିଦେଶରେ ଭ୍ରମଣ କରିବା, ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିବା ଲାଗି ସମସ୍ତଙ୍କ ମନରେ ଇଚ୍ଛା ଥାଏ।  ଆଜି ଆପଣଙ୍କୁ ଏପରି କିଛି ହୋଟେଲ୍‌ ବିଷୟରେ କହିବୁ ଯାହା କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ। ଏହାକୁ ଦେଖିଲା ପରେ ସେହି ସ୍ଥାନକୁ ଯିବାକୁ ଆପଣଙ୍କୁ ନିଶ୍ଚୟ ଇଚ୍ଛା ହେବ।

Advertisment

maldives

-ଏହା ହେଉଛି ମାଳଦ୍ୱୀପର ରେଙ୍ଗାଲି ଆଇସ୍‌ଲ୍ୟାଣ୍ଡରେ ତିଆରି ହୋଇଥିବା କେନରାଡ୍‌ ହୋଟେଲ୍‌। ଏହା ସମୁଦ୍ର ଭିତରେ ରହିଛି। ଏହା ଏଭଳି କୌଶଳରେ ନିର୍ମିତ ହୋଇଛି ଯେ, ହୋଟେଲ୍‌ ଭିତରୁ ଚାରିପାଖକୁ ଦେଖିଲେ ଆପଣଙ୍କୁ ସମୁଦ୍ରର ସୁନ୍ଦର ମାଛ ଦେଖାଯିବ।

cliff hotel swtzerland

-ପାହାଡ଼ ଉପରେ ତିଆରି ହୋଇଛି ସ୍ୱିଜର୍‌ଲ୍ୟାଣ୍ଡର ଇଷ୍ଟର କ୍ଲିଫ୍‌ ହୋଟେଲ୍‌। ଏହା ଦେଖିବାକୁ ବହୁତ ସୁନ୍ଦର। ଏହା ଏପରି ତିଆରି ହୋଇଛି ଯେ, ସେଠାକୁ ଗଲେ ଆପଣ ଏକ ନୂଆ ଏବଂ ଅଲଗା ଦୁନିଆରେ ପହଞ୍ଚିଲା ପରି ଅନୁଭବ କରିବେ ।

Advertisment

atropr rives, france

-ଫ୍ରାନ୍ସର ଏଟ୍ରୋପ୍‌ ରିଭ୍ସ ହୋଟେଲ୍‌ ପ୍ରକୃତିର କୋଳରେ ତିଆରି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ହୋଟେଲ୍‌ର ଚାରିପାଖରେ ବରଫ ଢାଙ୍କି ହୋଇ ରହିଛି। ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଦେଖି ଆପଣ ବି ଭାବିବେ ସତରେ କ’ଣ ଏପରି ଜାଗା ରହିଛି।

publive-image

-ଏହା ହେଉଛି ଇଟାଲିର ରେଣ୍ଟୁରାଣ୍ଟ ଗ୍ରୋଟା ହୋଟେଲ୍‌। ଏହା ପାହାଡ଼ରେ ଥିବା ଏକ ଗୁମ୍ଫାରେ ତିଆରି ହୋଇଛି। ସନ୍ଧ୍ୟାବେଳେ ଏହି ହୋଟେଲ୍‌ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ଏହି ଜାଗାକୁ ଆପଣ ଗଲେ ସ୍ୱର୍ଗରେ ପହଞ୍ଚିଗଲା ପରି ଅନୁଭବ କରିବେ।

Thailand

-ଥାଇଲ୍ୟାଣ୍ଡର ରୟାଦି କରାବିରେ ତିଆରି ହୋଇଥିବା ଏହି ହୋଟେଲ୍‌ ଗ୍ରୋଟା ହୋଟେଲ୍‌ ଭଳି ଗୁମ୍ପାରେ ରହିଛି। ଗ୍ରୋଟା ହୋଟେଲ୍‌ ଏବଂ ଏହି ହୋଟେଲ୍‌ ଭିତରେ କେବଳ ଏହି ଫରକ୍‌ ଯେ, ଏହା ସମୁଦ୍ର ତଟରେ ରହିଛି।

publive-image

-ଜଙ୍ଗଲ ମଝିରେ ତିଆରି ହୋଇଥିବା ଏହି ହୋଟେଲ୍‌ ପ୍ରକୃତି ପ୍ରେମୀଙ୍କୁ ଖୁବ୍‌ ଭଲ ଲାଗିଥାଏ। ଏହି ହୋଟେଲ୍‌ର ନାମ ପଞ୍ଚୋରନ ରିଟ୍ରିଟ୍‌ ରିସୋର୍ଟ। ଏହା ଇଣ୍ଡୋନେସିଆର ଏକ ଦ୍ୱୀପରେ ରହିଛି।

Philippines

-ଫିଲିପିନ୍ସରେ ଥିବା ଏହି ହୋଟେଲ୍‌ର ନାମ ଭିଲ୍ଲା ଏସ୍କୋଡେରୋ ରେଣ୍ଟୁରାଣ୍ଟ। ଏହିଠାରେ ଥିବା ଝରଣା ପୁରାପୁରି ଅସଲି। ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ସବୁ ସୁବିଧା ରହିଛି।

Tourist Destinations