Advertisment

ପିଜା ସାଜିବ ଘାତକ, ଥରେ ଖାଇଲେ ଆୟୂଷ କମିବ ୭.୮ ମିନିଟ୍‌

ଆପଣ ନିଜ ଡାଏଟକୁ ନେଇ ହୋଇଯାଆନ୍ତୁ ଅଧିକ ସଜାଗ । କାରଣ ପ୍ରତିଦିନ ଖାଇବାରେ ଆପଣ ଏପରି ଜିନିଷ ଖାଉଛନ୍ତି ଯାହାକୁ ଥରେ ଖାଇଲେ ଜୀବନର କିଛି ମିନିଟ୍‌ କମିଯାଉଛି। ସେହିପରି କିଛି ପୁଷ୍ଟିକର ଖାଦ୍ୟ ଖାଇଲେ ଏହାର ପରିଣାମ ସ୍ୱରୂପ ଆପଣ କିଛି ମିନିଟ୍ ଅଧିକ ବଞ୍ଚିବାର ସୌଭାଗ୍ୟ ପାଉଛନ୍ତି। ଯେପରି ଥରେ ପିଜ୍ଜା ଖାଇଲେ ଆପଣଙ୍କ ଆୟୂଷ ୭.୮ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ହେଉଛି। ସେହିପରି ସୋଲମନ ଫିସ୍‌ ଖାଇଲେ ଆୟୁ ୧୩.୫ ମିନିଟ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
ପିଜା ସାଜିବ ଘାତକ, ଥରେ ଖାଇଲେ ଆୟୂଷ କମିବ  ୭.୮ ମିନିଟ୍‌

pizza

ଆପଣ ନିଜ ଡାଏଟକୁ ନେଇ ହୋଇଯାଆନ୍ତୁ ଅଧିକ ସଜାଗ । କାରଣ ପ୍ରତିଦିନ ଖାଇବାରେ ଆପଣ ଏପରି ଜିନିଷ ଖାଉଛନ୍ତି ଯାହାକୁ ଥରେ ଖାଇଲେ ଜୀବନର କିଛି ମିନିଟ୍‌ କମିଯାଉଛି। ସେହିପରି କିଛି ପୁଷ୍ଟିକର ଖାଦ୍ୟ ଖାଇଲେ ଏହାର ପରିଣାମ ସ୍ୱରୂପ ଆପଣ କିଛି ମିନିଟ୍ ଅଧିକ ବଞ୍ଚିବାର ସୌଭାଗ୍ୟ ପାଉଛନ୍ତି। ଯେପରି ଥରେ ପିଜ୍ଜା ଖାଇଲେ ଆପଣଙ୍କ ଆୟୂଷ ୭.୮ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ହେଉଛି। ସେହିପରି ସୋଲମନ ଫିସ୍‌ ଖାଇଲେ ଆୟୁ ୧୩.୫ ମିନିଟ୍‌ ବଢ଼ୁଛି । ତେଣୁ ଯାହା ଖାଉଛନ୍ତି ଭାବିଚିନ୍ତି ଖାଆନ୍ତୁ। ଏପରି ଷ୍ଟଡି କରି କେଉଁ ଖାଦ୍ୟ ଖାଇବେ ନ ଖାଇବେ ତାହା ଉପରେ ବିସ୍ତୃତ ଭାବେ କହିଛନ୍ତି ମିଶିଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ।

Advertisment

ସମସ୍ତେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଞ୍ଚିବାକୁ ଚାହାଁନ୍ତି। ଲମ୍ବା ଆୟୁଷ ସମସ୍ତଙ୍କ ପସନ୍ଦ। ହେଲେ ଆମ ଖାଦ୍ୟାଭାସର ପ୍ରଭାବ ଆମ ଆୟୂଷ ଉପରେ ପଡ଼ିଥାଏ। ଯାହାଫଳରେ ଆଜି କାଲି ଖୁବ୍‌ କମ୍‌ ବୟସରେ ଯୁବବର୍ଗ ଅକାଳ ମୁତ୍ୟୁମୁଖରେ ପଡ଼ୁଛନ୍ତି।

ୱାର୍ଲ୍ଡ ଲାଇଫ୍‌ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତରେ ସାଧାରଣତଃ ପୁରୁଷଙ୍କ ହାରାହାରି ବୟସ ୬୯.୫ ଓ ମହିଳାଙ୍କ ଆୟୂଷ ୭୨.୨ ରହିଛି। ହାର୍ଟ ସମ୍ବନ୍ଧିତ ବେମାରୀ, ଫୁସଫୁସଜନିତ ବେମାର, ଷ୍ଟ୍ରୋକ, ଡାଇବେଟିସ ସମେତ ପାଖାପାଖି ୫୦ ପ୍ରକାର ରୋଗ ଏବେ ଅକାଳ ମୃତ୍ୟୁର କାରଣ ସାଜୁଛି। ଯାହାକି ଯୁବର୍ଗଙ୍କ ପାଇଁ ଏକ ବଡ଼ ସତର୍କ ଘଣ୍ଟି ଭାବେ ଉଭା ହୋଇଛି।  ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯିଏ ଭଲ ଖାଦ୍ୟାଭାଦ ରଖିଥାଏ ସେ ଦୀର୍ଘାୟୁ ହୋଇଥାଏ । ଏହାବାଦ ଯିଏ ଅଧିକ ଫାଷ୍ଟଫୁଡ, ତେଲମସଲା ଜାତୀୟ ଖାଦ୍ୟ ଖାଇଥାଏ ତାହାର ଆୟୂଷ କମିଥାଏ।

Advertisment

[caption id="attachment_757041" align="aligncenter" width="650"]fast-food Representational Image[/caption]

ଦ ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିଛି ଖାଇବା ପଦାର୍ଥ ଓ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଏହାର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ମିଶିଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏକ ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚରେ ମିଳିଥିବା ତଥ୍ୟ ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଆୟୂଷ କିଛି ମିନିଟ ବଢ଼ିଥାଏ ତଥା କମିଥାଏ।

ରିସର୍ଚ୍ଚ ଅନୁଯାୟୀ, ଥରେ ହଟ୍‌ ଡଗ୍ ଖାଇବା ଦ୍ୱାରା ଜୀବନର ୨୬ ମିନିଟ୍‌ କମ୍‌ ହେଉଛି। ଚିଜ୍‌ ବର୍ଗର ଖାଇଲେ ୨ ମିନିଟ୍‌ କମୁଛି। ଥରେ ସଫ୍ଟ ଡ୍ରିଙ୍କ୍ସ ପିଇଲେ ଜୀବନର ୧୨.୪ ମିନିଟ ଓ ପିଜ୍ଜା ଖାଇଲେ ୭.୮ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ହେଉଛି। ଏହାବାଦ ପ୍ରୋସେସଡ ମିଟ୍‌ ଥରେ ଖାଇଲେ ଆପଣଙ୍କ ଜୀବନର ୨୬ ମିନିଟ୍‌ କମ୍‌ ହେବ ।

[caption id="attachment_757043" align="aligncenter" width="650"]food Representational Image[/caption]

ସେହିପରି ଉତ୍ତମ ଗୁଣବତ୍ତାର କିଛି ଜିନିଷ ଖାଇଲେ ଆମ ଜୀବନରେ ଆଉ କିଛି ସମୟ ମିଶି ଯାଉଛି। ଥରେ ପିନଟ ବଟର ଓ ଜାମ୍‌ ସ୍ୟାଣ୍ଡଉଇଚ୍‌ ଖାଇଲେ ଜୀବନରେ ୩୩.୧ ମିନିଟ୍‌ ମିଶୁଛି। ଥରେ ବେକ୍‌ଡ ସୋଲମନ ଫିସ୍‌ ଖାଇଲେ ଆୟୁ ୧୩.୫ ମିନିଟ୍‌ ବଢ଼ୁଛି । କଦଳୀ ଖାଇଲେ ବୟସ ଆଉ ୧୩.୫ ମିନିଟ୍‌, ଟମାଟୋର ଖାଇଲେ ୩.୮ ମିନିଟ ଓ ଓବୋକାଡ଼ୋ ଖାଇଲେ ବୟସ ୧.୫ ମିନିଟ୍‌ ପର୍ଯ୍ୟନ୍ତ ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।

ଏହି ଷ୍ଟଡିର ଉଦ୍ଦେଶ୍ୟ ମଣିଷର ଶରୀର ତଥା ପରିବେଶ ଉପରେ ଖାଦ୍ୟର କ’ଣ ପ୍ରଭାବ ରହୁଛି ତାହା ଅନୁଶୀଳିନ କରିବା । ରିସର୍ଚ୍ଚ ଟିମ୍‌ରେ ସାମିଲ ହୋଇଥିବା ପ୍ରଫେସର ଓଲିବିୟର ଜୋଲିୟଟ କହିଛନ୍ତି, ହ୍ୟୁମାନ ହେଲଥ୍‌ ଓ ପରିବେଶକୁ ସୁଧାରିବାକୁ ନିଜ ଡାଏଟ୍‌ରେ ବି ପରିବର୍ତ୍ତନ କରିବା ଉଚିତ ।