ତୋ ତଉଲିଆ ମୋ ପାଇଁ କାଳ: ବେମାରି ଆଣିବ ବଦଭ୍ୟାସ

ଆମେ ପ୍ରତିଦିନ କିଛି ନିର୍ଦ୍ଧିଷ୍ଟ ଜିନିଷ ବ୍ୟବହାର କରିଥାଉ। ତଉଲିଆ ସେଥିରୁ ଗୋଟିଏ। ସବୁ ଦିନ ବ୍ୟବହାର କରୁଥିଲେ ମଧ୍ୟ ତଉଲିଆର ପ୍ରକୃତ ବ୍ୟବହାର ନେଇ ଆମକୁ ଅନେକ କିଛି ଜଣାନଥାଏ। ତଉଲିଆର ଭୁଲ ବ୍ୟବହାର ଯୋଗୁ ଜଣେ ରୋଗାକ୍ରାନ୍ତ ହେବା ସହ ବିଭିନ୍ନ ସମସ୍ୟାରେ ପଡିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ତଉଲିଆର ୧୦ଟି ଭୁଲ ବ୍ୟବହାର ଯାହା ଆପଣଙ୍କୁ ଅସୁସ୍ଥ କରିଥାଏ। ୧. ତଉଲିଆ ବ୍ୟବହାର ବେଳେ ସବୁବେଳେ ଉପରୁ ତଳକୁ ବ୍ୟବହାର କରନ୍ତୁ। […]

towel

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 05:15 PM IST

ଆମେ ପ୍ରତିଦିନ କିଛି ନିର୍ଦ୍ଧିଷ୍ଟ ଜିନିଷ ବ୍ୟବହାର କରିଥାଉ। ତଉଲିଆ ସେଥିରୁ ଗୋଟିଏ। ସବୁ ଦିନ ବ୍ୟବହାର କରୁଥିଲେ ମଧ୍ୟ ତଉଲିଆର ପ୍ରକୃତ ବ୍ୟବହାର ନେଇ ଆମକୁ ଅନେକ କିଛି ଜଣାନଥାଏ। ତଉଲିଆର ଭୁଲ ବ୍ୟବହାର ଯୋଗୁ ଜଣେ ରୋଗାକ୍ରାନ୍ତ ହେବା ସହ ବିଭିନ୍ନ ସମସ୍ୟାରେ ପଡିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ତଉଲିଆର ୧୦ଟି ଭୁଲ ବ୍ୟବହାର ଯାହା ଆପଣଙ୍କୁ ଅସୁସ୍ଥ କରିଥାଏ।

୧. ତଉଲିଆ ବ୍ୟବହାର ବେଳେ ସବୁବେଳେ ଉପରୁ ତଳକୁ ବ୍ୟବହାର କରନ୍ତୁ। ତଳୁ ଉପରକୁ ବ୍ୟବହାର କରିବା ଦ୍ୱାରା ଶରୀରର ତଳ ଭାଗରେ ଥିବା ଜୀବାଣୁ ଆପଣଙ୍କ ମୁହଁ ଓ ନାକ ଦେଇ ଭିତରକୁ ଯାଇଥାନ୍ତି। ଯାହା ଆପଣଙ୍କୁ ରୋଗରେ ପକାଇଥାଏ।

୨. ଅନ୍ୟରଙ୍ଗର ବଦଳରେ ଧଳା ରଙ୍ଗର ତଉଲିଆ ବ୍ୟବହାର କରନ୍ତୁ। ଧଳାରଙ୍ଗର ତଉଲିଆ ମଇଳା ହେଲେ ସହଜରେ ଜଣାପଡିଥାଏ।

୩. ଆପଣଙ୍କ ଅଣ୍ଡରୱେର ସହ କେବେ ବି ତଉଲିଆକୁ ଧୁଅନ୍ତୁ ନାହିଁ। ଏକାଠି ଧୋଇଲେ ଅଣ୍ଡରୱେରରେ ଥିବା ଜୀବାଣୁ ତଉଲିଆକୁ ଆସି ଯିବାର ଆଶଙ୍କା ରହିଥାଏ।

୪. ତଉଲିଆରେ ଦେହ ଓ ମୁଣ୍ଡକୁ ଜୋର୍‌ରେ ରଗଡ଼ି କି ପୋଛନ୍ତୁ ନାହିଁ। ଏପରି କରିବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଇଥାଏ।

୫. ଭୁଲରେ ବି ଅନ୍ୟର ତଉଲିଆ ବ୍ୟବହାର କରନ୍ତୁ ନାହିଁ। କାରଣ ଆପଣ ଯାହାର ତଉଲିଆ ବ୍ୟବହାର କରିବେ ତାଙ୍କ ଠାରେ ଥିବା ଚର୍ମ ରୋଗ ଆପଣଙ୍କ ଠାରେ ହେବାର ସମ୍ଭାବନା ରହିଛି। ଏହାବାଦ୍‌ ତାଙ୍କ ଦେହରେ ଥିବା ଜୀବାଣୁ ତଉଲିଆ ଜରିଆରେ ଆପଣଙ୍କ ଦେହକୁ ଆସିଥାଏ।

୬. ଭଲ ଡିଟରଜେଣ୍ଟରେ ଧୋଇବା ପରେ ତଉଲିଆକୁ ବ୍ଲିଚ କରିବା ଦରକାର। ଏହାଦ୍ୱାରା ତଉଲିଆରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି।

୭. ଗାଧୁଆ ଘର ବଦଳରେ ସବୁବେଳେ ଖରାରେ ତଉଲିଆ ଶୁଖାନ୍ତୁ। ଗାଧୁଆ ଘରେ ଶୁଖାଇଲେ ସେଠାରେ ଥିବା ଜୀବାଣୁ ତଉଲିଆକୁ ଆସିଯାଇଥାଏ।

୮. ପ୍ରତିଦିନ ନ ହେଲେ ଦିନେ ଛଡା ଦିନେ ତଉଲିଆକୁ ଧୋଇବାକୁ ଭୁଲନ୍ତୁ ନାହିଁ। ଅଧିକ ଦିନ ବ୍ୟବହାର ଯୋଗୁଁ ଚର୍ମ ରୋଗ ହୋଇଥାଏ।

୯. ସବୁବେଳେ ନରମ ତଉଲିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଚର୍ମର କୋମଳତା ନଷ୍ଟ ହେବନାହିଁ କି ଚର୍ମ ଶୁଷ୍କ ହେବ ନାହିଁ।

୧୦. ଗାଧୋଇବା ପରେ ସଫା ତଉଲିଆ ବ୍ୟବହାର କରନ୍ତୁ। ମଇଳା ହୋଇଥିବା ତଉଲିଆ ବ୍ୟବହାର ଯୋଗୁଁ ଚର୍ମ ରୋଗ ହେବାର ସମ୍ଭାବନା ଅଧିକ ଥାଏ।

Related story