Advertisment

ତ୍ୱଚାର ଚମକ ପାଇଁ ଯୋଗାସନ

ସୁନ୍ଦର ଓ ସୁଢ଼ଳ ଶରୀର ପାଇଁ ଯୋଗାସନ ତ ସମସ୍ତେ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ଯୋଗାସନର ରହିଛି ଅନେକ ଭୂମିକା। ତ୍ୱଚାରେ ଚମକ ଆଣିବା ପାଇଁ ମୂଲ୍ୟବାନ୍‌ ପ୍ରସାଧାନ ସାମଗ୍ରୀର ବ୍ୟବହାର ଛାଡ଼ନ୍ତୁ ଓ ଆପଣାନ୍ତୁ ଦୁଇଟି ସହଜ ଯୋଗାସନ। ପଦ୍ମାସନ: ଯୋଗ ଆରମ୍ଭ ପଦ୍ମାସନରୁ କରାଯାଏ। ତେବେ ଏହି ଆସନରେ ବସିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଦୃଢ଼ ହୁଏ। ସୁସ୍ଥ ଓ ଚିନ୍ତାମୁକ୍ତ ମସ୍ତିଷ୍କ […]

ଅଦ୍ୟତନ ହୋଇଛି
ତ୍ୱଚାର ଚମକ ପାଇଁ ଯୋଗାସନ

beautyskin

Advertisment

ସୁନ୍ଦର ଓ ସୁଢ଼ଳ ଶରୀର ପାଇଁ ଯୋଗାସନ ତ ସମସ୍ତେ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ଯୋଗାସନର ରହିଛି ଅନେକ ଭୂମିକା। ତ୍ୱଚାରେ ଚମକ ଆଣିବା ପାଇଁ ମୂଲ୍ୟବାନ୍‌ ପ୍ରସାଧାନ ସାମଗ୍ରୀର ବ୍ୟବହାର ଛାଡ଼ନ୍ତୁ ଓ ଆପଣାନ୍ତୁ ଦୁଇଟି ସହଜ ଯୋଗାସନ।

Advertisment

115ପଦ୍ମାସନ: ଯୋଗ ଆରମ୍ଭ ପଦ୍ମାସନରୁ କରାଯାଏ। ତେବେ ଏହି ଆସନରେ ବସିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଦୃଢ଼ ହୁଏ। ସୁସ୍ଥ ଓ ଚିନ୍ତାମୁକ୍ତ ମସ୍ତିଷ୍କ ପାଇଁ ଅନେକ ଏହି ଆସନରେ ବସି ଦୀର୍ଘ ସମୟ ମେଡିଟେସନ ମଧ୍ୟ କରିଥାନ୍ତି। କେବଳ ଏତିକି ନୁହେଁ, ପଦ୍ମାସନରେ ବସିଲେ ଝାଉଁଳି ପଡ଼ିଥିବା ତ୍ୱଚାରେ ମଧ୍ୟ ଚମକ ଫେରି ଆସେ।

କିପରି କରିବେ: ଆସନରେ ଗୋଡ଼ ଲମ୍ବାଇ ବସନ୍ତୁ। ବାମ ପାଖ ଗୋଡ଼କୁ ଡାହାଣ ଜଘଂ ଉପରେ ଏବଂ ଡାହାଣ ଗୋଡ଼କୁ ବାମ ପାଖ ଜଙ୍ଘ ଉପରେ ରଖି ଦୁଇ ହାତକୁ ଚିନ୍‌ ମୁଦ୍ରାରେ ଜଘଂ ଉପରେ ରଖି ଆଖି ବନ୍ଦ କରି ୧୦ ରୁ ୧୫ ମିନିଟ୍ କିମ୍ବା ଏହା ଠାରୁ ଅଧିକ ସମୟ ବସି ରୁହନ୍ତୁ। ପ୍ରତିଦିନ ଏହି ଆସନରେ ଅଧଘଣ୍ଟା ପର୍ଯ୍ୟନ୍ତ ବସି ରୁହନ୍ତୁ। ଏହି ସମୟରେ ସାଧାରଣ ଶ୍ୱାସକ୍ରିୟା କରିପାରିବେ।

Advertisment

ଉତ୍ତାନସନ: ଏହି ଆସନ ପେଟର ମେଦ କମ୍‌ କରିବା ସହ ତ୍ୱଚାରେ ମଧ୍ୟ ଚମକ ଆଣେ। ଏହି ଆସନରେ କିଛି ସମୟ ରହିବା ଦ୍ୱାରା ମୁହଁକୁ ସହଜରେ ରକ୍ତ ସଞ୍ଚାଳନ ହୋଇ ମୁହଁରେ ଚମକ ଆସେ।uttanasana-standing-forward-bend

କିପରି କରିବେ: ପ୍ରଥମେ ଭୂମିରେ ଦୁଇ ପାଦକୁ ପରସ୍ପର ଯୋଡ଼ି ସିଧା ଛିଡ଼ା ହୋଇ ରୁହନ୍ତୁ। ପରେ ଦୁଇ ହାତକୁ ଏକା ସହ ମୁଣ୍ଡ ଉପରକୁ ଉଠାଇ ଧୀରେ ଧୀରେ ଆଗକୁ ଝୁକନ୍ତୁ। ଏପରି ଝୁକିବେ ଯେପରି ମୁହଁ ଆଣ୍ଠୁକୁ ଛୁଇଁବ। ଏହା କରିବା ସମୟରେ ଆଖି ବନ୍ଦ ରଖିବେ ଓ ଦୁଇ ହାତର ପାପୁଲି ଭୂଇଁକୁ ଛୁଇଁ ରଖିବେ। ଏହିପରି ଭାବେ ଏକ ରୁ ଦୁଇ ମିନିଟ୍‌ ରହି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe