ଏହି ୫ଟି ବାସ୍ତୁଦୋଷ ପ୍ରତି ଦିଅନ୍ତୁ ଧ୍ୟାନ, ଦୂର ହୋଇପାରେ ଅଶାନ୍ତି ଓ ଆର୍ଥିକ ସମସ୍ୟା

ଘର କରିବା ସମୟରେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। କୁହାଯାଏ ବାସ୍ତୁ ଦୋଷ ରହିଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ। ଘର ତିଆରି ବେଳେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଭବିଷ୍ୟତରେ ଅନେକ ସମସ୍ୟାରୁ ମୁକ୍ତି ମିଳେ। ଯଦି ଆପଣ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ତା’ହେଲେ ନିମ୍ନଲିଖିତ କଥା ଗୁଡ଼ିକୁ ଅନୁସରଣ କରିପାରିବେ। – ଘରର ମୁଖ୍ୟ କବାଟରେ କଳା ରଙ୍ଗ ଦିଅନ୍ତୁ ନାହିଁ। ବାସ୍ତୁ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 10:44 AM IST

ଘର କରିବା ସମୟରେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। କୁହାଯାଏ ବାସ୍ତୁ ଦୋଷ ରହିଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ। ଘର ତିଆରି ବେଳେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଭବିଷ୍ୟତରେ ଅନେକ ସମସ୍ୟାରୁ ମୁକ୍ତି ମିଳେ। ଯଦି ଆପଣ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ତା’ହେଲେ ନିମ୍ନଲିଖିତ କଥା ଗୁଡ଼ିକୁ ଅନୁସରଣ କରିପାରିବେ।

- ଘରର ମୁଖ୍ୟ କବାଟରେ କଳା ରଙ୍ଗ ଦିଅନ୍ତୁ ନାହିଁ। ବାସ୍ତୁ ବିଜ୍ଞାନ ଅନୁସାରେ ଏହା କରିବା ଦ୍ୱାରା ଘରର ମୁଖ୍ୟ ଅପମାନିତ ହୁଅନ୍ତି ଅବା ଠକାମିର ଶିକାର ହୁଅନ୍ତି।

- ଘରର ମୁଖ୍ୟ ଦ୍ୱାର ଠାରୁ ଅନ୍ୟ ଦ୍ୱାର ବଡ଼ କରନ୍ତୁ ନାହିଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ପିଛା ଛାଡ଼ି ନଥାଏ।

- ସୂର୍ଯ୍ୟକିରଣ ପଡ଼ିବା ସମୟରେ ଘରର ଝରକା ଖୋଲା କରି ଦିଅନ୍ତୁ। ଏହା ଦ୍ୱାରା ଘର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ସୂର୍ଯ୍ୟୋଦୟ ସମୟରେ ଘରର ଝରକା ବନ୍ଦ ରଖିଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।

- ମୁଖ୍ୟ ଦ୍ୱାର ଉପରେ ଛୁରୀ, ଖଣ୍ଡା ପରି ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ। ଏହା ପାରିବାରିକ ସଂଘର୍ଷ ସହ ଅଶାନ୍ତିକୁ  ବଢ଼ାଏ।

- ଶୋଇବା ଘରେ ବେସିନ୍‌ ରଖନ୍ତୁ ନାହିଁ। ଏହା ଦାମ୍ପତ୍ୟ ଜୀବନରେ ବିଶ୍ୱାସକୁ କମ୍ କରିଥାଏ।

Related story