Advertisment

ସାବଧାନ ! ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ?

ନୂଆଦିଲ୍ଲୀ: ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ […]

ସାବଧାନ ! ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ?

honey

Advertisment

ନୂଆଦିଲ୍ଲୀ: ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି।

Advertisment

ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ ଖାଇବାକୁ ଦେବା କେତେ ଦୂର ଠିକ୍‌, ଏହା ବହୁତ କମ୍‌ ଲୋକଙ୍କୁ ଜଣା। ବିଶେଷଜ୍ଞଙ୍କ କହିବା ଅନୁସାରେ ଛୋଟ ଶିଶୁ ଅର୍ଥାତ୍ ବର୍ଷକରୁ କମ୍‌ ଛୁଆଙ୍କୁ ମହୁ ଦେବାର ଅର୍ଥ ସେମାନଙ୍କ ସ୍ୱାସ୍ଥ୍ୟ ସହିତ ଖେଳିବା ସହିତ ସମାନ।

ଏହାର କାରଣ ଗୋଲ୍ଡେନ୍‌ ଲିକ୍ୱିଡ୍‌ କୁହାଯାଉଥିବା ମହୁରେ କ୍ଲୋଷ୍ଟିଡିୟମ୍‌ ବୋଟୁଲିନମ୍‌ (Clostidium botulinum) ନାମରେ ଏକ ବ୍ୟାକ୍ଟେରିଆ ଥାଏ। ଶିଶୁଙ୍କ ଶରୀରରେ ମହୁ ସହିତ ଏହି ବ୍ୟାକ୍ଟେରିଆ ପ୍ରବେଶ କରିଥାଏ ଓ ପରେ ସେମାନଙ୍କର କ୍ଷତି ଘଟାଇଥାଏ। ଏହି ବ୍ୟାକ୍ଟେରିଆ ଯୋଗୁ ସେମାନେ ଫୁଡ୍ ପଏଜନିଂର ଶିକାର ହେବାର ଆଶଙ୍କା ରହିଥାଏ।

Advertisment

ମହୁ ଖାଇବାର ୮ରୁ ୩୬ ଘଣ୍ଟା ମଧ୍ୟରେ ଶିଶୁଙ୍କ ଶରୀରରେ ଫୁଡ୍ ପଏଜନିଂର ଲକ୍ଷଣ ଦେଖାଯାଇଥାଏ। କେବଳ ଏତିକି ନୁହେଁ, ମହୁରେ ଥିବା ମିଠା ଅଂଶ ଯୋଗୁ ଶିଶୁଙ୍କ ଦାନ୍ତ ଉଠିବାରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ ଡାକ୍ତରମାନେ ଶିଶୁମାନଙ୍କୁ ୧ ବର୍ଷ ପରେ ମହୁ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe