ଜ୍ୟୋତିଷ ଶାସ୍ତ୍ର ଉପରେ କେଉଁ ଆବହମାନକାଳରୁ ବିଶ୍ୱାସ ରହି ଆସିଛି। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଜ୍ୟୋତିଷ ଗ୍ରହ ଚଳନ ନେଇ ଅତୀତ ଓ ଭବିଷ୍ୟତ ବିଷୟରେ କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଇଂରାଜୀର ଆଲଫେବେଟ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ , ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆସନ୍ତୁ ଜାଣିବା କିଛି ଆଲଫାବେଟ୍ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ।
A- ଏମାନେ ଜନ୍ମରୁ ବିଭିନ୍ନ ଗୁଣ ନେଇ ଜନ୍ମ ହୋଇଥାନ୍ତି। ପରିବାରର ସବୁଠାରୁ ବଡ଼ ସଦସ୍ୟ ହୋଇଥାନ୍ତି। ସମାଜରେ ବହୁତ ସମ୍ମାନ ମିଳିଥାଏ। ଭାବୁକ ଓ ଅଧିକ ରାଗି ହୋଇଥାନ୍ତି।
B- ଏମାନେ ବିଚାରସ୍ତରରେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ଠାରୁ ଯୁକ୍ତିରେ ଜିତିବା ଭାରି କଷ୍ଟକର ହୋଇଥାଏ। ଏମାନଙ୍କ ଉପରେ ବିଶ୍ୱାସ କରିବା ଭାରି କଷ୍ଟ ହୋଇଥାଏ।
D- ଏମାନେ ପୁରା କାମ ବିଶ୍ୱାସର ସହିତ କରନ୍ତି। ନିଜ ଉପରେ ସବୁବେଳେ ନିୟନ୍ତ୍ରଣ ରଖିଥାନ୍ତି। ଏମାନଙ୍କ ପାଖରେ ଯୋଗ୍ୟତା ଥିବା ସହ ବିଭିନ୍ନ ବିଷୟରେ ଆଇଡିଆ ଥାଏ। ଫଳରେ ଜୀବନରେ ସବୁକାମ କରିବାରେ ସଫଳ ହୋଇଥାନ୍ତି।
E- ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଅଳୁସୁଆ ଲୋକଙ୍କୁ ଘୃଣା କରନ୍ତି। ସବୁବେଳେ ଫିଟ୍ ରୁହନ୍ତି। ବିଚାର କ୍ଷେତ୍ରରେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି।
J- ଏମାନେ ସବୁବେଳେ ସ୍ୱତନ୍ତ୍ର ଭାବେ ରହିବାକୁ ପସନ୍ଦ କରନ୍ତି। ପୁରୁଣା ପରମ୍ପରାକୁ ବିଶ୍ୱାସ କରନ୍ତି ନାହିଁ। କାହା ସହିତ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ।
M- ଉଚ୍ଚ ବିଚାରର ହୋଇଥାନ୍ତି ଏମାନେ। ଭୂଲ କାମ କରିବାକୁ ପସନ୍ଦ କରନ୍ତି ନାହିଁ।
N- ଏମାନଙ୍କୁ ସଫଳତା ଶୀଘ୍ର ମିଳେ ନାହିଁ। ସେଥିପାଇଁ ଅଧିକ ପରିଶ୍ରମ କରନ୍ତି। କିନ୍ତୁ ଜଣେ ଭଲ ବନ୍ଧୁ ସାବ୍ୟସ୍ତ ହୁଅନ୍ତି।
P- ଏମାନଙ୍କ ମନରେ ସବୁବେଳେ ଉଥଲପୁଥଲ ଚାଲିଥାଏ। କିନ୍ତୁ ବାହାରକୁ ଶାନ୍ତ ଜଣାପଡ଼ିଥାନ୍ତି। ନିଜର ସମସ୍ୟାକୁ କାହା ସହିତ ବାଣ୍ଟି ନଥାନ୍ତି। ଯେତେ ଦୁଃଖ ଥିଲେ ଖୁସି ଖୋଜି ନିଅନ୍ତି।
R- ଏମାନେ ବହୁତ ଭଲ ଓ ସତ ପ୍ରକୃତିର ହୋଇଥାନ୍ତି। କୌଣସି ନିଷ୍ପତ୍ତି ନେବାକୁ ବହୁତ ବାର ଭାବିଥାନ୍ତି। ବହୁତ ଶୀଘ୍ର ସମସ୍ତଙ୍କୁ ମିତ୍ର କରି ନିଅନ୍ତି। ଏମାନଙ୍କର ବହୁତ ମିତ୍ର ଅଛନ୍ତି।
T- ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ସବୁବେଳେ ନିଜ କଥା ଉପରେ ଅଡ଼ି ବସନ୍ତି। ଫଳରେ ସମସ୍ତେ ତାଙ୍କୁ ଖରାପ ଭାବିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।