କେଉଁ ଇଂରାଜୀ ଅକ୍ଷରରୁ ଆରମ୍ଭ ହେଉଛି ଆପଣଙ୍କ ନାଁ: ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷ  ଶାସ୍ତ୍ର ଉପରେ କେଉଁ ଆବହମାନକାଳରୁ ବିଶ୍ୱାସ ରହି ଆସିଛି। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଜ୍ୟୋତିଷ ଗ୍ରହ ଚଳନ ନେଇ ଅତୀତ ଓ ଭବିଷ୍ୟତ ବିଷୟରେ କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଇଂରାଜୀର ଆଲଫେବେଟ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ , ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆସନ୍ତୁ ଜାଣିବା କିଛି ଆଲଫାବେଟ୍ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ। A- ଏମାନେ ଜନ୍ମରୁ ବିଭିନ୍ନ ଗୁଣ ନେଇ ଜନ୍ମ ହୋଇଥାନ୍ତି। […]

ALPHABET

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 04:23 PM IST

ଜ୍ୟୋତିଷ  ଶାସ୍ତ୍ର ଉପରେ କେଉଁ ଆବହମାନକାଳରୁ ବିଶ୍ୱାସ ରହି ଆସିଛି। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଜ୍ୟୋତିଷ ଗ୍ରହ ଚଳନ ନେଇ ଅତୀତ ଓ ଭବିଷ୍ୟତ ବିଷୟରେ କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଇଂରାଜୀର ଆଲଫେବେଟ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ , ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆସନ୍ତୁ ଜାଣିବା କିଛି ଆଲଫାବେଟ୍ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ।

A- ଏମାନେ ଜନ୍ମରୁ ବିଭିନ୍ନ ଗୁଣ ନେଇ ଜନ୍ମ ହୋଇଥାନ୍ତି। ପରିବାରର ସବୁଠାରୁ ବଡ଼ ସଦସ୍ୟ ହୋଇଥାନ୍ତି। ସମାଜରେ ବହୁତ ସମ୍ମାନ ମିଳିଥାଏ। ଭାବୁକ ଓ ଅଧିକ ରାଗି ହୋଇଥାନ୍ତି।

B- ଏମାନେ ବିଚାରସ୍ତରରେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ଠାରୁ ଯୁକ୍ତିରେ ଜିତିବା ଭାରି କଷ୍ଟକର ହୋଇଥାଏ। ଏମାନଙ୍କ ଉପରେ ବିଶ୍ୱାସ କରିବା ଭାରି କଷ୍ଟ ହୋଇଥାଏ।

D- ଏମାନେ ପୁରା କାମ ବିଶ୍ୱାସର ସହିତ କରନ୍ତି। ନିଜ ଉପରେ ସବୁବେଳେ ନିୟନ୍ତ୍ରଣ ରଖିଥାନ୍ତି।  ଏମାନଙ୍କ ପାଖରେ ଯୋଗ୍ୟତା ଥିବା ସହ ବିଭିନ୍ନ ବିଷୟରେ ଆଇଡିଆ ଥାଏ। ଫଳରେ  ଜୀବନରେ ସବୁକାମ କରିବାରେ ସଫଳ ହୋଇଥାନ୍ତି।

E- ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଅଳୁସୁଆ ଲୋକଙ୍କୁ ଘୃଣା କରନ୍ତି। ସବୁବେଳେ ଫିଟ୍‌ ରୁହନ୍ତି। ବିଚାର କ୍ଷେତ୍ରରେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି।

J- ଏମାନେ ସବୁବେଳେ ସ୍ୱତନ୍ତ୍ର ଭାବେ ରହିବାକୁ ପସନ୍ଦ କରନ୍ତି। ପୁରୁଣା ପରମ୍ପରାକୁ ବିଶ୍ୱାସ କରନ୍ତି ନାହିଁ। କାହା ସହିତ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ।

M-  ଉଚ୍ଚ ବିଚାରର ହୋଇଥାନ୍ତି ଏମାନେ। ଭୂଲ କାମ କରିବାକୁ ପସନ୍ଦ କରନ୍ତି ନାହିଁ।

N- ଏମାନଙ୍କୁ ସଫଳତା ଶୀଘ୍ର ମିଳେ ନାହିଁ। ସେଥିପାଇଁ ଅଧିକ ପରିଶ୍ରମ କରନ୍ତି।  କିନ୍ତୁ ଜଣେ ଭଲ ବନ୍ଧୁ ସାବ୍ୟସ୍ତ ହୁଅନ୍ତି।

P- ଏମାନଙ୍କ ମନରେ ସବୁବେଳେ ଉଥଲପୁଥଲ ଚାଲିଥାଏ। କିନ୍ତୁ ବାହାରକୁ ଶାନ୍ତ ଜଣାପଡ଼ିଥାନ୍ତି। ନିଜର ସମସ୍ୟାକୁ କାହା ସହିତ ବାଣ୍ଟି ନଥାନ୍ତି। ଯେତେ ଦୁଃଖ ଥିଲେ ଖୁସି ଖୋଜି ନିଅନ୍ତି।

R- ଏମାନେ ବହୁତ ଭଲ ଓ ସତ ପ୍ରକୃତିର ହୋଇଥାନ୍ତି। କୌଣସି ନିଷ୍ପତ୍ତି ନେବାକୁ ବହୁତ ବାର ଭାବିଥାନ୍ତି। ବହୁତ ଶୀଘ୍ର ସମସ୍ତଙ୍କୁ ମିତ୍ର କରି ନିଅନ୍ତି। ଏମାନଙ୍କର ବହୁତ ମିତ୍ର ଅଛନ୍ତି।

T- ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ସବୁବେଳେ ନିଜ କଥା ଉପରେ ଅଡ଼ି ବସନ୍ତି। ଫଳରେ ସମସ୍ତେ ତାଙ୍କୁ ଖରାପ ଭାବିଥାନ୍ତି।

Related story